ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା


ଭୁବନେଶ୍ୱର,୭ା୪-ନିକଟରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଦଳୀୟ ସମର୍ଥକଙ୍କ ସହ ରବିବାର ବିଜେଡିରେ ମିଶିଛନ୍ତି । ଶଙ୍ଖଭବନକୁ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା, ଶଶିଭୂଷଣ ବେହେରା ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଦଳରୁ ଇସ୍ତଫା ଦେବା ପରେ ଗଣେଶ୍ୱର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଂଗ୍ରେସ ତାଙ୍କ ପ୍ରତି ଅବିଚାର କରିଛି । ତାଙ୍କୁ ନିର୍ବାଚନ କମିଟିରୁ ବାଦ୍ ଦିଆଯାଇଥିଲା । ଏହା ତାଙ୍କର ସହକର୍ମୀ ଓ ଅନୁଗତ ମାନଙ୍କୁ ବହୁମାତ୍ରାରେ ଆଘାତ ଦେଇଥିଲା । ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କିଛି କାମ କରିବେ । କାମ କରିବାକୁ ହେଲେ ବିଧାନସଭା ଯିବାକୁ ପଡ଼ିବ । ସେଥିପାଇଁ ସେ ‘ଆମେ ବିଧାନସଭା ଯିବା’ ସ୍ଲୋଗାନ ଦେଇଥିଲେ । କିନ୍ତୁ ଏବେ ଅନୁଭବ କରୁଛନ୍ତି ଯେ, କଂଗ୍ରେସରେ ରହି ବିଧାନସଭା ଯିବା ସମ୍ଭବ ନୁହେଁ । ଏହି ନିର୍ବାଚନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ହାରିବାକୁ ଆଉ ଚାହୁନାହାନ୍ତି । ତାଙ୍କର ଲକ୍ଷ୍ୟ ହେଉଛି, ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କିଛି କାମ କରିବେ ।


Next Post

ରାଜ୍ୟ ବିଜେଡି ସମ୍ପାଦକ ହେଲେ ମିଟୁ ଦାଶ

Sun Apr 7 , 2024
କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ପ୍ରଭାବଶାଳୀ ଯୁବନେତା ମିଟୁ ଦାଶଙ୍କ ସାଙ୍ଗଠନିକ ଦକ୍ଷତାକୁ ବିଚାରକୁ ନେଇ ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସଂଗଠନକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ବିଜେଡି ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି । ଯୁବନେତା ମିଟୁଦାଶ ଖୋର୍ଦ୍ଧା ଜିଲ୍ଲା […]

KANIKA