ସାମାନ୍ୟ ବଚସାରୁ ଛୁରି ଭୁସି ହତ୍ୟା


କେନ୍ଦ୍ରାପଡ଼ା,୧୯ା୪ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସା କେନ୍ଦ୍ର କରି ଜଣେ ଯୁବକ ଓସ୍ତପୁର ପଞ୍ଚାୟତ ସାରଙ୍ଗ ଗ୍ରାମର ଦୁର୍ଯ୍ୟୋଧନ ଖଟୁଆଙ୍କ ପୁଅ ଅକ୍ଷୟଙ୍କୁ ୧୬ଥର ଛୁରି ଭୁସି ଆକ୍ରମଣ କରି ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଥିସହ ଲୋକେ ଅପରାଧ ଘଠାଇଥିବା ଯୁବକକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚଁଚି୍ ଉକ୍ତ ଯୁବକଙ୍କୁ ଅଟକ ରଖିବା ସହ ତାଙ୍କ ନିକଟରୁ ଛୁରିକୁ ଜବତ କରିଛି । ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି ।


Next Post

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ

Fri Apr 19 , 2024
ଭୁବନେଶ୍ୱର, କେନ୍ଦ୍ରାପଡା ୧୯-୪: ବିଜେଡିରେ ଯୋଗ ଦେଲେ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଟାତା ତଥା ବରିଷ୍ଠ ଭାଜପାନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଏମ୍‌ପି ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶ୍ରୀ ସ୍ଵାଇଁ ବିଜେଡ଼ିରେ ଯୋଗଦେଇଛନ୍ତି । ବିଜେଡିକୁ ଫେରିବା ପରେ ଶ୍ରୀ ସ୍ଵାଇଁ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଜୀବନ ସାରା ବିଜୁ ବାବୁଙ୍କ ଆଦର୍ଶରେ କାମ କରିଛି। […]

KANIKA