କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ-କଂଗ୍ରେସ


କେନ୍ଦ୍ରାପଡା ୩/୫ – ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ନିର୍ଦ୍ଦେଶରେ ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ତଥା ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଦାଶ ଅତିଥି ପରିଚୟ ପ୍ରଦାନ କରବା ପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ତଥା ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଲୋକନାଥ ମହାରଥୀ ପୌରହିତ୍ୟରେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଆବାହକ ସୁଧାଂଶୁ ଶେଖର ଦେଓ ଯୋଗଦେଇ ଭାରତର ଜନନାୟକ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି କୁ ନେଇ ସାମ୍ବାଦିକଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ସେ କହିଥିଲେ କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ଯଥା ନାରୀ ନ୍ୟାୟ,ଚାଷୀଙ୍କୁ ନ୍ୟାୟ, ଯୁବବର୍ଗ ମାନଙ୍କ ପାଇଁ ନ୍ୟାୟ,ଭାଗିଦାରୀ ନ୍ୟାୟ,ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ କରାଯିବ । ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ୫ ନ୍ୟାୟ ୨୪ ଗ୍ୟାରେଣ୍ଟିକୁ ନେଇ ଜନସାଧାରଣଙ୍କ ପାଖରେ ପହଁଞ୍ଚିବ ।

ଏହି ଅବସରରେ ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାଶ ଜିଲ୍ଲାର ଆଞ୍ଚଳିକ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା,ସିଟି ହସ୍ପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ୱୟଂଶାଶିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା, କେନ୍ଦ୍ରାପଡା କୃଷିଭତ୍ତିକ ଜିଲ୍ଲା ହୋଇଥିବାରୁ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପୁରଣ କରାଯିବାର ପ୍ରତିଶ୍ରୁତି ଦେଇଥିବା ବିଫଳ ବିଜେଡି ସରକାରକୁ ସାଧାରଣ ଜନତା ଆସନ୍ତା ନିର୍ବାଚନରେ ଉଚିତ୍ ଜବାବ ଦେବେ । କଂଗ୍ରେସ ସରକାରକୁ ଆସିଲେ ଉକ୍ତ ଆଞ୍ଚଳିକ ସମସ୍ୟାକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ପ୍ରଚାର କମିଟି ଅଧ୍ୟକ୍ଷ ସେକ ଜାହିର ମହମ୍ମଦ, ପାଟକୁରା ବିଧାୟକ ପ୍ରାର୍ଥୀ ରତିକାନ୍ତ କାନୁନଗୋ, କେନ୍ଦ୍ରାପଡା ବିଧାୟିକା ପ୍ରାର୍ଥୀ ସିପ୍ରା ମଲ୍ଲିକ, ରାଜନଗର ବିଧାୟକ ପ୍ରାର୍ଥୀ ଅଶୋକ ପ୍ରତିହାରୀ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଚିନ୍ମୟ ପ୍ରସାଦ ବେଉରା ପ୍ରମୁଖ ରାଜ୍ୟରେ ଥିବା ବିଫଳ ବିଜେଡି ଏବଂ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ସମାଲୋଚନା କରି ୨୪ ଗ୍ୟାରେଂଟି ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ଥିବା ନେତୃବୃନ୍ଦ ମହାଲକ୍ଷ୍ମୀ ଯୋଜନାରେ ଗରିବ ପରିବାରରେ ଜଣେ ମହିଳାକୁ ବର୍ଷରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ନୂଆ ନିଯୁକ୍ତି ଯୋଜନାରେ ୫୦% ମହିଳା ସଂରକ୍ଷଣ । ଶକ୍ତିର ସମ୍ମାନ ଯୋଜନାରେ ଆଶା, ଅଙ୍ଗନବାଡି ଏବଂ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ମହିଳା ମାନଙ୍କୁ କେନ୍ଦ୍ର ସରକାରଙ୍କର ତରଫରୁ ଦୁଇଗୁଣା ଦରମା ପ୍ରଦାନ, ମହିଳା ମାନଙ୍କୁ ଆଇନଗତ ଅଧିକାର ସହ ସୁପରିଚିତ କରେଇବାକୁ ସବୁ ଗ୍ରାମ ପଞ୍ଚାୟତରେ ଜଣେ ଅଧିକାର ମୈତ୍ରୀ । ସାବିତ୍ରୀବାଈ ଫୁଲେ ହଷ୍ଟେଲ ଯୋଜନାରେ କର୍ମଜୀବି ମହିଳା ମାନଙ୍କ ପାଇଁ ହଷ୍ଟେଲ ସୁବିଧାକୁ ଦୁଇଗୁଣ କରାଯିବ । ଉଚିତ୍ ଦାମ ସ୍ୱାମୀନାଥନ୍ ଫର୍ମୁଲା ଅନୁସାରେ ଫସଲର ନିମ୍ନତମ ମୁଲ୍ୟ (ଏମଏସପି)କୁ ଆଇନଗତ ମାନ୍ୟତା । ଋଣ ମୁକ୍ତି ଆୟୋଗ ଚାଷୀ ମାନଙ୍କ ଋଣ ଛାଡ ପାଇଁ କମିଶନ୍ ଗଠନ । ଫସଲ ବୀମା ସିଧା ବ୍ୟାଙ୍କ ଖାତାକୁ ଫସଲ କ୍ଷତିର ବୀମା ରାଶି ୩୦ ଦିନ ଭିତରେ ନିଶ୍ଚିତ କରାଯିବ । ଉଚିତ୍ ଆମଦାନୀ ରପ୍ତାନୀ ନୀତି ଚାଷୀଙ୍କ ଲାଭ ନୀତି ପ୍ରଣୟନ, ଜିଏସଟି ମୁକ୍ତ ଚାଷ ଚାଷରେ ଲାଗୁଥିବା ବିଭିନ୍ନ ସାମଗ୍ରୀ ଉପରେ ଜିଏସଟି ଲାଗୁ କରାଯିବ ନାହିଁ । ଚାକିରୀ ପାଇଁ ଭରସା ଯୋଗନାରେ କେନ୍ଦ୍ର ସରକାରରେ କ୍ୟାଲେଣ୍ଡର ଅନୁସାରେ ୩୦ ଲକ୍ଷ ନୂଆ ଚାକିରୀ ନିଶ୍ଚିନ୍ତ କରାଯିବ, ପ୍ରଥମ ଚାକିରୀ ନିଶ୍ଚିନ୍ତ ଆପ୍ରେଣ୍ଟିସସିପ୍ ପାଇଁ ପ୍ରତ୍ୟେକ ଶିକ୍ଷିତ ଯୁବକ/ଯୁବତୀଙ୍କୁ ଗୋଟେ ବର୍ଷ ପାଇଁ ଲକ୍ଷେ ଟଙ୍କା (୮.୫୦୦ ପ୍ରତି ମାସ), ପ୍ରଶ୍ନ ପତ୍ର ଲିକ୍ ରୁ ମୁକ୍ତି, ପେପର ଲିକ୍ କୁ ପୁରା ବନ୍ଦ କରିବା ପାଇଁ ଗୋଟେ ଆଇନ୍ ଲାଗୁ କରିବା, ଗିଗ୍ ଇକୋନୋମିରେ ସାମାଜିକ ସୁରକ୍ଷା ଯୋଜନାରେ ଅସଂଗଠିତ କାର୍ଯ୍ୟ କ୍ଷେତ୍ରରେ ଯୁବକ/ଯୁବତୀ ମାନଙ୍କ ପାଇଁ ଉନ୍ନତ ମାନର କାର୍ଯ୍ୟ ବ୍ୟବସ୍ଥା ଓ ସାମାଜିକ ସୁରକ୍ଷା କରିବା, ସାମାଜିକ, ଅର୍ଥନୈତିକ ଏବଂ ଜାତି ଜନଗଣନା କରିବା, ସମ୍ବିଧାନ ସଂଶୋଧନ କରାଯାଇ ସଂରକ୍ଷଣର ଅଧିକାର ଏସସି/ଏସଟି/ଓବିସି ସଂରକ୍ଷଣ ଉପରେ ୫୦% ସୀମା ହଟାଇ ଦିଆଯିବା,ଏସସି/ଏସଟି ସବ୍ ଯୋଜନାର ଆଇନ୍ ଗତ ମାନ୍ୟତା, ଜନସଂଖ୍ୟା ହିସାବରେ ଏସସି/ଏସଟି ଉପ-ବଜେଟ୍‌, ଜଳ-ଜଙ୍ଗଲ-ଜମି ଉପରେ ଆଇନ୍‌ଗତ ଅଧିକାର, ଜଙ୍ଗଲ ଅଧିକାର ଆଇନ ଅନୁସାରେ ଥିବା ଦାବୀ ଗୁଡିକର ବର୍ଷେ ଭିତରେ ସମାଧାନ କରାଯିବା ନିଜ ଅଞ୍ଚଳ, ନିଜ ରାଜୁତିଞ୍ଚେଯାଜନାରେ ଯେଉଁଠି ୫୦% ରୁ ଅଧିକ ଜନଜାତି ସମ୍ପ୍ରଦାୟ ଲୋକ ବସବାସ କରୁଥିବେ ସେହି ଅଞ୍ଚଳକୁ ଅନୁସୂଚିତ ଜନଜାତି ଅଞ୍ଚଳ ଘୋଷଣା କରାଯିବା, ସାସ୍ଥ୍ୟ ଅଧିକାର ରେ ମାଗଣାରେ ଆବଶ୍ୟକ ଡାଇଗନୋଷ୍ଟିକ୍‌, ଔଷଧ, ଅସ୍ତ୍ରୋପଚାର ଏକ ସବୁପ୍ରକାର ସ୍ୱାସ୍ଥ୍ୟ ଉପଯୋଗୀ ଉପଚାର ପ୍ରଦାନ ଓ ଯତ୍ନ କରିବା, ପରିଶ୍ରମ ଅନୁସାରେ ସମ୍ମାନ କରିବା ଆଧାରରେ ପ୍ରତିଦିନ, ପ୍ରତିଶ୍ରମିକଙ୍କୁ ୪୦୦ ଟଙ୍କା ସର୍ବନିମ୍ନ ମଜୁରୀ, ମନରେଗା ଶ୍ରମିକ ମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ । ସହରରେ ରୋଜଗାର ପ୍ରତିଶ୍ରୁତି ଆଧାରରେ ସହର କ୍ଷେତ୍ର ପାଇଁ ରୋଜଗାର ଗ୍ୟାରେଣ୍ଟିି ବା ପ୍ରତିଶ୍ରୁତି ଦିଆଯିବା, ସାମାଜିକ ସୁରକ୍ଷା ଆଧାରରେ ଅସଂଗଠିତ ଶ୍ରମିକ ମାନଙ୍କ ପାଇଁ ଜୀବନ ବୀମା ଓ ଦୁର୍ଘଟଣା ବୀମା ଦିଆଯିବା, ସେହିପରି ସୁରକ୍ଷିତ ରୋଜଗାର ପାଇଁ ବିଭିନ୍ନ ସରକାରୀ ଚାକରୀ ରେ ଠିକା ନିଯୁକ୍ତି ବନ୍ଦ କରା ଯିବା ଓ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତି ନିଆଯାଇଛି । ରାଜ୍ୟବାସୀଙ୍କ ଆଶୀର୍ବାଦରୁ କଂଗ୍ରେସ କ୍ଷମତାସୀନ ହେଲେ ଗ୍ୟାରେଣ୍ଟି କୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ରାଜ୍ୟବାସୀ କଂଗ୍ରେସର ୫ ନ୍ୟାୟ ୨୪ ଗ୍ୟାରେଣ୍ଟି କୁ ଗୁରୁତ୍ୱ ଦେବେ, କଂଗ୍ରେସକୁ ବିଶ୍ୱାସକୁ ନେବେ ଓ କଂଗ୍ରେସକୁ ସମର୍ଥନ ଦେଇ ରାଜ୍ୟରେ ପରିବର୍ତନ ଆଣିବେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ପୂର୍ବତନ ପୌରାଧକ୍ଷ ଆକବର ଅଲ୍ଲୀ,ପିସିସି ପ୍ରଚାର କମିଟି ସଭ୍ୟ ବିଧୁ ଭୂଷଣ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ପୂର୍ବତନ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ପିସିସି ସଭ୍ୟ ସଞ୍ଜୟ ରାଉତ,ହେମନ୍ତ ବିଶ୍ୱାଳ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ସସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading