କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ବିଧାନସଭା ଓ ବ୍ଲକ ସ୍ତରୀୟ ବିଜେଡିର ସଂଯୋଜକ ନିଯୁକ୍ତି



Kendrapara, ୧୮/୫: ଆସନ୍ତା ନିର୍ବାଚନ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ବିଧାନସଭା ଓ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ପକ୍ଷରୁ ସଂଯୋଜକ ନିଯୁକ୍ତି କରାଯାଇଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଏହି ନିଯୁକ୍ତି କରିଛନ୍ତି । ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଳୟ ଓଝା, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦେବେନ୍ଦ୍ର ଜେନା, କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦୀପ ପ୍ରଧାନ, ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରାକେଶ ମହାନ୍ତି, ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସନ୍ତୋଷ ମହାନ୍ତି, ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସୁଧୀର ବିଶ୍ୱାଳ, ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସନ୍ଦୀପ ପାଣିଙ୍କୁ ନିଯୁକ୍ତି କରାଯାଇଥିବା ବେଳେ କେନ୍ଦ୍ରାପଡା ପୌରାଞ୍ଚଳ ପାଇଁ ପ୍ରଦୀପ ପ୍ରଧାନ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପାଇଁ ଅମୂଲ୍ୟ ପ୍ରଧାନଙ୍କୁ ସଂଯୋଜକ ଭାବେ ନିଯୁକ୍ତି କରାଯାଇଛି । ସେହିପରି କେନ୍ଦ୍ରାପଡା ବ୍ଲକ ପାଇଁ ସୌମ୍ୟରଞ୍ଜନ ସ୍ୱାଇଁ, ରାଜନଗର ବ୍ଲକ ପାଇଁ ଦେବେନ୍ଦ୍ର ଜେନା, ପଟ୍ଟାମୁଣ୍ଡାଇ ବ୍ଲକ ପାଇଁ ବିରଞ୍ôଚ ନାରାୟଣ ଦାସ, ଆଳି ବ୍ଲକ ପାଇଁ ଆଲୋକ ଧଳ, ରାଜକନିକା ବ୍ଲକ ପାଇଁ ମଳୟ ଓଝା, ମହାକାଳପଡା ବ୍ଲକ ପାଇଁ ରାକେଶ ମହାନ୍ତି, ମାର୍ଶାଘାଇ ବ୍ଲକ ପାଇଁ ବିରେନ୍ଦ୍ର ବଳ, ଡେରାବିଶ ବ୍ଲକ ପାଇଁ ଅରବିନ୍ଦ ବେହେରା, ଗରଦପୁର ବ୍ଲକ ପାଇଁ ସନ୍ତୋଷ ମହାନ୍ତି, ମାହାଙ୍ଗା ବ୍ଲକ ପାଇଁ ଐଶ୍ୱରିୟା ପରିଡା, ନିଶ୍ଚିନ୍ତକୋଇଲି ବ୍ଲକ ପାଇଁ ସୁଧୀର ବିଶ୍ୱାଳ, ସାଲେପୁର ବ୍ଲକ ପାଇଁ ଅନନ୍ତ ଚରଣ ସେଠୀ, ଟାଙ୍ଗୀ ବ୍ଲକ ପାଇଁ ସନ୍ଦୀପ ପାଣିଙ୍କୁ ସଂଯୋଜକ ଭାବରେ ନିଯୁକ୍ତି ଦିଆଯାଇଛି ।


Discover more from

Subscribe now to keep reading and get access to the full archive.

Continue reading