କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ: କଳାରେ ୨, ବାଣିଜ୍ୟରେ ଜଣେ ଓ ବିଜ୍ଞାନରେ ଜଣେ ଟପ୍ପର, କଳାରେ ୯୬.୮୯, ବାଣିଜ୍ୟରେ ୯୬.୭୨ ଓ ବିଜ୍ଞାନରେ ୯୮.୦୩ପ୍ରତିଶତ ଫଳାଫଳ



କେନ୍ଦ୍ରାପଡ଼ା, ୨୭ା୫: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨କଳାରେ ସାଗରିକା ତ୍ରିପାଠୀ ଓ ବିଶ୍ୱଜିତ ମହାନ୍ତି ୫୨୩ମାର୍କ ରଖି ଯୁଗ୍ମ ବିଭାଗୀୟ ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ସେଖ ଜିସାନ ଅଲ୍ଲୀ ୫୪୭ ମାର୍କ ରଖି ବିଭାଗୀୟ ଟପ୍ପର ହୋଇଛନ୍ତି । ସେହିଭଳି ବିଜ୍ଞାନରେ ରାଜେଶ କୁମାର ମହାନ୍ତି ୫୬୫ମାର୍କ ରଖି ବିଭାଗୀୟ ଟପ୍ପର ହେବା ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଟପ୍ପର ହୋଇଛନ୍ତି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳାରେ ୩୮୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୭୪ଜଣ ପାସ କରିଛନ୍ତି ଅର୍ଥାତ ୯୬.୮୯ ପ୍ରତିଶତ ଫଳାଫଳ ହୋଇଛି । ସେଥିମଧ୍ୟରୁ ୧୭୮ଜଣ ପ୍ରଥମ ଶ୍ରେଣୀରେ, ୮୮ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୦୮ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । +୨ ବାଣିଜ୍ୟରେ ୩୩୬ଜଣ ପରୀକ୍ଷା ଦେଇଥିବା ବେଳେ ୩୨୫ଜଣ ପାସ କରିଛନ୍ତି ଅର୍ଥାତ ୯୬.୭୨ପ୍ରତିଶତ ଫଳାଫଳ ହୋଇଛି । ସେଥିମଧ୍ୟରୁ ୨୧୩ଜଣ ପ୍ରଥମ ଶ୍ରେଣୀରେ, ୬୪ଜଣ ଦ୍ୱିତିୟ ଓ ୪୮ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ସେହିଭଳି +୨ବିଜ୍ଞାନରେ ୫୧୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫ଶହ ଜଣ ପାସ କରିଛନ୍ତି ଅର୍ଥାତ ୯୮.୦୩ ପ୍ରତିଶତ ଫଳାଫଳ ହୋଇଛି । ୩୬୭ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ , ୧୨୧ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୨ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା +୨ ବିଭାଗର ଭାରପ୍ରାପ୍ତ ପ୍ରଫେସର ବିଶ୍ୱ୍ୱରଞ୍ଜନ ପୁହାଣ ସୂଚନା ଦେଇଛନ୍ତି ।


Next Post

ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ସାହୁଙ୍କ ଦେହାନ୍ତ

Tue May 28 , 2024
କେନ୍ଦଦ୍ରାପଡା ୨୭/୫ – କେନ୍ଦ୍ରାପଡା ଜିଲ୍ଲା ନିକିରାଇ ପଞ୍ଚାୟତର ଏକପଡା ଗାଁର ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିବା ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ସାହୁ ୯୭ ବର୍ଷ ବୟସରେ ତାଙ୍କ କାକଟ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ ବହୁ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ ଶଯ୍ୟାସାୟୀ ଥିଲେ । କଜଳା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡ […]

You May Like