ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥୀର୍ପତ୍ର ଦାଖଲ କଲେ ଅଙ୍କିତ


ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ବାପା ପ୍ରତାପ ଜେନାଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ସୂଚନା ଯୋଗ୍ୟ, ସୋମବାର ଅଙ୍କିତ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିଲେ । ହେଲେ ଶୁଭମୁହୁର୍ତ୍ତ ଗଡି ଯିବାରୁ ନାମାଙ୍କନ ନ ଭରି ଫେରିଯାଇଥିଲେ । ମଙ୍ଗଳବାର ପୁଣି ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ପ୍ରତାପ ଜେନାଙ୍କ ବଦଳରେ ତାଙ୍କର ପୁଅ ଅଙ୍କିତଙ୍କୁ ଟିକେଟ ଦେଇ ଭାରସା କରିଛି ।


Next Post

ପ୍ରତିଶ୍ରୁତି ଓ ପ୍ରତାରଣାର ବିଜେଡ଼ି ସରକାର - ବିଜେପି

Tue May 14 , 2024
କେନ୍ଦ୍ରାପଡ଼ା, ୧୪/୫: ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର ରାଜ୍ୟ ପ୍ରବକ୍ତା ଜ୍ଞାନଦେବ ବେଉରା, ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ମିଡିଆ ସେଲ ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ହୋଇ କହିଲେ ଯେ ବିଜେଡି ସରକାର କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତାରଣା କରି ଆସିଛି । ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନ ଇସ୍ତାହାରରେ ଦେଇଥିବା […]

You May Like