ଜମଧର ସରପଞ୍ଚଙ୍କ ପକ୍ଷରୁ ଆମ୍ବୁଲାନ୍ସ ସୋ



କେନ୍ଦ୍ରାପଡ଼ା, ୩୦ା୩: ଗତ କିଛିଦିନ ହେବ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର କଟକ-ଦୁହୁରିଆ ରାସ୍ତାରେ ବହୁ ଦୁର୍ଘଟଣାରେ ହୋଇଛି । ଠିକ ସମୟରେ ଲୋକମାନେ ଆମ୍ବୁଲାନ୍ସ ସୁବିଧା ପାଇବାରୁ ବଞ୍ôଚତ ହେଉଛନ୍ତି । ତେଣୁ ଜମଧର ପଞ୍ଚାୟତ ସରପଞ୍ଚ ରାଜକିଶୋର ଖୁଣ୍ଟିଆ ନିଜସ୍ୱ ଉଦ୍ୟମରେ ପଞ୍ଚାୟତବାସୀଙ୍କ ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ ସୋ ଆରମ୍ଭ କରିଛନ୍ତି । ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଆମ୍ବୁଲାନ୍ସକୁ ପୂଜା କରାଯାଇଥିଲା । ଆମ୍ବୁଲାନ୍ସର ସେବା କିପରି ସୁବିଧାରେ ପାଇପାରିବେ ତାହା ଉପରେ ସରପଞ୍ଚ ଶ୍ରୀ ଖୁଣ୍ଟିଆ ସୂଚନା ଦେଇଥିଲେ । ପଞ୍ଚାୟତ ପକ୍ଷରୁ ନାଏବ ସରପଞ୍ଚ ବିଳାସିନୀ ଜେନା, ସମିତିସଭ୍ୟ ଦେବାଶିଷ ଦାସ, ସମବାୟବିତ ଜିତେନ୍ଦ୍ର ମହାନ୍ତି, ଧ୍ରୁବ ଚରଣ ସାହୁ, ଅଭିମନ୍ୟୁ ମହାନ୍ତି, ଅଜିତ କୁମାର ଦାସ, ସୁଧାଂଶୁ ଶେଖର ଜେନା, କିରଣ କୁମାର ବେହେରାଙ୍କ ସହ ନ୍ୟାୟିକ ମଞ୍ଚ ସଦସ୍ୟ ଓ ଆମ୍ବୁଲାନ୍ସ ସୋ ର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ । ଏହି ଆମ୍ବୁଲାନ୍ସ ସୋ ପାଇଁ ମୋ ବାପା ସ୍ୱର୍ଗତ ରବୀନ୍ଦ୍ରନାଥ ଖୁଣ୍ଟିଆଙ୍କ ଇଚ୍ଛା ଥିଲା । ମୁଁ ସରପଞ୍ଚ ହେଲାପରେ ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ଚେଷ୍ଟା କରିଥିଲି । ବହୁ ବିଳମ୍ବରେ ହେଲେ ମଧ୍ୟ ଆଜି ତାହା ସାକାର ହୋଇଛି । ଏହି ଆମ୍ବୁଲାନ୍ସଟି ବାଲିଆଠାରୁ ଦୁହୁରିଆ ମଧ୍ୟରେ ହେଉଥିବା ଦୁର୍ଘଟଣା ଓ ପଞ୍ଚାୟତରେ ରୋଗୀସେବା ଯୋଗାଇବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading