ଭାଜପା ପ୍ରତି ସମର୍ଥନ ଉତ୍ସାହଜନକ : ଲଳିତ ବେହେରା



ଆଗାମୀ ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ରାପଡ଼ା ଲୋକସଭା ଓ ରାଜନଗର ବିଧାନସଭା ଆସନରେ ଭାଜପା ପ୍ରତି ଜନସମର୍ଥନ ଉତ୍ସାହଜନକ ବୋଲି ଆଜି ପଟ୍ଟାମୁଣ୍ଡାଇ ଭାଜପା କାର୍ଯ୍ୟାଳୟରେ ଭାରତିୟ ଜନତା ପାଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜନଗର ଆସନ ଭାଜପା ପ୍ରାର୍ଥୀ ଯୁବନେତା ଲଳିତ ବେହେରା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବ କି ବାର ୪୦୦ ପାର ନାରା ପ୍ରତି ଜନସମର୍ଥନ ଉତ୍ସାହଜନକ ରହିଥିବାବେଳେ ଡବଲ ଇଞ୍ଜିନ ସରକାର ପାଇଁ ମଧ୍ୟ ସମର୍ଥନ ରହିଛି । ରାଜନଗର ଆସନରେ ତାଙ୍କ ଭଳି ଯୁବନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ରାଜନଗର ବିଧାନସଭା ଆସନରେ ପ୍ରାର୍ଥୀ କରିଥିବାରୁ ଭାଜପା କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ସମେତ ରାଷ୍ଟୀୟ ଉପସଭାପତି ପୂର୍ବତନ ସାଂସଦ ସର୍ବୋପରି ଭାଜପା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ତାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରାୟୋଜିତ ଅପପ୍ରଚାରକୁ କଡା ଭାଷାରେ ନିନ୍ଦା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁନାକାର ପ୍ରଧାନ, ଜିଲ୍ଲା କୃଷକ ମୋର୍ଚା ସଭାପତି ଶ୍ରୀଧର ପ୍ରଧାନ, ରାଜନଗର ମଣ୍ଡକ ପ୍ରାକ୍ତନ ସଭାପତି ଧୀରେନ ବିଶ୍ୱାଳ, ବରିଷ୍ଠ ନେତା ରବୀନ୍ଦ୍ର ବିଶ୍ୱାଳ, ଯୁବନେତା ଦେବାଶିଷ ମଲିକ ପ୍ରମୁଖ ଉପସ୍ଥିତ ରହି ଖବରଦାତା ମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading