ହିନ୍ଦୁ ନବବର୍ଷ ପାଳନ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡା ୩/୪ : ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ ସ୍ଥାନୀୟ ବାରଙ୍ଗେଇ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ପାଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ତଥା ଏପ୍ରିଲ ୯ ତାରିଖ ଦିନ ଅନୁଷ୍ଠାନ ପକ୍ଷରୁ ହିନ୍ଦୁ ନବବର୍ଷ ଯଥାରୀତି ପାଳନ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ଦିନ ବାରଙ୍ଗେଇ ଠାକୁରାଣୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ବିଶ୍ୱ ଶାନ୍ତି ନିମନ୍ତେ ହୋମ, ଗୋ ପୂଜା, ସୂର୍ଯ୍ୟ ପୂଜା, ସମୂହ ପ୍ରାର୍ଥନା ଇତ୍ୟାଦି ଅନୁଷ୍ଠିତ ହେବ । ଅନୁଷ୍ଠାନର ସଦସ୍ୟ ମାନେ ଅତିକମ୍ ରେ ୫ଟି ପରିବାରକୁ ହିନ୍ଦୁ ନବବର୍ଷ ପାଳନ ପାଇଁ ସୂଚନା ପ୍ରଦାନ କରିବା ସହ ନିଜ ଘରେ ପୂଜାର୍ଚ୍ଚନା କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅନୁଷ୍ଠାନର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜ୍ୟୋତି ରଞ୍ଜନ ନାୟକ, ପ୍ରଦେଶ ସଂଯୋଜକ ପଙ୍କଜ ସିହ୍ନା, ନିରଞ୍ଜନ ଦାସ, ରଶ୍ମୀ ରଞ୍ଜନ ସ୍ୱାଇଁ, ମଳୟ ସାହୁ, ବିକାଶ ସ୍ୱାଇଁ, ନିରଞ୍ଜନ ମହାରଣା, ଲକ୍ଷ୍ମୀକାନ୍ତ ନାୟକ, ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ । ଶେଷରେ ସଦସ୍ୟ ବିରେନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading