କଂଗ୍ରେସ ପ୍ରାର୍ଥୀ ଲୋକନାଥ ମହାରଥୀଙ୍କ ସମେତ ୨୬ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଲୋକସଭା ପାଇଁ ୫ ଓ ବିଧାନସଭା ପାଇଁ ୨୧ ନାମାଙ୍କନ ଦାଖଲ


କେନ୍ଦ୍ରାପଡ଼ା, ୧୪ା୫: ନାମାଙ୍କନ ପତ୍ର ଦାଖଲର ଅଷ୍ଟମ ତଥା ଶେଷ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ୧୦୦-ମହାକାଳପଡା ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲୋକନାଥ ମହାରଥୀଙ୍କ ସମେତ ବିଧାନସଭା କ୍ଷେତ୍ର ପାଇଁ ୨୧ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ୫ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ସେଥିମଧ୍ୟରୁ ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ସମାଜବାଦୀ ପାର୍ଟିର ପ୍ରଦୀପ୍ତ କୁମାର ମିଶ୍ର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିବା ବେଳେ ସ୍ୱାଧିନ ପ୍ରାର୍ଥୀ ଭାବେ ରୋନିତ୍ ରୋଷନ କାନୁନଗୋ ଏବଂ ବିଭୁତି ଭୂଷଣ ପଣ୍ଡା ନାମାଙ୍କନ ଦାଖଲ କରିଛନ୍ତି । ୯୭-କେନ୍ଦ୍ରାପଡା(ଅନୁସୂଚିତ ଜାତି) ବିଧାନସଭା ଆସନ ନିମନ୍ତେ ସମାଜବାଦୀ ପାର୍ଟିର ବିନୀତା ମଲ୍ଲିକ, ସମୃଦ୍ଧ ଓଡିଶାର ସନ୍ତୋଷ ମଳିକ, ଜନତା ଦରବାରର ପ୍ରାର୍ଥୀ ଶରତ ଚନ୍ଦ୍ର ସେଠୀ, ଇଣ୍ଡିଆନ୍ ସିଟିଜେନ୍‌ସ ପାର୍ଟିର ନରେନ୍ଦ୍ର କୁମାର ମଳିକ ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିବା ବେଳେ ସ୍ୱାଧିନ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳରୁ ଟିକେଟ ଆଶାୟି ଥିବା ସମାଜସେବୀ ଇଂ ମୁରଲୀଧର ସେଠୀ, ରଞ୍ଜନ ବେହେରା ଓ ଦିନବନ୍ଧୁ ମଳିକ ନାମାଙ୍କନ ଦାଖଲ କରିଛନ୍ତି । ୯୮-ଆଳି ବିଧାନସଭା କ୍ଷେତ୍ର ନିମନ୍ତେ ସ୍ୱାଧିନ ପ୍ରାର୍ଥୀ ପର୍ଶୁରାମ ଦାସ, ଦେବେନ୍ଦ୍ର ଶର୍ମା ଓ ଶ୍ରୀରାମ ପାଣ୍ଡେଙ୍କ ସମେତ ସମାଜବାଦୀ ପାର୍ଟିର ମୀନତି ସୁନ୍ଦରରାୟ ପ୍ରମୁଖ ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ୯୯-ରାଜନଗର ବିଧାନସଭା ଆସନ ପାଇଁ ସ୍ୱାଧିନ ପ୍ରାର୍ଥୀ ଭାବେ କଂଗ୍ରେସ ଦଳର ନାରୀନେତ୍ରୀ ସ୍ନେହଲତା ରାୟ ଏବଂ ଅଜିତ୍ କୁମାର ନାୟକଙ୍କ ସମେତ ସମାଜବାଦୀ ପାର୍ଟିର ପ୍ରଶାନ୍ତ କୁମାର ପାତ୍ର ରିଟର୍ଣ୍ଣିଂ ଅଫିସର ନିଲୁ ମହାପାତ୍ରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲୋକନାଥ ମହାରଥୀଙ୍କ ସମେତ ସ୍ୱାଧିନ ପ୍ରାର୍ଥୀ ଭାବେ ଚିତ୍ତରଞ୍ଜନ ନାୟକ ଓ ରାଜକିଶୋର ପ୍ରଧାନଙ୍କ ସମେତ ସମାଜବାଦୀ ପାର୍ଟିର ଧିରେନ୍ ଦାସ ପ୍ରମୁଖ ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାସଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ୧୫-କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ସ୍ୱାଧିନ ପ୍ରାର୍ଥୀ ଭାବେ ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି, ସନ୍ତୋଷ ପାତ୍ର, ଈଶ୍ୱର ନାୟକ ଓ ଶ୍ରୀରାମ ପାଣ୍ଡେଙ୍କ ସମେତ ବିଏସ୍‌ପିରୁ ରବିନ୍ଦ୍ରନାଥ ବେହେରା ରିଟର୍ଣ୍ଣିଂ ଅଫିସର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ୯୭-କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ଇଂ ମୁରଲୀଧର ସେଠୀ ବିଜୁ ଜନତା ଦଳରୁ ଟିକେଟ୍ ଆଶାୟୀ ଥିଲେ । ଦଳରୁ ଟିକେଟ୍ ନପାଇବାରୁ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ୯୯-ରାଜନଗର ବିଧାନସଭା କ୍ଷେତ୍ରରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସ୍ନେହଲତା ରାୟ କଂଗ୍ରେସ ଦଳରୁ ଟିକେଟ୍ ଆଶାୟୀ ଥିଲେ । ଦଳ ପକ୍ଷରୁ ଟିକେଟ୍ ନମିଳିବାରୁ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଆଜି ସୁଦ୍ଧା ୯୬-ପାଟକୁରା ବିଧାନସଭା ଆସନ ପାଇଁ ମୋଟ୍ ୯ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୯୭-କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ୧୧ଜଣ, ୯୮-ଆଳି ବିଧାନସଭା କ୍ଷେତ୍ର ପାଇଁ ୮ଜଣ, ୯୯-ରାଜନଗର ବିଧାନସଭା କ୍ଷେତ୍ର ପାଇଁ ୧୦ଜଣ, ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ୧୦ଜଣ ନାମାଙ୍କନ ଦାଖଲ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୫ଟି ବିଧାନସଭା ଆସନ ନିମନ୍ତେ ସର୍ବମୋଟ୍ ୪୮ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୧୫-କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ମୋଟ୍ ୧୩ଜଣ ନାମାଙ୍କନ ଦାଖଲ କରିଛନ୍ତି । ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ୧୦ଜଣ ମନୋନୟନ ପତ୍ର କିଣିଥିବା ବେଳେ ୯୭-କେନ୍ଦ୍ରାପଡା ପାଇଁ ୧୧ଜଣ, ୯୮ ଆଳି ପାଇଁ ୧୦ଜଣ, ୯୯- ରାଜନଗର ପାଇଁ ୧୦ଜଣ, ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ୧୧ଜଣ ମନୋନୟନ ପତ୍ର କିଣିଥିବା ଜଣାପଡିଛି । ୧୫-କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ମୋଟ୍ ୧୩ଜଣ ମନୋନୟନପତ୍ର କିଣିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading