ପୁନର୍ବାସ ତରଫରୁ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳନ


କେନ୍ଦ୍ରାପଡ଼ା, ୨/୪: ମାଧପୁରର ପୁନର୍ବାସ ଅନୁଷ୍ଠାନ ତରଫରୁ ବିଶ୍ୱ ଅଟିଜିମ୍‌(ସ୍ୱପରାୟଣତା) ଦିବସ ପାଳନ କରାଯାଇଛି । ମୁଖ୍ୟ ଉପଦେଷ୍ଟା କଥାକାର ଡକ୍ଟର ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୁପାଲି ପ୍ରିୟଦର୍ଶନୀ ନାୟକ, ଅକ୍ୟୁପେଶନାଲ୍ ଥେରାପିଷ୍ଟ ଗୁଞ୍ଜନ ସ୍ମିତା ବେହେରା, ଫିଜୋ ଥେରାପିଷ୍ଟ ରଚିତା ଜେନା, ତୁଳସୀ ମହିଳା ମହାବିଦ୍ୟାଳୟର ସମାଜ ବିଜ୍ଞାନ ଅଧ୍ୟାପିକା ସବିତା ଭଟ୍ଟ ପ୍ରମୁଖ କହିଲେ ଯେ, ସ୍ୱପରାୟଣତାର କାରଣ ଥେରାପି ଚିକିତ୍ସା, ଭାବ ବିନିମୟ ପିତାମାତା, ସ୍ୱେଚ୍ଛା ସେବୀମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଏହା ଏକ ଜଟିଳ ବିକାଶଜନିତ ସମସ୍ୟା ହୋଇଥିବାରୁ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ଓ ଧୈର୍ଯ୍ୟ ସହକାରେ ଅପେକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଆଲୋଚନାରେ ଭାଗନେଇ ତୁଳସୀ ମହିଳା ମହାବିଦ୍ୟାଳୟର ଗୃହବିଜ୍ଞାନର ଅଧ୍ୟାପିକା ସବିତା ଦାସ, ଅଧ୍ୟାପିକା ସୌମ୍ୟକାନ୍ତି ମିଶ୍ର, ଡେମୋନଷ୍ଟ୍ରେଟର ଆରତୀ ଚୌଧୁରୀ, ରେଡ଼କ୍ରସର ସ୍ୱେଚ୍ଛାସେବୀ, ଆଲୋମୋନି ଭିନ୍ନକ୍ଷମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସ, ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀଧର ଭୋଳ, ହିମାଂଶୁ ଜେନା ପ୍ରମୁଖ ପୁନର୍ବାସର ଉଚ୍ଚପ୍ରଶଂସା କରିଥିଲେ । ଅନେକ ଅଭିଭାବକ ନିଜନିଜ ପିଲାମାନଙ୍କୁ ପୁନର୍ବାସ ତରଫରୁ କରାଯାଉଥିବା ସେବାରେ ସନ୍ତୋଷ ପ୍ରକାଶ ସହ ଖୁସି ବ୍ୟକ୍ତ କରିଥିଲେ । ସଭ୍ୟ କ୍ଷୀରୋଦ କର, ଶେଷଦେବ ପ୍ରସାଦ ଦାସ, ବ୍ରଜସୁନ୍ଦର ଦାସ, କାଉନ୍‌ସିଲର ସଂଜୀବ ଜେନା, ରଞ୍ଜନ ସ୍ୱାଇଁ, ମନୋଜ କୁମାର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ସର୍ବଶେଷରେ ସଭ୍ୟ ବଂଶୀଧର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading