ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି



ଭୁବନେଶ୍ୱର,୫ ।୪: ବିଜୁ ଜନତା ଦଳ ( bjd) ଶୁକ୍ରବାର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହି ପରି ଭାବେ ମୋଟ ୩ଟି ପର୍ଯ୍ୟାୟରେ ୧୦୮ ଜଣ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ୩ୟ ପର୍ଯ୍ୟାୟରେ ୯ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ୭ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳାଇଛି । ଏହି ପର୍ଯ୍ୟାୟରେ ସାଲେପୁର ପାଇଁ ପ୍ରଶାନ୍ତ ବେହେରା ଓ ରାଉରକେଲା ପାଇଁ ଶାରଦା ନାୟକଙ୍କୁ ଛାଡିଲେ ବାକି ସମସ୍ତ ଆସନରେ ପ୍ରାର୍ଥୀ ବଦଳାଇଛନ୍ତି ଦଳ । ରେଙ୍ଗାଲି ପାଇଁ ସୁଦର୍ଶନ ହରିପାଲ, ବୀରମିତ୍ରପୁର ପାଇଁ ରୋହିତ ଯୋଶେଫ ତିର୍କୀ, କେନ୍ଦୁଝର ପାଇଁ ମୀନା ମାଝୀ, ରାଇରଂଗପୁର ପାଇଁ ରାଇସିଂ ମୁର୍ମୁ, ବାଲେଶ୍ୱର ପାଇଁ ସ୍ୱରୂପ ଦାସ, କଟକ-ବାରବାଟୀ ପାଇଁ ପ୍ରକାଶ ବେହେରା, ଓ ଜୟଦେବ ପାଇଁ ନବକିଶୋର ମଲ୍ଲିକଙ୍କୁ ଟିକେଟ୍ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading