କେନ୍ଦ୍ରାପଡା ଲୋକସଭା କଂଗ୍ରେସ ପ୍ରଚାର କମିଟି ଗଠନ


କେନ୍ଦ୍ରାପଡା ୨୧/୫: କେନ୍ଦ୍ରାପଡା ଲୋକସଭା ନିର୍ବାଚନର ପ୍ରଚାର ଓ ପ୍ରସାରକୁ ତ୍ୱରାନ୍ୱିତ କରିବା ନେଇ ଓଡିଶା ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଲୋକସଭା ପ୍ରଚାର କମିଟି ଗଠନ କରାଯାଇଛି । ଏହାର ଅଧ୍ୟକ୍ଷ ସେକ ଜାହିର ମହମ୍ମଦ ନାମ ତାଲିକା ଘୋଷଣା କରିଛନ୍ତି । ଉକ୍ତ କମିଟିରେ ଉଦୟଭାନୁ ପଢିହାରୀ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ବେଳେ ଆବାହକ ଭାବେ ସତ୍ୟପ୍ରିୟ ସାମଲଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି । ଅନୁରୂପ ଭାବେ କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ୧୪ଟି ବ୍ଲକର ୧୪ ଜଣଙ୍କୁ ବ୍ଲକ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଆଳିର ବିଶ୍ୱଜିତ ତରାଇ, ରାଜକନିକାର ସତ୍ୟ ପରିଡା, ରାଜନଗରର ପ୍ରଶାନ୍ତ ପାତ୍ର, ପଟ୍ଟାମୁଣ୍ଡାଇର ଅକ୍ଷୟ କୁମାର ସେଠି, କେନ୍ଦ୍ରାପଡା(୧)ର ରାଜେଶ କୁମାର ନାୟକ, କେନ୍ଦ୍ରାପଡା(୨)ର ସେକ ନିୟାଜୁଦ୍ଦିନ, ମହାକାଳପଡ଼ାର ଚିତ୍ତ ରଞ୍ଜନ ତରାଇ, ମାର୍ଶାଘାଇର ରାଜୁ ମଣ୍ଡଳ, ଗରଦପୁରର ସୋମ୍ୟାଜିତ ସାମଲ, ଡେରାବିସର ପ୍ରଭୁଦତ୍ତ ପଣ୍ଡା, ମାହାଙ୍ଗାର ଦେବେନ୍ଦ୍ର ପରିଡା, ନିଶ୍ଚିତକୋଇଲିର ଯତୀନ୍ଦ୍ର କୁମାର ଲେଙ୍କା, ସାଲେପୁରର ଆକିବୁଲ ବାରି ଓ ଟାଙ୍ଗିର ବଳରାମ ତରାଇ ପ୍ରମୁଖ ବ୍ଲକ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି ବୋଲି କେନ୍ଦ୍ରାପଡା ଲୋକସଭା ପ୍ରଚାର କମିଟି ଅଧ୍ୟକ୍ଷ ସେକ ଜାହିର ମହମ୍ମଦ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading