ପଟ୍ଟାମୁଣ୍ଡାଇରେ ରାମଚରିତ ମାନସ ପ୍ରବଚନ ଜ୍ଞାନଯଜ୍ଞ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ଓ ବଣିକ ସଂଘ ମିଳିତ ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ ଆସନ୍ତା ୯ ତାରିଖରୁ ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପ ଠାରେ ଆରମ୍ଭ ହୋଇଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ସନ୍ଥ ରାଘବେନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ୯ ଦିନ ବ୍ୟାପି ଆୟୋଜିତ ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ଦିବସରେ ସତସଙ୍ଗ ମହିମା ଓ ଶିବ ବିବାହ, ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମ, ବାଲ୍ୟଲୀଳା, ତୃତୀୟ ଦିବସରେ ସୀତା ବିବାହ ଓ ପର୍ଶୁରାମ ଭେଟ, ଚତୁର୍ଥ ଦିବସରେ ଶ୍ରୀରାମ ବନ ଗମନ, କୈବର୍ତ ପ୍ରସଙ୍ଗ,ପଂଚମ ଦିବସରେ ଦଶରଥ ମହାରାଜାଙ୍କ ମହାପରାୟଣ ଓ ଭରତଙ୍କ ଚିତ୍ରକୂଟ ଯାତ୍ରା, ଷଷ୍ଠ ଦିବସରେ ଶ୍ରୀରାମ ଭରତ ମିଳନ ଓ ସୀତା ହରଣ,ସପ୍ତମ ଦିବସରେ ଶ୍ରୀରାମ ହନୁମାନ ମିଳନ, ଲଙ୍କା ଦହନ, ଅଷ୍ଟମ ଦିବସରେ ରାବଣ ବଧ ଓ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତନ ଓ ନବମ ତଥା ଉଦଯାପନ ଦିବସରେ ଶ୍ରୀରାମଙ୍କ ରାଜ୍ୟାଭିଷେକ, କାଳ ଭୂଷଣ୍ଡି ଓ ଗରୁଡ଼ ସମ୍ବାଦ ଆଦି ବିଭିନ୍ନ ପ୍ରସଙ୍ଗରେ ପ୍ରତିଷ୍ଠିତ ପ୍ରବଚକ ମାନେ ତାତ୍ୱିକ ବିଶ୍ଳେଷଣ କରିବାର କାର୍ଯ୍ୟ କ୍ରମ ପ୍ରସ୍ତୁତ ହୋଇଛି । ଏହି ମହାନ ଆଧ୍ୟାତ୍ମିକ ମହୋତ୍ସବରେ ଭଦ୍ରକ ପୀର ହାଟର ପଣ୍ଡିତ ରାଘବେନ୍ଦ୍ର ଦାସ, ଢେଙ୍କାନାଳ ଭୁବନ ଆଶ୍ରମର ପଣ୍ଡିତ ସନ୍ତୋଷ ଚୈତନ୍ୟ, ଜଗତ ପୁର ହରିହରାନନ୍ଦ ଆଶ୍ରମର ତ୍ରିଜୀବ ଦାଶ, ଢେଙ୍କାନାଳର ପଣ୍ଡିତ ରବୀନ୍ଦ୍ର କୁମାର ଦାଶ ପ୍ରମୁଖ ଯୋଗ ଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମ ସବୁମତେ ସଫଳ କରିବା ପାଇଁ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ସଭାପତି କିରଣ କୁମାର ଭୂୟାଁ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଚତୃର୍ଭୁଜ ରାଉଳ, ପ୍ରମୋଦ ନାୟକ, ଆଡ଼ଭୋକେଟ ସଞ୍ଜୟ ସାହୁ, ବଣିକ ସଂଘ ସଭାପତି ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ, ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ ,ତ୍ରୈଲୋକ୍ୟ ପ୍ରସାଦ ମିଶ୍ର,, ନୃସିଂହ ପାଢ଼ୀ, ଅଚ୍ୟୁତାନନ୍ଦ ଜେନା, ହରେକୃଷ୍ଣ ସାହୁ, ସମ୍ବିତ ଦାଶ, ଲଷ୍ମୀପ୍ରିୟା ପାଢ଼ୀ ପ୍ରମୁଖ ପରିଚାଳନା କରୁଛନ୍ତି । ଆସନ୍ତା ୧୭ ତାରିଖ ଶ୍ରୀରାମ ନବମୀ ଦିନ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି ।


Next Post

ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ହେଲେ ଆଇନଜୀବୀ ବିଧୁଭୂଷଣ

Thu Apr 11 , 2024
କେନ୍ଦ୍ରାପଡ଼ା, ୧୧ା୪: ଚଳିତ ସାଧାରଣ ନିର୍ବାଚନ ପାଇଁ ଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିରେ କେନ୍ଦ୍ରାପଡ଼ା ଜିଲ୍ଲା ଓବିସିସେଲ୍‌ର ପ୍ରାକ୍ତନ ସଭାପତି, ରାଜ୍ୟ ମାଟି ବାଲି ଓ ପାଣି ସୁରକ୍ଷା ସମିତିର ଆବାହକ ତଥା ଆଇନଜୀବୀ ବିଧୁଭୂଷଣ ମହାପାତ୍ର ସଦସ୍ୟ ଭାବରେ ମନୋନିତ ହୋଇଛନ୍ତି । ଏହି କମିଟିରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଶ୍ରୀ ମହାପାତ୍ର ଏକମାତ୍ର କଂଗ୍ରେସ ନେତା ଭାବେ ସ୍ଥାନ ପାଇଥିବାରୁ ନିଖିଳ ଭାରତ କଂଗ୍ରେସ କମିଟି […]

KANIKA