କୃଷଙ୍କ ବିନା ବ୍ଲକସ୍ତରୀୟ ଉଦ୍ୟାନକୃଷି କର୍ମଶାଳା , ସରକାରୀ ସ୍ତରରେ କୃଷକଙ୍କୁ ଦିଆଗଲାନି ସୁଚନା



କେନ୍ଦ୍ରାପଡା ୨୦ ।୭-ଉପଯୁକ୍ତ ସଚେତନତା ଓ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା କୃଷିର ବିକାଶ ସହ କୃଷକମାନେ ସଶକ୍ତ ହୋଇ ଆର୍ôଥକ ପ୍ରଗତି ହାସଲ କରିପାରିବାକୁ ସରକାର କୃଷକମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ସରକାରୀ ବାବୁ ମାନଙ୍କ ଅପରିଣାମ ଦର୍ଶିତା ଓ ମନମାନୀ ପାଇଁ ସରକାରୀ ଯୋଜନା ପ୍ରହଶନରେ ପରିଣତ ହେଉଛି । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ବୁଧବାର ଆୟୋଜିତ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳାରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ।
କୃଷକ ନେତା ଗୟାଧର ଧଳ, ବିଜୟ ଦାସ, ସହଦେବ ଦାସ, ସୁରେନ୍ଦ୍ର ପରିଡା ପ୍ରମୁଖ କୁହନ୍ତି, ଗତ କାଲି ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଟିତ ହେଉଥିଲା । ସେଠାରେ ହାତ ଗଣତିରେ ମାତ୍ର କେତେ ଜଣ କୃଷକ ଓ ଅଧିକାଶଂ ଅଣ କୃଷକ ମାନଙ୍କୁ ନେଇ କର୍ମଶାଳା ଯେନତେନ ପ୍ରକାର ଅନୁଷ୍ଟିତ ହୋଇଥିଲା । ବ୍ଲକର ବିଭିନ୍ନ ଅଂଚଳରେ ଥିବା କୃଷି ସଂଗଠନ ଗୁଡିକୁ ଖବର ନଥିଲା । ବିଭିନ୍ନ କୃଷି ସମବାୟ ସମିତିର ପଞିକୃତ ଚାଷୀ ମାନଙ୍କୁ ଖବର ଦିଆଯାଇନଥିଲା । ପୂର୍ବରୁ ସଭ୍ୟ, ସରପଂଚ ମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଖବର ଥିଲେ ହେଁ ନିଜନିଜ ଅଂଚଳର ଚାଷୀ ମାନଙ୍କୁ ସେମାନେ ଅବଗତ କରାଇ ନଥିଲେ । ପଟ୍ଟାମୁଣ୍ଡାଇରେ ଅନୁଷ୍ଟିତ ହୋଇଥିବା ତାଲିମ କର୍ମଶାଳାରେ ଅତିଥି ନିଜେ କହି ନିଜେ ଶୁଣିଲେ । ଫଳରେ ତାଲିମ କର୍ମଶାଳାରେ ବସ୍ତୁତଃ ପ୍ରହଶନରେ ପରିଣତ ହୋଇଛି ବୋଲି ସେମାନେ କହିଛନ୍ତି ।
ପଟ୍ଟାମୁଣ୍ଡାଇ ଉଦ୍ୟାନ କୃଷି ଅଧିକାରୀ ସୌମ୍ୟରଞ୍ଜନ ସେଠୀଙ୍କ ପୌରହିତ୍ୟ ରେ ଆୟୋଜିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ କହିଥିଲେ , ସରକାର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିବା ସହ ପ୍ରୋତ୍ସାହନ ରାଶି ଯୋଗାଇ ଦେଉ ଥିଲେ ମଧ୍ୟ କୃଷକମାନଙ୍କ ମଧ୍ୟରେ ଉପଯୁକ୍ତ ସଚେତନତାର ଅଭାବ ଓ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ନହେବା କାରଣରୁ କୃଷିର ଆଶାନୁରୂପ ବିକାଶ ହୋଇପାରୁନାହିଁ । ଯାହାଫଳରେ କୃଷକମାନେ ପ୍ରାକୃତିକ ବିପର୍ଯୟର ମୁକାବିଲା କରି କ୍ଷତିଗ୍ରସ୍ତ ହେଉଛନ୍ତି । କୃଷି ପ୍ରତି ଅନାଗ୍ରହ ଭାବ ଯୋଗୁଁ ବହୁ ଉର୍ବର ଜମି ପଡିଆ ପଡି ବେଣା ଜଙ୍ଗଲରେ ଭର୍ତି ହେଉଛି । କର୍ମସଂସ୍ଥାନ ନପାଇ ଲୋକମାନେ ଦାଦନ ଖଟିବାକୁ ବାହାର ରାଜ୍ୟ ଚାଲିଯିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଶୀତଳ ଭଣ୍ଡାର ନଥିବାରୁ କୃଷିଜାତ ଦ୍ରବ୍ୟ ନଷ୍ଟ ହେବା ଯୋଗୁଁ ଚାଷୀ କ୍ଷତି ସହିବା ଯୋଗୁଁ ଚାଷ ପ୍ରତି ଅନାସ୍ଥାଭାବ ଦେଖାଦେଇଛି । କୃଷି ଓ ଉଦ୍ୟାନ କୃଷି ଅଧିକାରୀମାନେ କୃଷକମାନଙ୍କ ବିଦ୍ୟୁତ ଯୋଗାଣ ସମସ୍ୟା,ଉଠାଜଳସେଚନ ପଏଂଟ ଅଚଳ, ଶୀତଳ ଭଣ୍ଡାର ଅଭାବ ଆଦି ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ସହିତ ସରକାରୀ ଯୋଜନା ଓ ଉତ୍ପାଦନ ବୃଦ୍ଧି ପାଇଁ ଆଧୁନିକ ଜ୍ଞାନକୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ।
ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଦ୍ୟୁତ ଯୋଗାଣ ସମସ୍ୟା, ଉଠାଜଳସେଚନ ପଏଂଟ ଅଚଳ, ସୋଲାର ସବସିଡ, ମାଙ୍କଡ଼, ଷଣ୍ଢ, ଗାଇ ଉପଦ୍ରବ ସର୍ବୋପରି ଶୀତଳଭଣ୍ଡାର ଖୋଲିବା ସମ୍ପର୍କରେ କହିଥିଲେ । କେନ୍ଦ୍ରାପଡ଼ା କୃଷି ସହକାରୀ ନିର୍ଦେଶକ ତୁଷାର ମହାପାତ୍ର, ଉଦ୍ୟାନକୃଷି ସହକାରୀ ନିର୍ଦେଶକ ଦେବ ଦାସ ଦତ, ଖବରଦାତା ଅକ୍ଷୟ ସାହୁ, ଜଗନ୍ନାଥ ଆଚାର୍ଯ୍ୟ, ମହାକାଳପଡ଼ା ସହକାରୀ ଉଦ୍ୟାନ ଅଧିକାରୀ ସୌରଭ ମହାପାତ୍ର, ଗରଦପୁର ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀରାମ ପ୍ରଧାନ ଓ କୃଷି ବିଭାଗ ଯନ୍ତ୍ରୀ ଜାନକୀ ବଲ୍ଲଭ ପ୍ରଧାନ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ସରକାରଙ୍କ କୃଷକ କଲ୍ୟାଣ ଯୋଜନା, ଆଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି କର୍ମଶାଳାରେ ସରପଂଚ ସର୍ବଶ୍ରୀ ସନ୍ତୋଷ ସେଠୀ, ରଂଜିତା ସାହୁ, ପ୍ରିୟବ୍ରତ ଓଝା, ସଂଗ୍ରାମ ବାରିକ, ଦୀପ୍ତିମୟୀ ପରିଡା, ଲଷ୍ମୀପ୍ରିୟା ଷଢଙ୍ଗୀ, ଜ୍ଞାନେନ୍ଦ୍ର ଖଣ୍ଡାଇ, ଶତ୍ରୁଘନ ମଲିକ, ଦେବେନ୍ଦ୍ର ନାୟକ,ଦମୟନ୍ତୀ ସାମନ୍ତରାୟ,ଅନିଲ ଲେଙ୍କା, ନ ରେଶ ମଲିକ, ଅନୁସୂୟା ନାଥ, ନିରାକାର ନାୟକ ଓ ସମିତିସଭ୍ୟ ଅଭୟ ସ୍ୱାଇଁ, ଶଶାଙ୍କ ବିଶ୍ୱାଳ, ନିରଞ୍ଜନ ବାରିକ, ମାନସ ମଲିକ, ତୃପ୍ତିମୟୀ ମଲିକ ଏବଂ ଚାଷୀ ଅଜୟ ଜେନା, ନାରାୟଣ ମହାନ୍ତି ଓ ରଞ୍ଜନ ସାହୁ ପ୍ରମୁଖ ନିଜ ନିଜର ମତ ରଖିଥିଲେ । ଶେଷରେ ନଳିନୀକାନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading