ବିଶାଳ ରୋଡସୋରେ ଧ୍ରୁବ ଓ ଅଂଶୁମାନ, ସମଗ୍ର ଅଂଚଳ ଶଙ୍ଖମୟ



କେ୍‌ଦ୍ରାପଡା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଉତିକଣ ଅଂଚଳ ଭାବେ ପରିଚିତ ସାନଜରିଆ, ଅରଡ଼ପଲ୍ଲୀ ଓ ଗଙ୍ଗାରାମପୁର ପଂଚାୟତରେ ବିଜେଡି ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଶାଳ ରୋଡ଼ସୋ କରି ସମଗ୍ର ଅଂଚଳକୁ ପ୍ରକମ୍ପିତ କରିବା ସହିତ ଶଙ୍ଖମୟ କରି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ପଟ୍ଟାମୁଣ୍ଡାଇର ବିକାଶ ଶିଖର ଛୁଁଇ ଥିବାରୁ ବିଜେଡିକୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଧ୍ରୁବ ସାହୁ ଓ ଅଂଶୁମାନ ମହାନ୍ତି ବିଭିନ୍ନ ଗାଁ ଓ ସାହୀକୁ ଯାଇ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି ବିଶାଳ ରୋଡ଼ସୋରେ ଧ୍ରୁବ ଓ ଅଂଶୁମାନଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ରାଜ୍ୟ ବିଜେଡି ସମ୍ପାଦକ ମିଟୁ ଦାଶ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ଉପସଭାପତି ଅରକ୍ଷିତ ସାହୁ ପ୍ରାକ୍ତନ ବ୍ଲକ ଅଧକ୍ଷା ତଥା ୧୬ନଂ ଜୋନ ଜିଲ୍ଲା ପରିଷଦସଦସ୍ୟା ଜ୍ୟୋତିର୍ମୟୀ ବେହେରା,୧୭ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଅରଡ଼ ପଲ୍ଲୀ ସରପଂଚ ବୁଦ୍ଧିରାମ ବେହେରା,ପୂର୍ବତନ ସରପଂଚ ଟୂବୁଲି ଚୌଧୁରୀ, ଗଙ୍ଗାରାମପୁର ସରପଂଚ ସନ୍ତୋଷିନୀ ଜେନା, ସମିତି ସଭ୍ୟ ବିଶ୍ୱରଞ୍ଜନ ଭୂୟାଁ, ଯୁବନେତା ସୁଧାଂଶୁ ଜେନା, ସାନଜରିଆ ବିଜେଡି ସଭାପତି ଅଜାମ୍ବର ପ୍ରଧାନ, ଯୁବସଂଗଠକ ଗଗନ ପ୍ରସାଦ ଦାସ, ପୂର୍ବତନ ସରପଂଚ ଯଦୁମଣି ଦାସ, ଗଗନ ପ୍ରସାଦ ବାରିକ, ସମିତି ସଭ୍ୟ ସୁବାଷ ବାରିକ, ପୂର୍ବତନ ସରପଂଚ ଶ୍ରୀମନ୍ତ ଦାସ,ଯୁବନେତା ପ୍ରମୋଦ ଗାହାଣ, ଦିଲ୍ଲୀପ ଜେନା ବ୍ରଜ କିଶୋର ନାୟକ,,ପୂର୍ବତନ ସରପଂଚ ମିନତୀ ପାତ୍ର, ଗଙ୍ଗାଧର ଦାସ,ବରିଷ୍ଠ ନେତା ବିରଂଚି ଦାଶ,ଚୌଧୁରୀ ସତ୍ୟବ୍ରତ ମଦନରାୟ,ଶଶିକାନ୍ତ ପଣ୍ଡା,ମଦନ ଦାସ,ଯୁବନେତା ହରିହର ସାହୁ, ସଞ୍ଜୟ ଦାସ, ବାଇଧର ସାହୁ, ନିରଞ୍ଜନ ଜେନା ଚନ୍ଦ୍ରଶେଖର ସ୍ୱାଇଁ ତ୍ରିଲୋଚନ ବାରିକ, ରବୀନ୍ଦ୍ର ନାୟକ ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତା ଓ ଶହ ଶହ ବିଜେଡି କର୍ମୀ ଅରଡ଼ପଲ୍ଲୀ ସାନଜରିଆ ଓ ଗଙ୍ଗାରାମପୁର ପଂଚାୟତର ବିଭିନ୍ନ ଗାଁ ଓ ସାହୀ ବସ୍ତିକୁ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ପଟ୍ଟାମୁଣ୍ଡାଇ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଜନସଚେତନତା ସୃଷ୍ଟି କରି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଧ୍ରୁବ ସାହୁ ଓ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଆଜି ଧ୍ରୁବ ଓ ଅଂଶୁମାନଙ୍କ ବିଶାଳ ରୋଡ଼ସୋ । ମାରାଥନ ପ୍ରଚାର ପରେ ରାଜନୈତିକ ବାତାବରଣ ସର ଗରମ ହୋଇପଡିଛି ।


Next Post

ପର୍ଯ୍ୟବେକ୍ଷକ, ପ୍ରାର୍ଥୀ ଓ ରାଜନୈତିକ ଦଳ ଉପସ୍ଥିତିରେ ଦ୍ୱିତୀୟ ରାଣ୍ଡମାଇଜେସନ୍‌

Sun May 19 , 2024
କେନ୍ଦ୍ରାପଡ଼ା, ୧୯ା୫: ଭାରତର ନିର୍ବାଚନ କମିଶନ୍ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟବେକ୍ଷକ, ସମସ୍ତ ରାଜନୈତିକ ଦଳ ଓ ସାଧାରଣ ନିର୍ବାଚନ-୨୦୨୪ରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ବାଲାଟ୍ ୟୁନିଟ୍ (ବିୟୁ), କଂଟ୍ରୋଲ ୟୁନିଟ୍‌(ସିୟୁ) ଓ ଭିଭିପାଟ୍‌ର ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ଆଜି ଶେଷ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଣ୍ଡମାଇଜେସନ୍ […]

You May Like