ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଚୋରୀ


କେନ୍ଦ୍ରାପଡ଼ା, ୬ା୪: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର କଚେରୀଡିହ ସ୍ଥିତ ଶ୍ରୀବଟେଶ୍ୱର ମହାଦେବଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଚୋରୀ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ମନ୍ଦିରର ପୂଜକ କାର୍ତ୍ତିକ ଚନ୍ଦ୍ର ଦାଶଙ୍କ ଅଭିଯୋଗ ଅନୁଯାୟୀ ଶ୍ରୀବଟେଶ୍ୱର ମହାଦେବଙ୍କ ମନ୍ଦିର କବାଟ ଭାଙ୍ଗି ମନ୍ଦିର ଭିତରେ ଥିବା କଂସା ଓ ପିତଳର ବଡ ନୋଟା, ଗଡୁ, ଥାଳି, ଘଣ୍ଟି, ଘଣ୍ଟା, ଆଳତୀ ଦାନୀ, ଅଭିଷେକପାତ୍ର, ଠାକୁର ଠାକୁରାଣୀଙ୍କର ଚାନ୍ଦିରୂପାର ଗହଣା ଏବଂ ମନ୍ଦିର ନିକଟ ଏକ ଗୃହରେ ଥିବା ହୁଣ୍ଡି ଓ ଦାନବାକ୍ସ ପ୍ରଭୃତି ଲକ୍ଷାଧିକ ଟଙ୍କାର ଆସବାବପତ୍ର ଶୁକ୍ରବାର ରାତିରେ କେହି ଦୁର୍ବୁତ୍ତ ଚୋରୀ କରିନେଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସଦର ଥାନା ପୋଲିସ ସହ ଯୋଗାଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।


Next Post

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

Sun Apr 7 , 2024
ଭୁବନେଶ୍ୱର,୭ା୪-ନିକଟରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଦଳୀୟ ସମର୍ଥକଙ୍କ ସହ ରବିବାର ବିଜେଡିରେ ମିଶିଛନ୍ତି । ଶଙ୍ଖଭବନକୁ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା, ଶଶିଭୂଷଣ ବେହେରା ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଦଳରୁ ଇସ୍ତଫା ଦେବା ପରେ ଗଣେଶ୍ୱର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଂଗ୍ରେସ ତାଙ୍କ ପ୍ରତି […]

You May Like