
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସପ୍ନେଶ୍ୱର ନୋଡାଲ କ୍ଲଷ୍ଟର ପକ୍ଷରୁ କଜଳବନ୍ଧ କେ. ବି. ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଅବସରକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସି ଆର ସି ସି ଉମାକାନ୍ତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି, ସିଆରସିସି ମଳୟ ଜେନା ମୁଖ୍ୟବକ୍ତା, ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ, ସି ଆର ସି ସି ବିଭୁରଞ୍ଜନ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାସୁଦେବ ସାମଲ, ଶ୍ରୀରାମ ଜେନା କୁଳମଣି ନାୟକ, ନିଧିରାମ ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅବସର ଗ୍ରହଣ କରିଥିବା ଶିକ୍ଷୟତ୍ରୀ/ ଶିକ୍ଷକଙ୍କ ଶିକ୍ଷାନୁଷ୍ଠାନ ଓ ଶିକ୍ଷା ବିକାଶ କ୍ଷେତ୍ରରେ ବଳିଷ୍ଠ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକନେତା ପ୍ରେମାନନ୍ଦ ଜୀବନଦାଶ ସ୍ୱାଗତଭାଷଣ ଓ ପ୍ରଧାନଶିକ୍ଷକ ଦିଲ୍ଲୀପ ମଲ୍ଲିକ ଅତିଥିପରିଚୟ ପ୍ରଦାନ କରିଥିଲେ । ସି ଆର ସି ସି ଲୋକନାଥ ନାୟକ ବିବରଣୀ ପାଠ କରିଥିଲେ । ଏଇ ଅବସରରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଉମାକାନ୍ତ ଖଟୁଆ, ଉତ୍ସବ ଚରଣ କୁଣ୍ଡ, ସ୍ନେହଲତା ନାୟକ, ଜଗଦାନନ୍ଦ ଦାଶ, କାଁହୁ ଚରଣ ପ୍ରଧାନ, ଦ୍ରୌପଦୀ ନାୟକ, ହରିଶ୍ଚନ୍ଦ୍ର ଅଧିକାରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେବେନ୍ଦ୍ରନାଥ ସ୍ୱାଇଁ, ଲିଲିମାପ୍ରିୟଦର୍ଶିନୀ ସ୍ୱାଇଁ, ପ୍ରଶାନ୍ତ ସେଠି, ପ୍ରତାପ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକନେତା ଅରବିନ୍ଦ ରାଉତରାୟ,ସତ୍ୟବ୍ରତ ରାଉତ, ପ୍ରିୟସ୍ମିତାଜେନା, ଭଂଜନ ପ୍ରଧାନ, ଅଚ୍ୟୁତକ୍ଷନନ୍ଦ ନାୟକ, ତୃପ୍ତିମୟୀ ସେନାପତି, ସ୍ୱର୍ଣ୍ଣଲତା ଧଳ, ପୁଷ୍ପଲତା ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁଶାନ୍ତ ବେହେରା ଧନ୍ୟବାଦ ଦେଇଥିଲେ ।









