କଲେଜ ଛାତ୍ରୀଙ୍କ ଅକାଳ ବିୟୋଗ ,ଧୋୟା ଅଂଚଳରେ ଶୋକରଛାୟା


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଅଳପୁଆ ଗ୍ରାମର ସ୍ମୃତିପ୍ରଜ୍ଞା ସାହୁ (୧୭)ବର୍ଷଙ୍କର ଅକାଳ ବିୟୋଗ ଘଟିଛି । ଅଳପୁଆ ପଂଚାୟତ ପୂର୍ବତନ ସମିତି ସଭ୍ୟ ଚନ୍ଦନ ସାହୁ ଓ ପଟ୍ଟାମୁଣ୍ଡାଇ ପୈାରପରିଷଦ ୧ନମ୍ୱର ୱାଡର କାଉନସିଲର ଲକ୍ଷ୍ମୀପ୍ରୀୟା ସାହୁଙ୍କ ଝିଅ ସ୍ମୃତି କଟକ ସରକାରୀ ଭୁବନା ନନ୍ଦ ଇଂଜିନିାରିଙ୍‌ଗ କଲେଜରେ ଡିପ୍ଲୋମା କରୁଥିବା ବେଳେ ଗୁରୁତର ଅସୁସ୍ଥ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ବୁଧବାର ସଂନ୍ଧ୍ୟାରେ ତାଙ୍କ ଅକାଳ ବିୟୋଗରେ ପଟ୍ଟାମୁଣ୍ଡାଇ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ସ୍ମୃତିର ମରଶରୀରକୁ ଶୋଭାଯାତ୍ରାରେ ନେଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ଏଥିରେ ଗ୍ରାମ ବାସୀ ବନ୍ଧୁ ପରିବାରବର୍ଗ ଓ ବୋଷ କଲେଜର ବହୁ ସାଙ୍ଗମାନେ ଭାଗ ନେଇ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading