ନାମାଙ୍କନର ସପ୍ତମ ଦିବସରେ ଲୋକସଭା ପାଇଁ ୩ଜଣ ଓ ବିଧାନସଭା ପାଇଁ ୧୩ଜଣଙ୍କ ମନୋନୟନତ୍ର ଦାଖଲ


କେନ୍ଦ୍ରାପଡ଼ା, ୧୩ା୫: ନାମାଙ୍କନର ସପ୍ତମ ଦିବସରେ ଆଜି ଲୋକସଭା କ୍ଷେତ୍ର ପାଇଁ ୩ଜଣ ଓ ବିଧାନସଭା କ୍ଷେତ୍ର ପାଇଁ ୧୩ଜଣ ମନୋନୟନପତ୍ର ଦାଖଲ କରିଛନ୍ତି । ଲୋକସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସର ପକ୍ଷରୁ ସିଦ୍ଧାର୍ଥସ୍ୱରୂପ ଦାଶ ତିନିମୁହାଣିଛକରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ମଧ୍ୟ ଦେଇ ଆସି ୧୫-କେନ୍ଦ୍ରାପଡା ଲୋକସଭା ରିଟର୍ଣ୍ଣିଂ ଅଫିସର ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ନିକଟରେ ମନୋନୟନପତ୍ର ଦାଖଲ କରିଥିବା ବେଳେ ବିଏସପିରୁ ସେକ ସାଦିକ ହୋସେନ ପୁରୁଣାବସଷ୍ଟାଣ୍ଡ ନିକଟରୁ ଏକ ରାଲିରେ ଆସି ମନୋନୟନପତ୍ର ଦାକଳ କରିଥିଲେ । ସେହିଭଳି ସ୍ୱାଧୀନପ୍ରାର୍ଥୀ ଭାବେ ସୁପ୍ରଭା ଦାଶ ମନୋନୟନପତ୍ର ଦାଖଲ କରିଛନ୍ତି ।

୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତେଜେଶ୍ୱର ପରିଡା ଏକ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସର ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନଙ୍କ ନିକଟରେ ମନୋନୟନପତ୍ର ଦାଖଲ କରିଥିଲେ ।

୯୭- କେନ୍ଦ୍ରାପଡା(ଅନୁସୂଚିତ ଜାତି) ଆସନ ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସରୁ ସିପ୍ରା ମଲ୍ଲିକ ତିନିମୁହାଣିଛକରୁ ସଂସଦ ପ୍ରାର୍ଥୀଙ୍କ ସହ ଏକ ଶୋଭାଯାତ୍ରାରେ ଆସି ମନୋନୟନପତ୍ର ଦାଖଲ କରିଥିବା ବେଳେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଗିତାଞ୍ଜଳି ସେଠୀ ତିନିମୁହାସ୍ଥିତ ରାମମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ଆସି ମନୋନୟନପତ୍ର ଦାଖଲ କରିଥିଲେ । ବିଏସପି ପ୍ରାର୍ଥୀ ରଞ୍ଜନ ମଲିକ ମଧ୍ୟ ମନୋନୟନପତ୍ର ଦାଖଲ କରିଛନ୍ତି ।

୯୮-ଆଳି ବିଧାନସଭା କ୍ଷେତ୍ର ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସରୁ ଦେବସ୍ମିତା ଶର୍ମା ଆଳିସ୍ଥିତ ବରାହଜୀଙ୍କ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରାପଡାରେ ପହଞ୍ଚି ରିଟର୍ଣ୍ଣିଂ ଅଫିସର ପିତାମ୍ବର ସାମଲଙ୍କ ନିକଟରେ ମନୋନୟନପତ୍ର ଦାଖଲ କରିଥିବା ବେଳେ ବିଜେଡିରୁ ପ୍ରତାପ କେଶରୀ ଦେବ ଏକ ବିରାଟ ଶୋଭାଯାତ୍ରାରେ ଆସି ମନୋନୟନପତ୍ର ଦାଖଲ କରିଛନ୍ତି ।

୯୯-ରାଜନଗର ବିଧାନସଭା କ୍ଷେତ୍ରରୁ ଭାରତୀୟ ଜାତିୟ କଂଗ୍ରେସର ଅଶୋକ କୁମାର ପ୍ରତିହାରୀ, ଭାରତୀୟ ଜନତା ପାର୍ଟିରୁ ଲଳିତ କୁମାର ବେହେରା ମନୋନୟନପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନପ୍ରାର୍ଥୀ ଭାବେ ଜୀବନକୃଷ୍ଠ ରାଏ ଓ ମହେନ୍ଦ୍ର ବାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

୧୦୦-ମହାକାଳପଡା ବିଧାନସଭା କ୍ଷେତ୍ରରୁ ଆପ୍ ର ପ୍ରାର୍ଥୀ ଦେବାଶିଷ ଦାଶ ମଜଦୁର ବିକାଶ ଦଳର ପ୍ରାର୍ଥୀ ପ୍ରଶାନ୍ତ ରାଉତ ମନୋନୟନପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ମନୋନୟନପତ୍ର ଦାଖଲର ଶେଷ ଦିନ ରହିଛି।


Discover more from

Subscribe now to keep reading and get access to the full archive.

Continue reading