ଧାନେଶ୍ୱରୀ ପୀଠରେ ନୃତ୍ୟ ମହୋତ୍ସବ



କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଧାନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ହୋଲି ମେଳଣ ଅବସରରେ ସାଇ ଇନଫ୍ରା ଟେକ୍ ଦ୍ୱାରା ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।. ମା ଧାନେଶ୍ୱରୀ ସାଂସ୍କୁତିକ ପରିଷଦର କୁନି ପ୍ରତିଭା ମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ରଙ୍ଗର ପର୍ବ ହୋଲି ଉତ୍ସବକୁ ନିଆରା କରି ଗଢି ତୋଳି ଥିଲା । ପ୍ରଭୁ ରାଧାକୃଷ୍ଣ ବିମାନରେ ଆସି ମା ଙ୍କ ପୀଠରେ ପହଂଚିବା ସମୟରେ ଭକ୍ତିସଙ୍ଗୀତ ଓ ଭଜନ ତାଳେ ତାଳେ କୁନି ପ୍ରତିଭାମାନଙ୍କ ନୃତ୍‌୍ୟରେ ସମବେତ ଶ୍ରଦ୍ଧାଳୁମାନେ ତଲିନ ହୋଇପଡ଼ିଥିଲେ । ସମାଜ ସେବୀ ଗଗନ ମହାଳିକଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ କାର୍ଯ୍ୟକ୍ରମରେ ୧୫ ନଂ ଜୋନ ଜିଲାପରିଷଦ ସଦସ୍ୟା ପ୍ରିୟଦର୍ଶିନୀ ତରାଇ ମୁଖ୍ୟଅତିଥି , ଅଳପୁଆ ସରପଂଚ ପଦ୍ମିନୀ ବେହେରା, ସମିତି ସଭ୍‌୍ୟ ରାମଚନ୍ଦ୍ର ସେଠୀ, ଅଧିକାରୀ ଶରତ ଚନ୍ଦ୍ର ଦାଶ, ମଠାଧୀଶ ପ୍ରଫୁଲ୍ଲ ପଣ୍ଡା, ବରିଷ୍ଠ ନାଗରିକ ସମନ୍ୱୟ ସମିତି ସଭାପତି ବିଭୁତି ଭୂଷଣ ପଟ୍ଟନାୟକ, କଳ୍ପବଟ ସତ୍ୟ ସେବା ସମିତି ନିର୍ଦ୍ଦେଶକ ଦେବାଶିଷ ଧଳ, ମା ଧାନେଶ୍ୱରୀ ସାଂସ୍କୃତିକ ପରିଷଦର ପ୍ରତିଷ୍ଠାତା ସୁଶାନ୍ତ କୁମାର ରାଉତ, ମା ଧାନେଶ୍ୱରୀ ସେବାଶ୍ରମର ସମ୍ପାଦକ କିଶୋର କୁମାର ରାଉତ, ପାୟଲ ମ୍ୟୁଜିକ୍ ସ୍କୁଲ ପ୍ରତିଷ୍ଠାତା ଦେବାଶିଷ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ ସହିତ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading