କେନ୍ଦ୍ରାପଡା ୧୧/୫- ପବିତ୍ର ଅକ୍ଷୟ ତୃତୀୟାରେ ଇନ୍ଦ୍ରଧନୁର ସ୍ୱପ୍ନବୀଜ ବୁଣି କେନ୍ଦ୍ରାପଡାରେ ଜନ୍ମ ନେଲା କଳା, ସାହିତ୍ୟ ଓ ସୃଜନ ଅଭିବ୍ୟକ୍ତିର ମୁକ୍ତ ତଥା ପ୍ରତିବଦ୍ଧ ଅନୁଷ୍ଠାନ – ସ୍ପନ୍ଦନ । କବି, କଥାକାର, ନାଟ୍ୟକାର, ଚିତ୍ରଶିଳ୍ପୀ, ସଂଗୀତଶିଳ୍ପୀ,ନୃତ୍ୟଶିଳ୍ପୀଙ୍କ ସମାବେଶରେ ଇନ୍ଦ୍ରଧନୁର ଛିଟା ପରି ମିଳିତ ସୃଜନର ଏକ ମାୟାମୟ ମୂର୍ଚ୍ଚନା ମୁଖର କରିଥିଲା ଅକ୍ଷୟ ତୃତୀୟାର ଏହି ସ୍ମରଣୀୟ ସନ୍ଧ୍ୟାକୁ । ବିଶିଷ୍ଟ କଥାକାର ଡକ୍ଟର ବିରଜା ରାଉତରାୟ […]

କେନ୍ଦ୍ରାପଡା -୧୧ା୫: ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ୍ୱ କାଳ କଳା ଓ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଉଦ୍ୟମ ଅବ୍ୟାହତ ରଖିଥିବା କେନ୍ଦ୍ରାପଡା ଜିଲ୍ଲା କୋରୋସ୍ଥିତ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦକୁ ଆଜି ରାଜ୍ୟର ଶ୍ରେଷ୍ଠ ସଂଗଠନ ରୂପେ ସମ୍ବର୍ଦ୍ଧିତ କରାଯାଇଛି । ଯାଜପୁର ବ୍ୟାସନଗରର ଆମ ସାହିତ୍ୟ ପରିବାର ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ପ୍ରାୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ଅନୁଷ୍ଠାନର ସଭାପତି ବିଶିଷ୍ଟ ପରିବେଶବିତ୍ […]

କେନ୍ଦ୍ରାପଡ଼ା: ବର୍ତମାନ ସମାଜରେ ବହୁ ବିଶୃଙ୍ଖଳା ସୁଷ୍ଟି ହେଉଛି । ଦେଶ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ତେଣୁ ବିଶ୍ୱ ଶାନ୍ତି ପାଇଁ କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବା ମନ୍ଦିର ପରିସରରେ ୧୨ତମ ବିଶ୍ୱଶାନ୍ତି ଶନୈଶ୍ଚର ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଶନିବାର ଦିନ ପ୍ରାତଃ ୬ଟା […]

ପଟ୍ଟାମୁଣ୍ଡାଇ ତାଲୁକ ଆଇନି ସେବା ପ୍ରାଧିକରଣ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟରେ ଦ୍ୱିତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ୧୨୬ ଗୋଟି ପଞ୍ଜିକୃତ ମାମଲା ମଧ୍ୟରୁ ୨୪ ଗୋଟି ମାମଲାର ସମାଧାନ କରାଯାଇ ମୋଟ ୧ ଲକ୍ଷ ୨ ହଜାର ୫୯୦ ଟଙ୍କାର ଅର୍ଥରାଶି ଆଦାୟ […]

କେନ୍ଦ୍ରାପଡା, ୧୧ା୫: ପବିତ୍ର ଅକ୍ଷୟତୃତୀୟା ଅବସରରେ ତମାଳଶାସନସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର ପରିସରରେ ଯୁବ ଭାରତ କୃଷକ ସଙ୍ଘ, କେନ୍ଦ୍ରାପଡାର ବାର୍ଷିକ ଉସରବ ଓ କୃଷକମାନଙ୍କ ସମସ୍ୟା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ରାଜ୍ୟ ସଭାପତି ପ୍ରଭାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ସଙ୍ଘର ସଭାପତି ରଞ୍ଜନ କୁମାର ରାଉତ, ରାଜ୍ୟ ମୁଖ୍ୟ ଉପଦେଷ୍ଟା କୁଳମଣି ଶୁକ୍ଳା, ଜିଲ୍ଲା ମୁଖ୍ୟ ଉପଦେଷ୍ଟା […]

କେନ୍ଦ୍ରାପଡା, ୧୧ା୫ – ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଜିତିଲେ ପାଟକୁରା ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ବାଟ ଫିଟି ପାରିବ ସହିତ ଅଂଚଳର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଚାନ୍ଦୋଳସ୍ଥିତ ଏକ ବେସରକାରୀ ମଣ୍ଡପରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ପାଟକୁରା ବିଧାନସଭା କ୍ଷେତ୍ରର ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ତଥା ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ କହିଛନ୍ତି । ଦୀର୍ଘ ବର୍ଷ ଧରି ପାଟକୁରାକୁ […]

ଡେରାବିଶ, ୧୦/୫– ଚଳିତ ସାଧାରଣ ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ପ୍ରାର୍ଥୀ ଦେଇଥିବା ବେଳେ ପ୍ରଥମ ଥର ପାଇଁ ଜାତୀୟ ଦଳ ଭାବେ ପରିଚିତ ଆପ୍‌ରୁ ବିଶିଷ୍ଟ ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ତାଙ୍କର ନାମାଙ୍କନ ପତ୍ର ଦାଖଲ ପାଇଁ ଡେରାବିଶ ବ୍ଳକ ଅଧୀନ ଚାନ୍ଦୋଳ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଇଥିଲେ । ଜଣେ ଦକ୍ଷ ସଂଗଠକ ଭାବେ […]

ଡେରାବିଶ, ୧୦/୫– କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଦୁଇ ପ୍ରମୁଖ ଦଳ ବିଜେଡ଼ି ଓ ଆପ୍ ଦଳର ପ୍ରାର୍ଥୀମାନେ ଶୁକ୍ରବାର ଜିଲ୍ଲା ରିଟର୍ଣ୍ଣି ଅଧିକାରୀଙ୍କ ନିକଟରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ବ୍ଲକ ଅଧିନସ୍ଥ କୁଶିଆପାଳ ପଂଚାୟତ ବାଲିପାଟଣା ସ୍ଥିତ ପରମଆରାଧ୍ୟ ଶ୍ରୀ ଲଛମନଜୀଉଙ୍କ ମନ୍ଦିରରେ ବିଜେଡ଼ି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ସହ ପୂର୍ବାହ୍ନରେ […]

ଡେରାବିଶ – ୧୦/୫, – ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ଡେରାବିଶ ବ୍ଲକ ଅଧିନ ଚାଟରାଚକଡା ପଞ୍ଚାୟତ ଛତାସ୍ଥିତ କୃଷକ ଭବନଠାରେ କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ କୃଷକ ଦିବସ ଶୁକ୍ରବାର ପାଳିତହୋ ଇଯାଇଛି । ଏହି ଅବସରରେ ଚାଷୀମାନଙ୍କ ମାଙ୍ଗଳିକ ଉତ୍ସବ ପାଇଁ ଆଜି ସକାଳ ୮ଟାରେ ପବିତ୍ର ଅକ୍ଷିମୁଠି ସୁସଜ୍ଜିତ କରାଯାଇ ଛତାବଟ ମହାପୁରୁଷଙ୍କ ନିକଟକୁ ଘଣ୍ଟ ସଂକୀର୍ତ୍ତନ ଶୋଭାଯାତ୍ରା […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଅଳପୁଆ ଗ୍ରାମର ସ୍ମୃତିପ୍ରଜ୍ଞା ସାହୁ (୧୭)ବର୍ଷଙ୍କର ଅକାଳ ବିୟୋଗ ଘଟିଛି । ଅଳପୁଆ ପଂଚାୟତ ପୂର୍ବତନ ସମିତି ସଭ୍ୟ ଚନ୍ଦନ ସାହୁ ଓ ପଟ୍ଟାମୁଣ୍ଡାଇ ପୈାରପରିଷଦ ୧ନମ୍ୱର ୱାଡର କାଉନସିଲର ଲକ୍ଷ୍ମୀପ୍ରୀୟା ସାହୁଙ୍କ ଝିଅ ସ୍ମୃତି କଟକ ସରକାରୀ ଭୁବନା ନନ୍ଦ ଇଂଜିନିାରିଙ୍‌ଗ କଲେଜରେ ଡିପ୍ଲୋମା କରୁଥିବା ବେଳେ ଗୁରୁତର ଅସୁସ୍ଥ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ବୁଧବାର […]

ପୈାରପରିଷଦ ଅନ୍ତର୍ଗତ ବଳଦେବ ହାଇସ୍କୁଲରେ କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ରେଡକ୍ରସ ପତାକା ଉତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସ୍ୱେଛାସେବୀ ଛାତ୍ରଛାତ୍ରୀ ଓ ମାର୍ଗଦର୍ଶକ ଶିକ୍ଷଯତ୍ରୀ/ଶିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ନିରଞ୍ଜନ ବେହେରାଙ୍କ ସଂଯୋଜନାରେ “ମାନବିକତା ଜୀବିତ ରଖିବା’ ଶୀର୍ଷକ ବିଷୟବସ୍ତୁ […]

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରଯାଏ । ଏହା ମୁଖ୍ୟତଃ ଏକ କୃଷିଭିକ ପର୍ବ ହୋଇଥିବାରୁ ଓଡ଼ିଶାର ପୁରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି । ଏହି ଦିବସର ଗୁରୁତ୍ୱକୁ ଉପଲବଧିକରି ସରକାର ଏହି ଦିନକୁ ‘କୃଷକ ଦିବସ’ ଭାବରେ ପାଳନ କରୁଛନ୍ତି । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା କୃଷି […]

କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଆଜି ଚତୁର୍ଥ ଦିବସ ଅକ୍ଷୟ ତୃତୀୟା ଶୁଭ ଦିନରେ ୪ଲୋକସଭା ପ୍ରାର୍ଥୀଙ୍କ ସମେତ ୯ଜଣ ବିଧାନସଭା ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ନିମନ୍ତେ ବିଜୁ ଜନତା ଦଳରୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଭାରତୀୟ ଜନତା ପାର୍ଟିରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ସ୍ୱାଧୀନପ୍ରାର୍ଥୀ ଭାବେ ସୈାଭାଗ୍ୟକେତନ ସାମଲ […]

ଓଡ଼ିଶାର ଏକ ପ୍ରାକୃତିକ ଦୁର୍ବିପାକର ରାଜ୍ୟ ଭାବେ ପରିଗଣିତ । ବର୍ଷ ବର୍ଷ ଧରି ବନ୍ୟା, ବାତ୍ୟା ଜନସାଧାରଣଙ୍କୁ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଥାଏ । ଏଠି ବସବାସ କରୁଥିବା ଅଧିକାଂଶ ମଣିଷ ଶ୍ରମଜୀବୀ, ଗରିବ ଓ ନାମମାତ୍ର ଚାଷୀ । ଏଠାରେ ପ୍ରାୟତଃ ୭୦ଭାଗ ଖଟିଖିଆ ଦିନ ମଜୁରିଆଙ୍କୁ ନିଯୁକ୍ତି ଦେଲା ଭଳି ଉଚ୍ଚମାନର କଳକାରଖାନା, କମ୍ପାନୀ ନାହିଁ ନା ହେବାର ସ୍ୱପ୍ନ କୌଣସି ଉଚ୍ଚ ରାଜନେତାଙ୍କ […]

ଡେରାବିଶ  ୦୯/୦୫/୨୦୨୪- କେନ୍ଦ୍ରାପଡା ବ୍ଲକ ଅଧୀନ ଇନ୍ଦୁପୁରସ୍ଥିତ ମାଚଣ୍ଡୀଙ୍କ ମନ୍ଦିରବେଢାରେ ଡା଼କମଣ୍ଡା ଭୋଗ ଭୋଗ ପାଇଁ ବୈଶାଖ ମାସର ପ୍ରତ୍ୟେକ ଗୁରୁବାର ମାନସିକଧାରୀ ମହିଳାଙ୍କ ଭିଡ ଲାଗିଥାଏ । ଆଜି ମାସର ଚତୁର୍ଥ ଗୁରୁବାର ଥିବାରୁ ସକାଳ ୫ଟାରୁ ମାଙ୍କ ମନ୍ଦିର ବେଢାରେ ଭିଡ ପରିଲକ୍ଷିତ ହୋଇଥିଲା । ମାନସିକ ଧାରୀ ମହିଳାମାନେ ବହୁତ ଦୂରଦୂରାନ୍ତରୁ ଆସିମାଙ୍କୁ ଦର୍ଶନ କରିବାପରେ ସାଙ୍ଗରେ ଆଣିଥିବା ନୂଆ ମାଟିହାଣ୍ଡି ଜାଳେଣି କାଠ ମଣ୍ଡାପିଠା […]

ଡେରାବିଶ  ୦୯/୦୫/୨୦୨୪- ଜୁନ ୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇ ଥିଲା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ତାତି ଜୋରଧରିଛି । ବିଜେଡି ଦଳର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ,ଗରଦପୁର ବ୍ଲକ ଅଂଚଳରେ ଘନଘନ କର୍ମୀସମାବେଶ ରାଜନୀତିକ ପାଣିପାଗକୁ ଉସ୍ମତା କରିଛି । ବୁଧବାର ସନ୍ଧ୍ୟାରେ ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗାଠାରେ ବିଜେଡି ଦଳର ଏକ ବିଶାଳ କର୍ମୀସମାବେଶ ଅନୁଷ୍ଠିତ ହୋଇଥିଲା । ବ୍ଲକ […]

କେନ୍ଦ୍ରାପଡା, ୯ା୫: ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିବସରେ ୫ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଉଛନ୍ତି ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ବିଏସ୍‌ପିର ଚିଦାନନ୍ଦ ପରିଡା, ୯୮-ଆଳି ବିଧାନସଭା କ୍ଷେତ୍ର ପାଇଁ ବିଏସ୍‌ପିର ପ୍ରଶାନ୍ତ କୁମାର ସେଠୀ, ୯୯-ରାଜନଗର ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ପ୍ର୍ରାର୍ଥୀ ଦିବ୍ୟରଞ୍ଜନ ସ୍ୱାଇଁ, ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ବିଏସ୍‌ପିର ଅଧୀର ନାଥଶର୍ମା […]

କେନ୍ଦ୍ରାପଡ଼ା, ୯ା୫: ଆସନ୍ତା ୧୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା ଶ୍ରୀ ପଣ୍ଡା ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱରେ ରହିବା ସହିତ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ଆସାମ ଭଳି ରାଜ୍ୟର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ଏଥି ସହିତ ବିଜେପିର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି […]

କେନ୍ଦ୍ରାପଡ଼ା, ୮/୫: କେନ୍ଦ୍ରାପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡ଼ା ସହରସ୍ଥିତ ଦ ଡେଷ୍ଟିନେସନ କାକଟଠାରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳର ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡ଼ା ବିଧାନସଭା ସଂଯୋଜକ ଉପିନ ରାଉତଙ୍କ ସଂଯୋଜନାରେ କେନ୍ଦ୍ରାପଡ଼ା ନଗରର ଶତାଧିକ କର୍ମୀ ଭାରତୀୟ ଜନତା ପାର୍ଟିରେ ନିଜର ତନମନକୁ ନିୟୋଜିତ କରି ଆଗାମୀ ନିର୍ବାଚନରେ ବିପୁଳ ଭୋଟ ସଂଗ୍ରହ କରି ନରେନ୍ଦ୍ର ମୋଦିଙ୍କ ନାରା “ଅବ୍‌କି ବାର […]

ପଟ୍ଟାମୁଣ୍ଡାଇ ତା ୮/୫-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗୋପ୍ତିରା ଗ୍ରାମରେ ଥିବା ସର୍ବପୁରାତନ ଗାଦିରେ ଗତ ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଵିଧିମତେ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । କର୍ତ୍ତା ଭାବେ ରାଜକିଶୋର ଦାସ ସମସ୍ତ ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ । ପ୍ରଥମେ ଅଧିବାସ, ନାମ ଯଜ୍ଞ, ନଗର କୀର୍ତ୍ତନ କରାଯାଇଥିଲା। […]

କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳର ୭ଟି ପଂଚାୟତ ପକ୍ଷରୁ ରାଜ୍ୟ ବିଜେଡିର ନବନିଯୁକ୍ତ ସାଧାରଣସମ୍ପାଦକ ବିଜୟ କେତନ ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ ନେତା ତଥା ପଟ୍ଟାମୁଣ୍ଡାଇ -ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ଶ୍ରୀ ସ୍ୱାଇଁ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଦୁର୍ବାର ଆନ୍ଦୋଳନ କରି ସମଗ୍ର ଓଡିଶାର ରାଜନୈତିକ ମହଲରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । […]

କେନ୍ଦ୍ରାପଡ଼ା, ୮ା୫: ରାଜ୍ୟର ଜଣାଶୁଣା ସ୍ୱେଛାସେବୀ ଦାତବ୍ୟ ଅନୁଷ୍ଠାନ ‘ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ’ ସର୍ବଦା ଜିଲ୍ଲାର ଗରିବ, ଅବହେଳିତ ଲୋକଙ୍କ ପାଖରେ ପହଞ୍ଚି ସହଯୋଗର ହାତ ଢାଇଥାଏ । ଆକସ୍ମିକ ଅଗ୍ନିକାଣ୍ଡରେ ଘର ପୋଡି ଯାଇଥିବା ଓ ଦୂରାରୋଗ୍ୟ ବ୍ୟାଧିରେ ପିଡିତ ଅସହାୟ ବ୍ୟକ୍ତିବିଶେଷମାନଙ୍କୁ ଟ୍ରଷ୍ଟ ସହାୟତା ପ୍ରଦାନ କରିଥାଏ । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡ. ଦେବେନ୍ଦ୍ର କୁମାର ଦାସଙ୍କ ପ୍ରସ୍ତାବ କ୍ରମେ […]

କେନ୍ଦ୍ରାପଡା, ୮ା୫: ୧ଲକ୍ଷ ଲିଟରର ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ଥାଇବି ଗତ ଦୁଇଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ପିଇବା ପାଣିରୁ ବଞ୍ଚିତ ହୋଇ ଡହଳବିକଳ ହେଉଛନ୍ତି ଆୟତପୁର ପଞ୍ଚାୟତବାସୀ । ଏ ନେଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଜନର ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତର ବାଳିସିଙ୍ଗି ଓ ଆୟତପୁର […]

କେନ୍ଦ୍ରାପଡା, ୮ା୫: ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପାଇଁ ଆଜି ୯ଟି ମନୋନୟନ ପତ୍ର କିଣାଯାଇଥିବା ବେଳେ ଜଣେ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ମନୋନୟନ ପତ୍ର କିଣିଥିବା ପ୍ର୍ରାର୍ଥୀମାନଙ୍କ ମଧ୍ୟରେ ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ବହୁଜନ ସମାଜ ପାର୍ଟିର ଚିଦାନନ୍ଦ ପରିଡାଙ୍କ ନାମରେ ମନୋନୟନପତ୍ର କିଣାଯାଇଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସର ରତିକାନ୍ତ କାନୁନଗୋ ଏବଂ ସ୍ୱାଧୀନ ପ୍ରାର୍ଥୀ ରୋହିତ ରୋସନ […]