ବସନ୍ତକୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ଅଷ୍ଟଦଶତମ ବାର୍ଷିକ ଉତ୍ସବ



କେନ୍ଦ୍ରାପଡା,୩୦ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଅଷ୍ଟଦଶତମ ବାର୍ଷିକ ଉତ୍ସବ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅବସରପ୍ରାପ୍ତ ଇଞ୍ଜିନିଅର ଗୁଣନିଧି ତ୍ରିପାଠୀ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳସ୍ଥିତ ମହିମା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡ. ତନ୍ମୟ କବି ଓ ହ୍ରାଇଦ୍ରାବାଦ୍‌ର ଭେଙ୍କଟେଶ୍ୱର ରାଓ ଯୋଗଦେଇ ଓସ୍ତପୁର ଭଳି ଏକ ନିପଟ ମଫସଲ ଅଂଚଳରେ ୧୭ବର୍ଷ ପୂର୍ବେ ଏକ ମହତ ଉଦେଶ୍ୟରେ ମା’ ବସନ୍ତ କୁମାରୀଙ୍କ ନାମରେ ପ୍ରତିଷ୍ଠା କରାଯାଇଥିବା ଏଭଳି ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟରେ ଏହା ମଧ୍ୟରେ ୧୫ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ୧୭ବର୍ଷ ଅତିକ୍ରମ କରିଥିବା ଏହି ଚିକିତ୍ସାଳୟରେ ଚକ୍ଷୁ ଅସ୍ର୍ତ୍ରୋପ୍ରଚାର ପାଇଁ ସୁଦୂର କଟକ, ଭୁବନେଶ୍ୱର ଭଳି ସହରକୁ ଯାଇପାରୁନଥିବା ଗରୀବ ଅସହାୟ ଲୋକମାନଙ୍କ ଚକ୍ଷୁରେ ଅସ୍ର୍ତ୍ରୋପ୍ରଚାର କରାଯାଉଛି । ସମାଜସେବାକୁ ନିଜ ଜୀବନର ବ୍ରତ କରିଥିବା ଡା. ବିମଳ ତ୍ରିପାଠୀ ପ୍ରକୃତରେ ଏମାଟିର ଜଣେ ସୁଯୋଗ୍ୟ ସନ୍ତାନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉତ୍ସବ ପରିଚାଳନାରେ ଚକ୍ଷୁ ଚିତ୍ସାଳୟର କର୍ମଚାରୀ ଇତିଶ୍ରୀ ନାୟକ, ସତ୍ୟବ୍ରତ ସିଂ, ଏ.ଏନ.ଏମ. ବନିତା ଧନି, ବିଶ୍ୱରଞ୍ଜନ ନାୟକ, ରଞ୍ଜନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଚିକିତ୍ସାଳୟର ଡା. ସରୋଜ କୁମାର ତ୍ରିପାଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଇଂ ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ନିରଞ୍ଜନ ପରିଡା, ଫକୀର ଚରଣ ଖଟୁଆ, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଓକିଲ ମନୋଜ କୁମାର ସାହୁ, ମହେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading