ଚଳିତବର୍ଷ ଜାନକୀ ବଲ୍ଲଭ ସାହିତ୍ୟ ସମ୍ମାନ ପାଇବେ ଡ. ଶତ୍ରୁଘ୍ନ ପାଣ୍ଡବ ଓ ଡ. ପ୍ରକାଶ ପରିଡା


 

କେନ୍ଦ୍ରାପଡ଼ା,୧୯ା୪: ବିଶିଷ୍ଟ ଜନନାୟକ ପ୍ରଜ୍ଞାପୁରୁଷ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧବାର୍ଷିକ ଚଳିତ ଏପ୍ରିଲ ୨୧ ତାରିଖ ରବିବାର କେନ୍ଦ୍ରାପଡା ତିନିମୁହାଣୀସ୍ଥିତ ସ୍ମୃତିପୀଠରେ ଅନୁଷ୍ଠିତ ହେବ । ସ୍ମୃତି ପରିଷଦର ସଭାପତି ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରାଙ୍କ ପୌରହିତ୍ୟରେ ହେବାକୁ ଥିବା ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଫେସର ନନ୍ଦକିଶୋର ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେବେ । କାର୍ଯ୍ୟକ୍ରମ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଠକରେ ପ୍ରଫେସର ନନ୍ଦକିଶୋର ପରିଡା, ବରିଷ୍ଠ ଆଇନଜୀବୀ ତଥା ବାର୍ ଆସୋସିଏସନ୍‌ର ସଭାପତି ଧ୍ରୁବଚରଣ ଜେନା, ବ୍ରାହ୍ମଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ବିଶ୍ୱାଳ, ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ, ଉମାଶଙ୍କର ଜେନା, ସମ୍ବିତ ଶ୍ରୀଚନ୍ଦନ, ରାଜେଶ ମହାନ୍ତି, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ, ଗଣେଶ ମେକାପ, ମୀର ମୁରସିଦ ଓ ଆକବର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହିତ ବରିଷ୍ଠ ଲେଖକ ତଥା ସାହିତ୍ୟକମାନଙ୍କ ପରାମର୍ଶ କ୍ରମେ ସ୍ମୃତି ପରିଷଦର ଚଳିତବର୍ଷ ଜାନକୀ ବଲ୍ଲଭ ସାହିତ୍ୟ ସମ୍ମାନ ୨୦୨୪ କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନ ତଥା ସାରସ୍ୱତ ସାଧକ ଅଧ୍ୟାପକ ଡଃ ଶତ୍ରୁଘ୍ନ ପାଣ୍ଡବ ଓ ଅଧ୍ୟାପକ ଡାକ୍ତର ପ୍ରକାଶ କୁମାର ପରିଡାଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading