
କେନ୍ଦ୍ରାପଡା ୧୫/୫- କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ତିନିମୁହାଣୀ କଲେଜ ଛକ ନିକଟରେ କାର, ଟ୍ୟାକ୍ସି ଜାତୀୟ ଚାରି ଚକୀୟା ଯାନଗୁଡିକରେ କଡାକଡି ଯାଞ୍ଚ କରିଛନ୍ତି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନକୁ ନୀରପେକ୍ଷ, ଶ୍ରୁଙ୍ଖଳିତ ଏବଂ ସ୍ୱଛତା ମୁକ୍ତ କରିବାପାଇଁ କେନ୍ଦ୍ରାପଡା ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଦୀଲ୍ଲପି କୁମାର ସାହୁ, ରିଜର୍ଭ ଇନିସପେକ୍ଟର ପ୍ରଶାନ୍ତ କୁମାର ରଣସିଂଙ୍କ ନେତ୍ରୁତ୍ୱରେ ଏସ. ଆଇ. ଜାକଲିନ୍ ପରିଜା, ଏସ.ଆଇ. ଲକ୍ଷ୍ମୀପ୍ରିୟା ସାହୁ ଓ ଏ.ଏସ.ଆଇ. ବ୍ରୁନ୍ଦାବନ ବେହେରାଙ୍କ ତତ୍ୱାବଧାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ବା ସି.ଆଇ.ଏସ୍,ଏଫର ଜୱାନ ମାନଙ୍କୁ ନେଇ ଏହି ଯାଞ୍ଚ କରାଯାଉଥିଲା । ନିର୍ବାଚନ ବିଗୁଲ ବାଜିବା ସହିତ ନିର୍ବାଚନୀ ତାରିଖ ମଧ୍ଯ ଧାର୍ଯ୍ୟ ମୂତାବକ ସ୍ଥିର ହୋଇ ସାରିଲାଣି । ଇଲେକସନରେ ବ୍ୟବହ୍ରୁତ ହେବା ନିମନ୍ତେ କାଳେ କେଉଁ ଦଳ ପକ୍ଷରୁ ଟଙ୍କା, ସହିତ ବିଭିନ୍ନ ମାରଣା ଅସ୍ତ୍ର ସଂଗେ ସଂଗେ ଆର୍ମ ଅସ୍ତ୍ର ଏବଂ ମାଦକ ଦ୍ରବ୍ଯ ଗୁଡିକ କୋଉ ଗାଡିରେ ନିଆ ଯାଉଥିବା ସଂନ୍ଦେହ ପ୍ରକଟ୍ କରି କଡା କଡି ଭାବେ ଯାଞ୍ଚ କରାଯାଇଥିବା ଟାଉନ ଥାନା ଅଧିକାରୀ ଦୀଲ୍ଲପି କୁମାର ସାହୁ କହିିଛନ୍ତି ।

