ଖଣତାରେ ବିଜେଡି ମିଶ୍ରଣ ପର୍ବ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଣତା ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ କୋଟି କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଉଭୟ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଭିନ୍ନ ବର୍ଗ ସମେତ ଆଞ୍ଚଳିକ ବିକାଶ ବିଜେଡିର ଏକମାତ୍ର ପରିଚୟ ହୋଇଥିବାରୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ୱାନରେ ଡବଲ ଶଙ୍ଖରେ ଭୋଟ ଦେଇ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ରେକର୍ଡ ବ୍ୟବଧାନରେ ବିଜୟୀ କରିବାକୁ ନିବେଦନ କରିଥିଲେ । ୧୭ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବରିଷ୍ଠ ନେତା ନିମାଇ କର ,ସରପଂଚ ଅନିଲ ଲେଙ୍କା, ବରିଷ୍ଠ ନେତା ପଂଚନନ ଧଳ, ସମିତି ସଭ୍ୟ ସୁରେଶ ଜେନା, ବ୍ଲକ ବିଜେଡି ଉପସଭାପତି ସୁବାଷ ଦାସ, ସର୍ବେଶ୍ୱର ମହାନ୍ତି, ମାଗୁଣି ଲେଙ୍କା,ବିରଂଚି ଦାଶ, ସମୀର ମଲିକ, ସୁରେନ୍ଦ୍ର ଦାସ ପ୍ରମୁଖ ଭାଷଣ ଦେଇ ଉଭୟ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ଶେଷରେ ଅନିଲ ଲେଙ୍କା ଧନ୍ୟବାଦ ଦେଇଥିଲେ । ଏଥିରେ କଂଗ୍ରେସ ସମେତ ବିଭିନ୍ନ ଦଳର ନେତା ଓ କର୍ମୀଙ୍କୁ ଦଳୀୟ ଉତରୀୟ ପ୍ରଦାନ କରାଯାଇ ବିଜେଡିରେ ସାମିଲ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading