ଚାଷୀ ଶ୍ରମିକ ସଂଘ ପକ୍ଷରୁ କୃଷକ ଦିବସ ପାଳିତ


ଡେରାବିଶ – ୧୦/୫, – ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ଡେରାବିଶ ବ୍ଲକ ଅଧିନ ଚାଟରାଚକଡା ପଞ୍ଚାୟତ ଛତାସ୍ଥିତ କୃଷକ ଭବନଠାରେ କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ କୃଷକ ଦିବସ ଶୁକ୍ରବାର ପାଳିତହୋ ଇଯାଇଛି । ଏହି ଅବସରରେ ଚାଷୀମାନଙ୍କ ମାଙ୍ଗଳିକ ଉତ୍ସବ ପାଇଁ ଆଜି ସକାଳ ୮ଟାରେ ପବିତ୍ର ଅକ୍ଷିମୁଠି ସୁସଜ୍ଜିତ କରାଯାଇ ଛତାବଟ ମହାପୁରୁଷଙ୍କ ନିକଟକୁ ଘଣ୍ଟ ସଂକୀର୍ତ୍ତନ ଶୋଭାଯାତ୍ରା ମଧ୍ୟରେ ନିଆଯାଇଥିଲା । ମହାପୁରୁଷଙ୍କ ନିକଟରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ଅକ୍ଷିମୁଠିକୁ କ୍ଷେତ ଅଭିମୁଖେ ନିଆଯାଇଥିଲା । ପୂର୍ବରୁ ପ୍ରସ୍ତୁତ ହୋଇଥିବା ଜମିରେ ଅକ୍ଷିମୁଠି ପହଞ୍ôଚବା ପରେ କ୍ଷେତରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ କୃଷକ ଦିବସର ଆମନ୍ତ୍ରିତ ଅତିଥିମାନେ ବ୍ରାହ୍ମଣଙ୍କଠାରୁ ଅକ୍ଷୟ ବୀଜ(ଧାନ) ପାଇବା ପରେ କ୍ଷେତରେ ଶୂଭ ଅନୁକୂଳ କରିଥିଲେ । ଏହି ସମୟରେ ହରିବୋଲ ହୁଳାହୁଳୀ ଧ୍ୱନିରେ କ୍ଷେତ ପ୍ରକମ୍ପିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ସଭାରେ ସଂଘ ସଭାପତି ପଣ୍ଡିତ ଶରତ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସଂଘର ମୁଖ୍ୟ ଉପଦେଷ୍ଟା ଇଂ କୂଳମଣୀ ପରିଡା, ପୂର୍ବତନ ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତି ମଲ୍ଲିକ, ଅଧ୍ୟାପକ ପ୍ରଭାକର ସାମଲ, ଅନନ୍ତ କିଶୋର ଭୂୟାଁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃଷକ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରଜକିଶୋର ସାହୁ, ବସନ୍ତ କୁମାର ଜେନା, ଭରତ ସିଂ, ପୂର୍ବତନ ସରପଞ୍ଚ ରଜନୀକାନ୍ତ ଦାସ, ଶରତ ମଲ୍ଲିକ, ଅଞ୍ଜନ ପଲାଇ, ରଞ୍ଜିତ ସାମଲ, ମମତା ଦାଶ ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ । ସଂଘର ସମ୍ପାଦକ କୃତ୍ତିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମଦନ ମହାନ୍ତି, କମଳ ମହାନ୍ତି, ରତ୍ନମଞ୍ଜରୀ ଦାଶ ଏବଂ ଅନନ୍ତ କର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଗରଦପୁର, ଡେରାବିଶ ଏବଂ କେନ୍ଦ୍ରାପଡା ବ୍ଲକର ୫ଜଣ ଅଗ୍ରଣୀ ଚାଷୀଙ୍କୁ ପୁଷ୍ପମାଲ୍ୟ ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପାରମ୍ପରିକ ଭୋଗ ପ୍ରସ୍ତୁତି କରାଯାଇ ଉପସ୍ଥିତ ଚାଷୀମାନଙ୍କ ମଧ୍ୟରେ ଆବଣ୍ଟନ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading