କଂଗ୍ରେସ ଜାତୀୟ ରାଜନୀତିରେ ପଟ୍ଟାମୁଣ୍ଡାଇ ୱାର୍ଡ କାଉନସିଲର ସମ୍ରାଟ ଜେନା


କେନ୍ଦ୍ରାପଡା ୨୨.୭- ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ୧୫ ନମ୍ବର ୱାର୍ଡ କଂଗ୍ରେସ କାଉନସିଲର ଯୁବନେତା ସମ୍ରାଟ କେଶରୀ ଜେନାଙ୍କୁ ନେଇ ଏବେ ସମଗ୍ର ପଟ୍ଟାମୁଣ୍ଡାଇର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଜୋଡ ଯାତ୍ରାରେ ସାମିଲ ହୋଇଥିବା ଦେଶର ୧୧୯ ଜଣ ନେତା ମଧ୍ୟରେ  ସ୍ଥାନ ପାଇଥିଲେ ଯୁବନେତା ସମ୍ରାଟ । କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ୫ ମାସର ଯାତ୍ରାରେ ଶ୍ରୀ ଗାନ୍ଧିଙ୍କର  ନିକଟତର ହୋଇ ଶ୍ରୀ ଜେନା ଜାତୀୟ ଓ ରାଜ୍ୟ ରାଜନୀତି ସମ୍ପର୍କରେ ଆଲୋଚନା କରିଥିଲେ । ସେ ଏବେ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ପଦରେ ରହିଛନ୍ତି । ଭାରତ ଜୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କ ସହିତ ବ୍ୟକ୍ତିଗତ ନିବିଡତା ଯୋଗୁଁ ଶ୍ରୀ ଜେନାଙ୍କୁ ଛତିସଗଡ ରାଜ୍ୟର କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ପଟ୍ଟାମୁଣ୍ଡାଇ ଅଂଚଳର ଜଣେ କାଉନସିଲର କଂଗ୍ରେସ ରାଜନୀତିରେ ରାଷ୍ଟ୍ରୀୟ ସ୍ତରରେ ପ୍ରତିନିଧିତ୍ବ କରିବା ପ୍ରଥମ ବୋଲି ଜଣାପଡିଛି । ୩୫ବର୍ଷ ବୟସ୍କ ଶ୍ରୀ ଜେନା ୨୦୦୬ ମସିହାରେ ପଟ୍ଟାମୁଣ୍ଡାଇ କଲେଜର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ଓ ରାଜ୍ୟ ଯୁବ କଂଗ୍ରେସର ସଂପାଦକ ଦାୟିତ୍ୱ ସମ୍ପାଦନ କରିବା ସହିତ ରାଷ୍ଟ୍ରୀୟ ସ୍ତରକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି । ଗତ ପଟ୍ଟାମୁଣ୍ଡାଇ ପୌରପରିଷଦ ନିର୍ବାଚନରେ ତାଙ୍କ ନିଜଗ୍ରାମ ଅଳଭା ୧୫ ନମ୍ବର ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ଭାବେ  ନିର୍ବାଚିତ ହୋଇଛନ୍ତି । ଭାରତଜୋଡ ଯାତ୍ରା ସମୟରେ ସେ ରାହୁଲ ଗାନ୍ଧିଙ୍କ ସହିତ ମନଖୋଲି ବାର୍ତ୍ତାଳପ କରିବା ସହ  ଓଡିଶା କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ଓ ରାଜ୍ୟ ସରକାରଙ୍କ କାର୍ଯ୍ୟ ଧାରା ସମ୍ପର୍କରେ ପ୍ରାୟ ୧୦ ମିନିଟ ଧରି କଥା ହୋଇଥିବା  ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ କଂଗ୍ରେସ ସଂଗଠନକୁ  ସୁଦୃଢ଼ କରିବା ଦିଗରେ ପୂର୍ଣ୍ଣପ୍ରାଣରେ କାମ କରିବେ ବୋଲି ଯୁବନେତା ଶ୍ରୀଜେନା ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading