ପ୍ରବଳ ପବନ ବର୍ଷାରେ କେନ୍ଦ୍ରାପଡା ସହର ବେହାଲ



କେନ୍ଦ୍ରାପଡ଼ା, ୧୪ା୫: କାଳ ବୈଶାଖି ପବନ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରତଳି ଅଞ୍ଚଳ ବେହାଲ ହୋଇପଡିଥିବା ଦେଖାଯାଇଛି । ସହରର ମଢିଆଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ବିରାଟ କୃଷ୍‌ୃଚୂଡା ଗଛଟି ପ୍ରବଳ ପବନରେ ତିନିମୁହାଣି- ନୂଆବସଷ୍ଟାଣ୍ଡ ରାସ୍ତା ଉପରେ ଭାଙ୍ଗି ପଡିବା ଯୋଗୁଁ ସେହି ରାସ୍ତାରେ ବେସ କିଛି ଘଣ୍ଟାଧରି ଚଳପ୍ରଚଳରେ ଗୁରୁତ୍ତର ବାଧା ସୃଷ୍ଟି ହୋଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡି ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିଥିଲା । ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ଗାଡି ପହଞ୍ଚିବା ପରେ ଅଗ୍ନିଶମ କର୍ମଚାରୀମାନେ ରାସ୍ତା ଉପରେ ପଡିଥିବା ଗଛକୁ କାଟି ରାସ୍ତା ସଫା କରିଥିଲେ । ଫଳରେ ସେହି ରାସ୍ତା ଦେଇ ଲୋକମାନେ ସୁବିଧାରେ ଚଳପ୍ରଚଳ କରିପାରିଥିଲେ । ସେହିପରି ଜଳସେଚନ ବିଭାଜନ କାର୍ଯ୍ୟାଳୟ ସମ୍ମୁଖ ପୈାରସଂସ୍ଥା ଯାତ୍ରୀନିବାସରେ ଚାଲିଥିବା କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ୯୬-ପାଟକୁରା ଓ ୯୭-କେନ୍ଦ୍ରାପଡା(ସଂରକ୍ଷିତ) ବିଧାନସଭା ଆସନର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ବାଚନ ପାଇଁ ହୋଇଥିବା ଟେଣ୍ଟ୍ ଟି ମଧ୍ୟ ପବନରେ ଭୁଷୁଡି ପଡିଥିଲା । ସେହି ଟେଣ୍ଟ ତଳେ ବସିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସାମ୍ବାଦିକମାନେ ଅଳ୍ପକେ ଏକ ବିରାଟ ଦୂର୍ଘଟଣାରୁ ରକ୍ଷା ପାଇଯାଇଥିଲେ । ସେହି ଟେଣ୍ଟଟି ପବନରେ ହଠାତ୍ ଭୁଷୁଡି ପଡିଥିଲା । ସେହି ଟେଣ୍ଟଟି ସଠିକ ଭାବରେ ଓ ସୁରକ୍ଷିତ ଭାବେ ବନ୍ଧା ଯାଇନଥିବାରୁ ଟେଣ୍ଟରେ ବ୍ୟବହୃତ ଲୁହା ପାଇପ୍ ଗୁଡିକ ରାସ୍ତା ପଟକୁ ପଡି ଭିତର ଆଡକୁ ଭୁଷି ହୋଇଯାଇଥିଲା । ଠିକ ତା ପୂର୍ବରୁ ସେହି ସ୍ଥାନରେ ବସିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସାମ୍ବାଦିକମାନେ ସେ ସ୍ଥାନ ଛାଡି ିକଟରେ ଥିବା ପୋର୍ଟିକ ତଳକୁ ପଳାଇ ଯାଇଥିଲେ । ଫଳରେ ସେମାନଙ୍କ ଜୀବନ ଅଚିରେ ରକ୍ଷା ପାଇଯାଇଥିଲା । ଏଭଳି ଅସୁରକ୍ଷିତ ଟେଣ୍ଟ ବାନ୍ଧିଥିବା ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି ।


Next Post

ପଟ୍ଟାମୁଣ୍ଡାଇରେ ବୈଜୟନ୍ତ ଓ ଲଳିତଙ୍କ ରୋଡ଼ ଶୋ

Tue May 14 , 2024
କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଭାଜପା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ଲଳିତ ବେହେରା ମଙ୍ଗଳବାର ଅପରାହ୍ନରେ ଏକ ରୋଡ ଶୋ ଓ ବାଇକ ଶୋଭାଯାତ୍ରା କରି ପୌରାଂଚଳର ବିଭିନ୍ନ ଓାର୍ଡ ପରିକ୍ରମା କରିଥିଲେ । ଅନୁଷ୍ଠିତ ଏହି ରୋଡ ଶୋରେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ସଭାପତି ଶଶିକାନ୍ତ ସ୍ୱାଇଁ, ନଗର ପ୍ରଭାରୀ ଅମୁଲ୍ୟ ପରିଡା, ନଗର ଭାଜପା ମହିଳା ମୋର୍ଚା […]

KANIKA