ରାଜ୍ୟ ବିଜେଡି ସମ୍ପାଦକ ହେଲେ ମିଟୁ ଦାଶ


କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ପ୍ରଭାବଶାଳୀ ଯୁବନେତା ମିଟୁ ଦାଶଙ୍କ ସାଙ୍ଗଠନିକ ଦକ୍ଷତାକୁ ବିଚାରକୁ ନେଇ ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସଂଗଠନକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ବିଜେଡି ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି । ଯୁବନେତା ମିଟୁଦାଶ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ନୂତନ ନିଯୁକ୍ତି ପାଇଁ ସେ ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ, ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ବିଜେଡି ସାଧାରଣସମ୍ପାଦକ ରାଜ୍ୟ ସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଜନ୍ମିତ ମିଟୁ ନିଜର ରାଜନୈତିକ ପ୍ରଭାବ, ଲୋକପ୍ରିୟତା ଓ ସାଙ୍ଗଠନିକ ଦକ୍ଷତା ଯୋଗୁଁ ନିଜକୁ ରାଜ୍ୟ ରାଜନୀତିରେ ପ୍ରତିଷ୍ଠିତ କରିପାରିଛନ୍ତି । ରାଜ୍ୟ ବିଜେଡି ସମ୍ପାଦକ ଭାବେ ନିଯୁକ୍ତି ପାଇଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ଓ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


Next Post

କାଳବୈଶାଖୀ ପ୍ରଭାବରେ ଝିପିଝିପି ବର୍ଷା, ତାତିରୁ ଆଶ୍ୱସ୍ତି

Sun Apr 7 , 2024
କିଛିଦିନ ଧରି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରଚଣ୍ଡ ଖରା, ତତଲା ପବନ ଓ ଗୁଳୁଗୁଳରେ ଲୋକେ ଛଟପଟ ହେଉଥିବା ବେଳେ ରବିବାର ଅପରାହ୍ନରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରବିବାର ଅପରାହ୍ନରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ହେବାରୁ ପାଣିପାଗରେ ସାମାନ୍ୟ ପରିବର୍ତନ ଦେଖାଦେଇଛି । ପଟ୍ଟାମୁଣ୍ଡାଇ ସହର ସମେତ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣିଛି । […]

KANIKA