ପଟ୍ଟାମୁଣ୍ଡାଇ ଶୁଖୁଆବସ୍ତିବାସିନ୍ଦାଙ୍କୁ ଥଇଥାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବେଲତଳ ଶୁଖୁଆପଡା ବସ୍ତିବାସିନ୍ଦା ସଙ୍ଘ ପକ୍ଷରୁ  ଥଇଥାନ ଦାବିରେ ସୋମବାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ୩୦ଟି ପରିବାରର ୧୫୦ରୁ ଉର୍ଦ୍ଧ୍ୱ ଲୋକ ପିଲାଛୁଆଙ୍କୁ ଧରି ହିଂସ୍ର ଜନ୍ତୁଙ୍କ ଗହଣରେ ଘନ ଜଙ୍ଗଲ ପୂର୍ଣ୍ଣ ବେଲତଳସ୍ଥିତ ଶୁଖୁଆପଡା ବସ୍ତିର ବସବାସ କରି ଆସୁଛନ୍ତି । ୧୦ବର୍ଷ ପୂର୍ବରୁ ସରକାର ବସ୍ତିବାସିନ୍ଦା ଥଇଥାନ ଯୋଜନାରେ ଏହି ଶୁଖୁଆପଡା ବସ୍ତିବାସିନ୍ଦାଙ୍କୁ ପଟ୍ଟାମୁଣ୍ଡାଇ ସ୍ମାର୍ଟ ପାର୍କ ନିକଟରେ ଗୃହ ନିର୍ମାଣ ପୂର୍ବକ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇ ଥଇଥାନ କରିବାକୁ ପ୍ରତିଶୃତି ଦେଇଥିଲେ । ସେହି ସମୟରେ ତତକାଳୀନ ଜିଲ୍ଲାପାଳ, ତହସିଲଦାର, ପୈାରନିର୍ବାହୀ ଅଧିକାରୀ, ପୋଲିସ ଅଧିକାରୀ ଓ ପୈାର ପରିଷଦର କାଉନସିଲରମାନଙ୍କୁ ଏକ ବୈଠକରେ ସ୍ଥିର କରାଯାଇଥିଲା ଯେ ପର୍ଯ୍ୟନ୍ତ ଶୁଖୁଆପଡା ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରାଯାଇଛି ସେ ପର୍ଯ୍ୟନ୍ତ ସେମାନଙ୍କୁ କୈାଣସି ହଇରାଣ ହରକତ କରାଯିବନାହିଁ । କିନ୍ତୁ ସେହି ବସ୍ତି ମଧ୍ୟ ଦେଇ ଏକ ରାସ୍ତା ନିର୍ମାଣ କରାଯିବାକୁ ସ୍ଥିର କରାଯିବା ପରେ ସଂପୃକ୍ତ ରାସ୍ତା ନିର୍ମାଣକାରୀ ଠିକାସଂସ୍ଥା ପକ୍ଷରୁ ସେହି ବସ୍ତିକୁ ବିଭିନ୍ନ ସମୟରେ ଗୁଣ୍ଡା, ବଦମାସ ଓ ଅସାମାଜିକ ଲୋକଙ୍କୁ ପଠାଯାଇ ସେମାନଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଏଥିସହିତ ସେହି ବସ୍ତିରୁ ବଡ ବଡ ଗଛ ଗୁଡିକ ସେହି ସଂସ୍ଥା କାଟି ନେଉଥିବା ସେମାନେ ଅଭିଯୋଗ କରିଛନ୍ତି । ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ସେମାନଙ୍କୁ ଥଇଥାନ କରାନଯାଇ ସେହି ବସ୍ତିରୁ ବଡ ବଡ ଗଛ ଗୁଡିକ କାଟିନେଲେ ସେମାନେ କିଭଳି ସେଠାରେ ବସବାସ କରିବେ । ପୋଲିସକୁ ଲଗାଇ ଯୋରଜବରଦସ୍ତି ସଂପୃକ୍ତ ଠିକାସଂସ୍ଥା ସେଠାରୁ ବଡ ବଡ ଗଛ କାଟିନେବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି । ବସ୍ତିବାସିନ୍ଦାମାନଙ୍କ ପକ୍ଷରୁ ଶୁଖୁଆପଡା ବସ୍ତିବାସିନ୍ଦା ସଙ୍ଘର ସଭାନେତ୍ରୀ ଶ୍ୟାମଳି ଦାସ, ସମ୍ପାଦିକା ଆଶାଲତା ସୁତାର, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଦଳାଇ, ଝୁନା ସାହୁ, କବିତା ଭୋଇ, ସପନି ବେହେରା, ସଚିନା ତରାଇ, ଆରତୀ ସାହୁ, ରାଧାରାଣୀ ଭୋଇ, ସରସ୍ୱତୀ ମଣ୍ଡଳ, ମମତା ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ନିବେଦନ କରି କହିଛନ୍ତି ଯେ ସେମାନେ ରାସ୍ତା ନିର୍ମାଣକୁ ବିରୋଧ କରୁନାହାନ୍ତି । କିନ୍ତୁ ପ୍ରଥମେ ସେମାନଙ୍କୁ ଥଇଥାନ କରାଯିବା ପରେ ସେହି ବସ୍ତିରୁ ବଡ ବଡ ଗଛ ଗୁଡିକ କଟାଯାଇ ରାସ୍ତା ନିର୍ମାଣ କରାଯାଉ । ନଚେତ ସେମାନେ ରାଜରାସ୍ତାକୁ ଓହ୍ଲାଇ ଏଭଳି ଅନ୍ୟାୟ କାର୍ଯ୍ୟର ବିରୋଧ କରିବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading