ବିଜେଡି ବନ୍ଧୁମିଳନ ଶଙ୍ଖଚିହ୍ନରେ ଭୋଟ ଦେବାକୁ ଆହ୍ୱାନ



kendrapara ୧୮/୫ -ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ନବୀନ ସରକାରଙ୍କ ସଫଳତାର ବାର୍ତା ପ୍ରଚାର କରିବା ସହିତ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ୨ ଥର ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଆହ୍ୱାନ ଦେଉଛନ୍ତି । ଏଇ ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସାନଜରିଆ ପଂଚାୟତ ପେରିଜପୁର ଦୂର୍ଗା ମଣ୍ଡପ ଠାରେ ବିଜେଡି ପକ୍ଷରୁ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଦାସଙ୍କ ପୌରହିତ୍ୟରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସ୍ୱାଇଁ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସାରା ଓଡିଶା ସମେତ ପଟ୍ଟାମୁଣ୍ଡାଇ ଅଂଚଳର ଅଭୁତପୂର୍ବ ବିକାଶ ହୋଇଛି । ମାତ୍ର ଭୋଟ ହାତେଇବା ପାଇଁ ବିରୋଧୀ ବିଜେପି କଂଗ୍ରେସ ମିଥ୍ୟା ଅପପ୍ରଚାର ଚଲାଇଛନ୍ତି । ବିକାଶଧାରାକୁ ଆହୁରି ଆଗକୁ ନେବା ପାଇଁ ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ସ୍ୱାଇଁ ଆହ୍ୱାନ ଦେଇଥିଲେ । ଏହି ବନ୍ଧୁମିଳନ ବୈଠକରେ ସାନଜରିଆ ସମିତି ସଭ୍ୟ ସୁବାଷ ବାରିକ, ପୂର୍ବତନ ସରପଂଚ ଗଗନ ପ୍ରସାଦ ବାରିକ,ନିକୁଞ୍ଜ ସାହାଣୀ, ସୌମ୍ୟ ରଞ୍ଜନ ଦାସ, ବ୍ରଜ କିଶୋର ଦାସ, ନିରଞ୍ଜନ ଦାସ, ପ୍ରଶାନ୍ତ ଦାସ, କୈବଲ୍ୟ ବେହେରା, ବସନ୍ତ ଦାସ, ନାରାୟଣ ଦାସ ପ୍ରମୁଖ ଭାଷଣ ଦେଇ ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ । ଶେଷରେ ସୁବାଷ ଦାସ ଧନ୍ୟବାଦ ଦେଇଥିଲେ ।