କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ


କେନ୍ଦ୍ରାପଡା,୧ା୪ : କେନ୍ଦ୍ରାପଡାରେ ୮୯ତମ ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜଜାଙ୍ଗସ୍ଥିତ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିଆ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ କାଟରିଆ ପ୍ରଥମେ ରାଜ୍ୟାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରାପ୍ତ ବାର୍ତ୍ତାକୁ ପାଠ କରିବା ପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିସହିତ ଗତ ୨୦୨୩ମସିହାରେ କେନ୍ଦ୍ରାପଡା ପୋଲିସ ଜିଲ୍ଲାର ଶ୍ରେଷ୍ଠ ପୋଲିସ ସବଇନିସପେକ୍ଟର ପ୍ରଦୋଶ କୁମାର ପଟ୍ଟନାୟକ, ଶ୍ରେଷ୍ଠ ଏ.ଏସ.ଆଇ. ସୁନିଲ କୁମାର ସେଠୀ, ଶ୍ରେଷ୍ଠ ହାବିଲଦାର ହୈମବତୀ ନନ୍ଦନ ତ୍ରିପାଠୀ, ଶ୍ରେଷ୍ଠ ଓ.ଆର. କନେଷ୍ଟବଳ ସଂଗ୍ରାମ କୁମାର ମଲ୍ଲିକ, ଶ୍ରେଷ୍ଠ ଏ.ପି.ଆର. କନେଷ୍ଠବଳ ବିଶ୍ୱଜିତ ମିଶ୍ର ଏବଂ ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ ହିମାଂଶୁ ଶେଖର ରଥଙ୍କୁ ଆରକ୍ଷୀ ଅଧିକ୍ଷକ ପୁରସ୍କୃତ କରିଥିଲେ । ରିଜର୍ଭ ଇନିସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ଏହି ପ୍ୟାରେଡକୁ ପରିଚାଳନା କରିଥିବାବେଳେ ହାବିଲଦାର ମେଜର ଜେ. ଖାନ ଏଥିରେ ତାଙ୍କୁ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା, ଡିଏସପି (ଆଇ.ୟୁ.ସି.ଏ.ଡବ୍ଲୁ.) ସରିତା ମହାପାତ୍ର, ଡିଏସପି (ଏଚ.ଆର.ପି.ସି.) ଏସ.ଏନ. ସମଦା, ଟାଉନ ଥାନା ଇନିସପେକ୍ଟର ଦିଲ୍ଲିପ କୁମାର ସାହୁ, ସଦର ଥାନା ଅଧିକାରୀ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading