ଅଲ୍ ଓଡିଶା ଓବିସି ମଞ୍ଚର ସଭାପତି ଅନାଦି ଚରଣ ସାହୁଙ୍କ କଂଗ୍ରେସରେ ଯୋଗଦାନ



କେନ୍ଦ୍ରାପଡା, ୨୩ା୫- ଆଜି ଅଲ୍ ଓଡିଶା ଓବିସି ମଞ୍ଚର ସଭାପତି ଅନାଦି ଚରଣ ସାହୁ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରରେ ଆଜି କେନ୍ଦ୍ରାପଡା ଲୋକସଭା ପାର୍ଥୀ ଯୁବ ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ କେନ୍ଦ୍ରାପଡା କଜଳାସ୍ଥିତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ଅଲ୍ ଓଡିଶା ଓବିସି ମଞ୍ଚର ସଭାପତି ଅନାଦି ଚରଣ ସାହୁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିବା ସହ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ଇଂ ଦାଶ କହିଲେ ଯେ ଶ୍ରୀ ସାହୁଙ୍କ ଯୋଗଦାନ ଦଳର ବିଶେଷକରି କେନ୍ଦ୍ରାପଡା ଜିଲ୍ଲାର ସଂଗଠନକୁ ମଜବୁତ କରିବ । କଂଗ୍ରେସ ସରକାରକୁ ଆସିଲେ ସାମାଜିକ, ଅର୍ଥନୈତିକ ଏବଂ ଜାତି ଜନଗଣନା କରିବ । ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଥିଲେ କି ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲପାଏ । ବିଜେଡ଼ି ଦଳରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ଦଳ ପ୍ରତି ଥିବା ମୋର ଦୁର୍ବଳତା ଓ ଭଲପାଇବା ଯୋଗୁଁ ଏବଂ ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ଯୋଗଦେଲି । କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ଓ ବିଜେଡି ସରକାର ସାଧାରଣ ଜନତାଙ୍କୁ ମିଛ ପ୍ରତିଶୃତି ଦେଇ ପ୍ରତାରଣା କରିଚାଲିଛନ୍ତି । ବିଶେଷ କରି ୨୪ ବର୍ଷର ବିଜେଡି ସରକାର ଓବିସି ବର୍ଗଙ୍କ ପାଇଁ ରାଜ୍ୟରେ କିଛି କରିନାହିଁ । ପିସିସି ଉପସଭାପତି ତଥା କେନ୍ଦ୍ରାପଡା ଜିଲ୍ଲା ପ୍ରଭାରୀ ଶ୍ରୀ ମାନସ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଲୋକସଭା ପ୍ରଚାର କମିଟି ଉପାଧ୍ୟକ୍ଷ ଉଦୟଭାନୁ ପଢିହାରି, ଯୁବନେତା ସତ୍ୟପ୍ରିୟ ସାମଲ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading