କେନ୍ଦ୍ରାପଡା ମହିପାଳ ସରକାରୀ ହାଇସ୍କୁଲର ଚିତ୍ରକଳା ଶିକ୍ଷକ ତଥା କ୍ରିଷ୍ଣା ଆର୍ଟ ଆଣ୍ଡ କଲଚର ଏକାଡେମୀର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିବା “ରାମ ଉତ୍ସବ” ଶୀର୍ଷକ ଚିତ୍ର କର୍ମଶାଳାରେ ସମ୍ମାନୀତ କରାଯାଇଅଛି । ଚଳିତ ମାସ ୧୬ ତାରିଖରୁ ୨୨ ତାରିଖ ଟେଣ୍ଟ ସିଟି ଉତ୍ତର ପ୍ରଦେଶ ଠାରେ ସଂସ୍କାର ଭାରତୀ ଓ ଲଳିତକଳା ଏକାଡେମୀ ଉତ୍ତରପ୍ରଦେଶ ମିଳିତ ଉଦ୍ୟମରେ ଦେଶର ପ୍ରତି ରାଜ୍ୟର ଶ୍ରେଷ୍ଠ ଯୁବ ଚିତ୍ରଶିଳ୍ପୀ ମାନଙ୍କୁ ଚୟନ କରି ୫୧ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ “ରାମ ଉତ୍ସବ” ଶୀର୍ଷକ ଜାତୀୟ ସ୍ତରୀୟ ଚିତ୍ର କର୍ମଶାଳାରେ ୧୦୨ଟି ଚିତ୍ର ଅଙ୍କନ କରାଯାଇଥିଲା ଓ ଏହାପରେ ୨୨ ତାରିଖରେ ପ୍ରଦର୍ଶିତ କରାଯାଇଥିଲା । କେନ୍ଦ୍ରାପଡାର ସୌମ୍ୟରଂଜନ ପଟ୍ଟନାୟକ ଏକମାତ୍ର ଯୁବ ଚିତ୍ରଶିଳ୍ପୀ ଭାବେ ଉକ୍ତ ଉତ୍ସବରେ ଓଡିଶାକୁ ପ୍ରତିନିଧିତ୍ୱ କରି ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ତରଫରୁ ସୌମ୍ୟରଂଜନଙ୍କୁ ଉପଢୌକନ, ମାନପତ୍ର, ସ୍ମୃତି ଫଳକ ଓ ୨୨୦୦୦ ମାନଦେୟ ସହ ରାମ ମନ୍ଦିର ପୂଜକ ଦିଲ୍ଲିପ ଦାସ ଯୋଗୀ ମହାରାଜ, ଜାତୀୟ ଆଧୁନିକ କଳା ସଂଗ୍ରାହଳୟ ନୂଆଦିଲ୍ଲୀର ନିର୍ଦ୍ଦେଶକ ଓ ଅନ୍ୟ ମାନ୍ୟଗଣ୍ୟ ବରିଷ୍ଠ ପଦାଧିକାରୀ ସୌମ୍ୟଙ୍କ ଚିତ୍ରିତ କରିଥିବା ଚିତ୍ର ଓଡିଶା ଓ ସାରା ବିଶ୍ୱର ବଡ ଠାକୁର ଜଗନ୍ନାଥଙ୍କ ରଘୁନାଥ ବେଶକୁ ଉଚ୍ଚ ପ୍ରଶଂସା କରି ସମ୍ବର୍ଦ୍ଧିତ କରିଥିଲେ ।
kanikanews.in
Next Post
ଗାଙ୍ଗପଡା ପଂଚାୟତ କଂଗ୍ରେସ କର୍ମୀ ସମ୍ମିଳନୀ
Tue Mar 26 , 2024
କେନ୍ଦ୍ରାପଡ଼ା:୨୫/୦୩ :ଗାଙ୍ଗପଡା ପଞ୍ଚାୟତ କଂଗ୍ରେସର ଏକ କର୍ମୀ ବୈଠକ ଦୋବନ୍ଧା ଠାରେ ପଞ୍ଚାୟତ କଂଗ୍ରେସ ସଭାପତି ଅଙ୍କୁର ଚରଣ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି. ଏହି ବୈଠକ ରେ ବୁଥୟାରୀ ଦଳର ସ୍ଥିତି ସମୀକ୍ଷା କରାଯାଇ ଅଛି ଆସନ୍ୟ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ବାବଦରେ ଆଲୋଚନା ସହ ପଂଚାୟତ ନିର୍ବାଚନ କମିଟି ଓ ବୁଥ ନିର୍ବାଚନ କମିଟି ଗଠନ କରା ଯାଇଛି । […]

KANIKA
- 7 months ago
କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଉଦ୍ଯାପିତ
- 2 weeks ago
ମଧ୍ୟହ୍ନ ଭୋଜନରେ ଅବହେଳା ନେଇ ଅସନ୍ତୋଷ