ରାଜନଗର ବିଜେଡିର ମିଶ୍ରଣ ପର୍ବ, ଭାଜପା ଗଡରୁ ୪୦ ପରିବାର ଯୋଗଦେଲେ


କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡି ବିଜୟକୁ ନିଶ୍ଚିତ କରିବା ପାଇଁ ସୋମବାର ପଟ୍ଟାମୁଣ୍ଡାଇ ବିଜେଡି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜନଗର ବ୍ଲକ ପ୍ରଭାତି ଗ୍ରାମର ଶତାଧିକ ଭାଜପା କର୍ମୀ ଓ ଯୁବ ଭୋଟର ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ରାଜ୍ୟ ବିଜେଡି ସଂପାଦକ ମିଟୁ ଦାଶ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ପ୍ରମୁଖ ବହୁ ବିଜେଡି କର୍ମକର୍ତା ଯୋଗ ଦେଇ ପ୍ରଭାତି ପଂଚାୟତର ଶଶଧର ମଣ୍ଡଳ, ଦିଲ୍ଲିପ ପ୍ରଧାନ, ଅକ୍ଷୟ ମଣ୍ଡଳ, ପୃର୍ଥୀରାଜ ମଣ୍ଡଳ, ଆନନ୍ଦ ପାତ୍ର, ଦୁର୍ଯ୍ୟଧନ ସାମନ୍ତ, ଗୁରୁପଦ ମାଇତି, ଶୁଭ୍‌କଂର ମାନା, ରତନ ଭୁୟାଁ , ରତନ ଜେନା, ସପନ କରଣ, କିରଣ ରାଉତ, ସହଦେବ ମଣ୍ଡଳ, ଦିପକ ପ୍ରଧାନ, ଖୋକନ ରାଉତ, ବାପି ପ୍ରଧାନ, କ୍ୟଣ୍ଡଲ ଜେନା, ଚନ୍ଦନ ମଣ୍ଡଳ,ବିଜୁ କରଣ, ଅଜିତ ମଣ୍ଡଳ, ରାଧେଶ୍ୟାମ ଦାସ, ମିଥୁନ ମାନା ସମେତ ୪୦ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଭାଜପା ଦଳ ତ୍ୟାଗ କରି ବିଜେଡିରେ ଯୋଗ ଦେଇଥିଲେ । ବିଧାୟକ ଓ ବ୍ଲକ ବିଜେଡି ସଭାପତି ସମସ୍ତଙ୍କୁ ଫୁଲ ତୋଡ଼ା ଦେଇ ଦଳକୁ ସ୍ୱାଗତ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading