ପୋଖରୀପୁଟ ଡି ଏ ଭି ପବ୍ଲିକ ସ୍କୁଲରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା


ଭୁବନେଶ୍ୱର ୨୦।୨-ଗୁରୁବାର ୨୦୨୨-୨୩ ଶିକ୍ଷାବର୍ଷର ସିବିଏସସି ଦଶମ କୃତି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ଅଭିନନ୍ଦନ ଉତ୍ସବ ପୋଖରୀପୁଟ ସ୍ଥିତ ଡିଏଭି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ,ଡିଏଭି ଆଞ୍ଚଳିକ ଅନୁଷ୍ଠାନର ସହ ନିର୍ଦ୍ଦେଶିକା ଛାତ୍ରଛାତ୍ରୀମାନଙ୍କର ଉତ୍ତୋରତ୍ତର କାମନା ପୂର୍ବକ ଏକ ପ୍ରେରଣା ଦାୟକ ଅଭିଭାଷଣ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।  ବିଦ୍ୟାଳୟର କୃତିଛାତ୍ର ଅମ୍ଳାନଦୀପ ସାହୁ ୨୦୨୨-୨୩ ଶିକ୍ଷାବର୍ଷ ସିବିଏସସି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବାଧିକ ୯୮ ପ୍ରତିଶତ ମାର୍କ ରଖି ଓଡିଶାରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅତିଥି ମାନେ ଖୁସି ବ୍ୟକ୍ତ କରିଥିଲେ। ଅମ୍ଳାନଦୀପ ସ୍ଥାନୀୟ ପାଣ୍ଠି ସମିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଉପନିର୍ଦ୍ଦେଶକ ଅଖିଲ ସାହୁ ଓ ଐଶ୍ୱର୍ଯ୍ୟ ସାହୁଙ୍କ ଏକମାତ୍ର ପୁତ୍ର କୃତି ଛାତ୍ର ଅମ୍ଳାନଦୀପ ତାଙ୍କର ଅଭିଜ୍ଞତାକୁ ପିଲାମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।  ଜାତୀୟ ସଂଗୀତ ଗାନ ପୂର୍ବକ ସଭା ଉଦ୍‌ଯାପନ କରାଯାଇଥିଲା ।


Next Post

ରାଜ୍ୟ କ୍ୟାବିନେଟ୍‍ ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୭ ପ୍ରସ୍ତାବ ଉପରେ ମୋହର, ମିଶନ ଶକ୍ତି ସ୍କୁଟର ଯୋଜନା ସାମିଲ

Fri Jul 21 , 2023
ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କମ୍ପ୍ରିହେନସିଭ କ୍ୟାନସର ପ୍ଲାନ ପାଇଁ ୧୦୦୧.୧୪ କୋଟି ଟଙ୍କା ବଜେଟ୍ ଅନୁମୋଦନ ମାର୍ଶାଘାଇ-ଜମ୍ବୁ ରାସ୍ତାର ହେବ ପ୍ରଶସ୍ତିକରଣ ଭୁବନେଶ୍ୱର,୨୧ା୦୭-ରାଜ୍ୟ କ୍ୟାବିନେଟ୍ ର ୬୨ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ମୋଟ ୧୭ ଟି ପ୍ରସ୍ତାବ ଗୁଡିକ ସ୍ୱୀକୃତି ଲାଭ କରିଛି । ରାଜ୍ୟ […]

KANIKA