ବାଲିପାଟଣା ବିଜେଡି କର୍ମୀ ସମ୍ମିଳନୀ : ଯୋଡି ଶଙ୍ଖ ଇତିହାସ ରଚିବ – ଗଣେଶ୍ୱର ବେହେରା


କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସାରା ଓଡିଶାରେ ଯୋଡି ଶଙ୍ଖ ଇତିହାସ ରଚିବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ବିରଳ ରେକର୍ଡ ସୃଷ୍ଟି କରିବେ ବୋଲି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା ଠାରେ ଆୟୋଜିତ ବିରାଟ କର୍ମୀ ସମ୍ମିଳନୀରେ ଭାଷଣ ଦେଇ ପୂର୍ବତନମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି । ବାଲିପାଟଣା ସରପଞ୍ଚ ଅଜିତ ନାୟକଙ୍କ ପୌରହିତ୍ୟରେ ଆୟୋଜିତ କର୍ମୀ ସମ୍ମିଳନୀରେ ଭାଷଣ ଦେଇ ପୂର୍ବତନମନ୍ତ୍ରୀ ଶ୍ରୀ ବେହେରା କେନ୍ଦ୍ରାପଡ଼ାର ଗୁରୁତ୍ୱ ଓ ଗୌରବ ବୃଦ୍ଧି ପାଇଁ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ବିପୁଳ ଭୋଟରେ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ନିବେଦନ କରିଥିଲେ । ୧୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ,ବରିଷ୍ଠ ନେତା ଅଭୟ ଜେନା, ପଂଚାୟତ ବିଜେଡି ସଭାପତି ସରୋଜ ସ୍ୱାଇଁ, ସମିତି ସଭ୍ୟା କୁନି ସିଂହ,ନାୟକ ସରପଞ୍ଚ କାମିନୀ ବଳ,ବରିଷ୍ଠ ନେତା ଦିଲ୍ଲୀପ ଜେନା ଶରତ ନାୟକ, ପ୍ରମୋଦ ଜେନା, ଧୀରେନ୍ଦ୍ର ସାହୁ, ବିରଞ୍ଚି ତରାଇ, ଯୁବବିଜେଡି ସଭାପତି ସୌମ୍ୟରଞ୍ଜନ ସାହୁ, ସୌମେନ୍ଦ୍ର ନାୟକ, ଧବଳେଶ୍ୱର ସାହୁ, ପ୍ରଶାନ୍ତ ପରିଡା, ହିମାଂଶୁ ସ୍ୱାଇଁ ପ୍ରମୁଖ ଭାଷଣ ଦେଇ ଯୋଡି ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ରେକର୍ଡ ବ୍ୟବଧାନରେ ବିଜୟୀ କରିବାକୁ ନିବେଦନ କରିଥିଲେ । ଶେଷରେ ଅଭୟ ଜେନା ଧନ୍ୟବାଦ ଦେଇଥିଲେ ।


Next Post

ବିଜେଡି ବିଜୟ ପାଇଁ ରଣନୀତି ପ୍ରସ୍ତୁତ କଲେ ପ୍ରଭାତ ବିଶ୍ୱାଳ , ଗଠନ ହେଲେ ଟିମ ୨୦

Tue May 28 , 2024
ରାଜ୍ୟ ରାଜନୀତିରେ ମର୍ଯ୍ୟାଦାଜନକ କେନ୍ଦ୍ରାପଡ଼ା ଲୋକସଭା ଓ ବିଧାନସଭା ଆସନର ସ୍ୱତନ୍ତ୍ର ପରିଚୟ ଓ ଗୁରୁତ୍ୱ ରହିଛି  । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଓ ଅଣକଂଗ୍ରେସ ରାଜନୀତିର ଅଭେଦ୍ୟ ଦୂର୍ଗ କେନ୍ଦ୍ରାପଡ଼ା ଦଖଲ କରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଲାଗି ପଡ଼ିଥିବାବେଳେ ଶାସକ ନିଜର ଦୂର୍ଗକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇବା ସହିତ ଦଳର ଅପରାଜେୟ ନେତାମାନଙ୍କୁ ମୈଦାନରେ ଛାଡ଼ିଛି । […]

KANIKA