ଭୁବନେଶ୍ୱର, କେନ୍ଦ୍ରାପଡା ୧୯-୪: ବିଜେଡିରେ ଯୋଗ ଦେଲେ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଟାତା ତଥା ବରିଷ୍ଠ ଭାଜପାନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଏମ୍ପି ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶ୍ରୀ ସ୍ଵାଇଁ ବିଜେଡ଼ିରେ ଯୋଗଦେଇଛନ୍ତି ।
ବିଜେଡିକୁ ଫେରିବା ପରେ ଶ୍ରୀ ସ୍ଵାଇଁ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଜୀବନ ସାରା ବିଜୁ ବାବୁଙ୍କ ଆଦର୍ଶରେ କାମ କରିଛି। ଯେଉଁଠି ଥିଲେ ବି ମାନସିକ ସ୍ତରରେ ନବୀନଙ୍କ ସହ ଥିଲି । ଭାଜପା ପ୍ରତି ବିତୃଷ୍ଣା ହୋଇ ଦଳ ଛାଡିଲି । ବିଜେଡିର ସଂଗଠନକୁ ସୁଦୃଢ଼ କରିବାକୁ କାମ କରିବି। ୧୯୭୨ରୁ ବିଜୁ ବାବୁଙ୍କ ଅନୁଗାମୀ ହୋଇ ପଟ୍ଟାମୁଣ୍ଡାଇରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଜନତା ଦଳର ପ୍ରଥମ ଜିଲା ସଭାପତି ଥିଲେ । ସେହିପରି ବିଜୁ ଜନତା ଦଳର ପ୍ରଥମ କେନ୍ଦ୍ରାପଡ଼ା ଜିଲା ସଭାପତି ମଧ୍ୟ ଥିଲେ । ଏହାପରେ ଭାଜପାରେ ମିଶି ୨୦୦୯ରେ ରାଜନଗର ଆସନରୁ ଭାଜପା ଟିକେଟରେ ଲଢ଼ିଥିଲେ । ଏବେ ପୁଣି ସେ ବିଜେଡିକୁ ଫେରିଛନ୍ତି ।