ଗାଙ୍ଗପଡା ପଂଚାୟତ କଂଗ୍ରେସ କର୍ମୀ ସମ୍ମିଳନୀ



କେନ୍ଦ୍ରାପଡ଼ା:୨୫/୦୩ :ଗାଙ୍ଗପଡା ପଞ୍ଚାୟତ କଂଗ୍ରେସର ଏକ କର୍ମୀ ବୈଠକ ଦୋବନ୍ଧା ଠାରେ ପଞ୍ଚାୟତ କଂଗ୍ରେସ ସଭାପତି ଅଙ୍କୁର ଚରଣ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି. ଏହି ବୈଠକ ରେ ବୁଥୟାରୀ ଦଳର ସ୍ଥିତି ସମୀକ୍ଷା କରାଯାଇ ଅଛି ଆସନ୍ୟ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ବାବଦରେ ଆଲୋଚନା ସହ ପଂଚାୟତ ନିର୍ବାଚନ କମିଟି ଓ ବୁଥ ନିର୍ବାଚନ କମିଟି ଗଠନ କରା ଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସମ୍ମିଳନୀ ରେ ଯୋଗ ଦେଇ ବିଧାନସଭାରେ କେନ୍ଦ୍ରାପଡ଼ାର ସ୍ୱର ଉଠାଇବା ଓ କେନ୍ଦ୍ରାପଡ଼ାର ବିକାଶ ଆଗେଇ ନେବାକୁ ଜଣେ ଦକ୍ଷ ବିଧାୟକ ନିର୍ବାଚିତ କରିବା ଉପରେ ଗୁରୁତ୍ୱ ଦେଇ ଥିଲେ. ସେ ପ୍ରତିଶୃତି ଦେଇ ଥିଲେ ଯେ ‘ମୁଁ କେନ୍ଦ୍ରାପଡ଼ା ବାସୀ ଙ୍କ ବିଶ୍ୱାସ ଭାଙ୍ଗିବି ନାହିଁ’ । କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ଜେନା, ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ରାଉତ, ଯୁବ କଂଗ୍ରେସ ସଭାପତି ଜଗବନ୍ଧୁ ସାହୁ, ବରିଷ୍ଠ କଂଗ୍ରେସ ନେତା ଅକ୍ଷୟ କୁମାର ଦାସ, ଗୌତମ କୁମାର ମଲ୍ଲିକ, ନୃସିଂହ ଚରଣ ନାୟକ, ସୁଦର୍ଶନ ଜେନା, ଡ଼ିସେମ୍ବର ଦାସ, ଏକରାମ ଖାଁ, ଫିରୋଜ ଖାଁ, ରକିବ ଖାଁ, ଦିବ୍ୟଲୋଚନ ପାତ୍ର,ପ୍ରଶୁରାମ ମଲ୍ଲିକ, ପରମେଶ୍ୱର ଦାସ, ଭରତ ଚନ୍ଦ୍ର ମଲ୍ଲିକ,ମିହିର କୁମାର ରାଉତ, ଚିତ୍ତରଞ୍ଜନ ଜେନା,ଖଲିଉଲ୍ଲା ଖାଁ, କାଶୋ ଖାଁ, ଦୀନବନ୍ଧୁ ରାଉତ, ଚନ୍ଦ୍ରଭାନୁ ପାତ୍ର, ପ୍ରମୋଦ କୁମାର ନାୟକ, ମାଗୁଣି ଚରଣ ଦାସ, ସୁନାକାର ଜେନା, ଭଗବାନ ସାମଲ,ଓ ହୃଷିକେଶ ମଲ୍ଲିକ ପ୍ରମୁଖ ଆଲୋଚନା ରେ ଭାଗ ନେଇ ସୁଖ ଦୁଃଖ ର ସାଥି ଗଣେଶ୍ୱର ବେହେରାଙ୍କୁ ଗାଙ୍ଗପଡା ପଂଚାୟତ ରୁ ବହୁ ଭୋଟ ରେ ଜିତାଇବାକୁ ସଫତ ନେଇଥିଲେ


Discover more from

Subscribe now to keep reading and get access to the full archive.

Continue reading