
ଚଳିତ ୨୦୨୪ ସାଧାରଣ ନିର୍ବାଚନ ଜୁନ ମାସ ୧ ରେ ଅନୁଷ୍ଟିତ ହେବ । ଏଥିନେଇ ବିଭିନ୍ନ ଦଳ ପକ୍ଷରୁ ଘନ ଘନ ବୈଠକ ଓ କର୍ମୀ ସମ୍ମିଳନୀ ମାଧ୍ୟମରେ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରୁଥିବା ଲକ୍ଷ୍ୟ କରାଯାଉଥିବା ବେଳେ ଶୁକ୍ରବାର କଂଗ୍ରେସ ଦଳପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ଗ୍ରାମରେ ପଂଚାୟତ ସ୍ତରୀୟ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓବିସି ସେଲ କଂଗ୍ରେସ ଅଧକ୍ଷ ମଳୟ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ଦଳର କେନ୍ଦ୍ରାପଡା ଲୋକସଭା ପାର୍ଥୀ ଇଂ. ସିଦ୍ଧାର୍ଥ ସ୍ୱରୁପ ଦାଶ, ବିଧାନସଭା ପାର୍ଥୀ ଅଶୋକ ପତିହାରୀ, ବରିଷ୍ଠ ନେତା ରମାକାନ୍ତ ଦାଶ, ମାନସ ରଞ୍ଜନ ମହାନ୍ତି, ଧନେଶ୍ୱର ଦାସ, ଦୀଲିପ କୁମାର ସଠୀ, ରବିନାରାୟଣ ମିଶ୍ର, ପ୍ରକାଶ ମହାନ୍ତି, ଜଗନ୍ନାଥ ମଳିକଙ୍କ ସମେତ ବହୁ ତୁଙ୍ଗ ନେତା ଯୋଗଦେଇ ଅନେକ ବର୍ଷ ଧରି ବିଜେଡ଼ି ସରକାର ରାଜ୍ୟରେ ମନମୁଖୀ ଶାସନ ଚଲାଇ ଆସିଛନ୍ତି । ଲୋକ ମାନେ ଏହି ଶାସନ ବ୍ୟବସ୍ଥାକୁ ନେଇ ଅତିଷ୍ଠ ହୋଇ ପଡିଲେଣି । ତେବେ ସମୟ ଆସିଛି ପରିବର୍ତନ ହେବାର । ରାଜ୍ୟରେ ଦୀର୍ଘ ବର୍ଷ ଧରି ଚାଲିଛି ଏକ ଅପାରଗ ଶାସନ । ଯେଉଁଠି ବିକାଶ ନାଁରେ ବିନାଶ ହିଁ ହେଉଛି । ପ୍ରଗତି ନାଁରେ ସବୁଠୁ ପଛୁଆ ରାଜ୍ୟ ଭାବରେ ଆମ ରାଜ୍ୟକୁ ଗଢି ତୋଳି ସାରିଲେଣି ରାଜ୍ୟର ବିଜେଡି ସରକାର । ଏହା ବ୍ୟତୀତ ଓଡିଶାରେ ତାମିଲ ଶାସନ ଜାରି ରହିଛି । ନାଁ ମୁଖ୍ୟମନ୍ତ୍ରୀ ଓଡ଼ିଆ ଠିକ ସେ କହି ପାରିଲେ ନାଁ ଲେଖି ପାରିଲେ । ଏଠି ଅସ୍ମିତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ପଟ୍ଟାମୁଣ୍ଡାଇ-ରାଜନଗରବାସୀ ଏହାର ଉଚିତ ଜବାବ ଜୁନ ୧ ତାରିଖରେ ଦେବେ । ରାଜ୍ୟରେ ଚାଲିଥିବା ବିଜେଡି ଶାସନକୁ ଶେଷ କରିବା ପାଇଁ ରାଜନଗରରୁ କଂଗ୍ରେସ ଦେଖାଇବ ଦମ । ଉଭୟ ଲୋକସଭା ଓ ବିଧାନସଭା ଆସନରେ ବହୁମତ ପାଇ ସରକାର ପରିବର୍ତନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତା, ଦୁର୍ନୀତି, ଭ୍ରଷ୍ଟାଚାର ସହିତ ବିଜେଡି ଓ ବିଜେପି ମଧ୍ୟରେ ଭିତିରି ସଂପର୍କ କଥା ଉଠାଇ ତୀବ୍ର ସମାଲୋଚନା କରିଥିଲେ । ଏହି ସମ୍ମିଳନୀରେ ଖଡିଅଣ୍ଟା ପଂଚାୟତ ପୂର୍ବତନ ସମିତି ସଭ୍ୟ ଗଣେଶ ମଲିକ ଓ ଦିଲ୍ଲୀପ ମଲିକ ନେତୃତ୍ୱରେ ୨୬କଣ କର୍ମୀ କଂଗ୍ରେସରେ ଯୋଗ ଦେଇଥିଲେ ।











