ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସହ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ବୈଠକ


କେନ୍ଦ୍ରାପଡ଼ା, ୧୮ା୫: ନିର୍ବାଚନୀ ଖର୍ଚ୍ଚ ଉପରେ ନିର୍ଭର କରେ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା । ତେଣୁ ସମସ୍ତ ରାଜନୈତିକ ଦଳ ଓ ସାଧାରଣ ନିର୍ବାଚନ-୨୦୨୪ରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀଙ୍କ ସହ ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ଭରତ କୁମାର ଭାସବା, ଖର୍ଚ୍ଚ ପର୍ଯ୍ୟବେକ୍ଷକ ସ୍ୱାତୀ ଚୁଲେଟ୍ ଓ ଭୁବନେଶ୍ୱରୀ ଏସ୍‌, ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, ସମସ୍ତ ରାଜନୈତିକ ଦଳର ପ୍ରତିନିଧି, ସାଧାରଣ ନିର୍ବାଚନ-୨୦୨୪ରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ କିମ୍ବା ତାଙ୍କର ପ୍ରତିନିଧି ଉପସ୍ଥିତ ଥିଲେ । ଭାରତର ନିର୍ବାଚନ କମିଶନଙ୍କ ନିୟମାନୁସାରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଖର୍ଚ୍ଚ କରିପାରିବାର ପ୍ରାବଧାନ ରହିଥିବା ବେଳେ ଜଣେ ସାଂସଦ ପ୍ରାର୍ଥୀ ୯୫ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଯଦି ଜଣେ ନିର୍ବାଚନରେ ବିଜୟୀ ହୁଏ ଅଥଚ ଖର୍ଚ୍ଚ ତାଲିକା ଦେଇ ନପାରିଲେ ଅବା ଖର୍ଚ୍ଚର ସୀମାଠାରୁ ଅଧିକ ଖର୍ଚ୍ଚ କରିଥିଲେ ସେମାନେ ସେମାନେଙ୍କ ପ୍ରାର୍ଥୀତ୍ୱ ହରାଇବେ । ତେଣୁ ସେମାନେ ପ୍ରତ୍ୟେକ ଦିନ କରୁଥିବା ରାଲି, ପ୍ରଚାର ପ୍ରସାର, ଭୋଜିଭାତ, ହୋର୍ଡ଼ିଂ, ବ୍ୟାନର, ଲିଫ୍‌ଲେଟ୍ ଆଦିର ଖର୍ଚ୍ଚକୁ ନିଜର ଖର୍ଚ୍ଚ ଖାତାରେ ଉଲ୍ଲେଖ କରିବା ଅତ୍ୟନ୍ତ ଜରୁରୀ । ସେମାନେ କିଭଳି ଏହାକୁ ଉଲ୍ଲେଖ କରିବେ ଏ ନେଇ ସିଟିଜିଏସ୍‌ଟି ଡେପୁଟି କମିଶନର ଅମରେନ୍ଦ୍ର ମହାଲିକ ଏବଂ ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ପୁଙ୍ଖାନୁପୁଙ୍ଖଭାବେ ବୁଝାଇଥିଲେ । ଆର୍ଥିକ ଅନିୟମତା ଉପରେ କୌଣସି ଆପତ୍ତିି ଅଭିଯୋଗ ଥିଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ମୋବାଇଲ୍ ନମ୍ବରରେ ଯେ କେହି ଅଭିଯୋଗ ଆଣିପାରିବେ । ହିଂସାମୁକ୍ତ ତଥା ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଏବଂ ଶତପ୍ରତିଶତ ଭୋଟ୍‌ଦାନ ପାଇଁ ଶେଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading