କେନ୍ଦ୍ରାପଡ଼ା, ୧୬ା୫: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମ ପଞ୍ଚାୟତର ମହୁ ଗ୍ରାମର ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରର କମୀଙ୍କୁ ସେହି ୱାର୍ଡର ୱାର୍ଡସଭ୍ୟ ଦେଶ୍ୟମୂଳକ ଭାବେ ଅସହଯୋଗ କରୁଥିବା ବେଳେ ବିଭିନ୍ନ ସମୟରେ କର୍ମୀଙ୍କ ବିରୋଧରେ ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ କରୁଛନ୍ତି ବୋଲି ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରର ଛାତ୍ରାଭିଭାବକ, ହିତାଧିକାରିଣୀ ଓ ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗ […]

କେନ୍ଦ୍ରାପଡା ଲୋକସଭା ରାଜନଗର ବିଧାନସଭା କ୍ଷେତ୍ରରେ ଜୁନ ମାସ ୧ ରେ ହେବ ଶେଷ ପ୍ରର୍ଯ୍ୟାୟ ନିର୍ବାଚନ । ବୁଢ଼ାବୁଢ଼ୀଙ୍କଠାରୁ ନେଇ ବିଭିନ୍ନ ବର୍ଗର ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କିନ୍ତୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବହୁ ଯୁବତୀଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟ ଓ ବିଦେଶ ଯାଇଥିବା ବେଳେ କେମିତି ମତଦାନ କରିବେ ସେ ନେଇ ଏବେବି ଦ୍ୱନ୍ଦ୍ୱ ରହିଛି । ସାଧାରଣ […]

କେନ୍ଦ୍ରାପଡ଼ା, ୧୫ା୫: କେନ୍ଦ୍ରାପଡା ପୈାରସଂସ୍ଥାର ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ବଜାର ଶାଖାରେ ଥିବା ପାସବୁକରୁ ୩ଲକ୍ଷ ୬୬ହଜାର ୨୭ଟଙ୍କା କେହି ୭ଟି ଚେକ ମାଧ୍ୟମରେ ଉଠାଇ ନେଇଥିବା ନେଇ ପୈାର ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର- ୯୭/୨୦୨୪ରେ ଆଇ.ପି.ସି.ର ୪୨୦ଦଫାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ପୈାରନିର୍ବାହୀ ଅଧିକାରୀଙ୍କ […]

କେନ୍ଦ୍ରାପଡ଼ା, ୧୫ା୫: ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ତହସିଲ କାର୍ଯ୍ୟାଳୟର ଅମିନ ଉମାକାନ୍ତ ବେହେରା ଓ କେଆରବାଙ୍କ ରାଜସ୍ୱ ନୀରିକ୍ଷକ ସୁଦର୍ଶନ ନାୟକଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ମହାକାଳପଡା ପଞ୍ଚାୟତ ଅଧିନସ୍ଥ କେୟାରବ୍ୟାଙ୍କ ଗ୍ରାମର ସୁଶାନ୍ତ ବିଶ୍ୱାଳ ଏକ ଜମିର ଡିମାରକେଶନ ରିପୋର୍ଟ ନିମନ୍ତେ ଗତ ଏକମାସ ହେବ ଦୈାଡି ଦୈାଡି ନିରାଶ ହେବା ପରେ […]

କେନ୍ଦ୍ରାପଡ଼ା, ୧୫ା୫: ଚଳିତ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡା ଲୋକସଭା ନିମନ୍ତେ ଦାଖଲ କରିଥିବା ୩ ସାଂସଦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ କେନ୍ଦ୍ରାପଡା ଓ ଆଳି ବିଧାନସଭା କ୍ଷେତ୍ର ପାଇଁ ଦାଖଲ କରାଯାଇଥିବା ୪ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଥିବା ଜଣାପଡିଛି । ଲୋକସଭା ନିମନ୍ତେ ଦାଖଲ ହୋଇଥିବା ମୋଟ୍ ୧୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ଟି ନାକଚ ପରେ ଆଉ ୧୦ଜଣ ପ୍ରତିଦ୍ୱନ୍ଦୀତାରେ ରହିଥିବା […]

କେନ୍ଦ୍ରାପଡା ୧୫/୫- କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ତିନିମୁହାଣୀ କଲେଜ ଛକ ନିକଟରେ କାର, ଟ୍ୟାକ୍ସି ଜାତୀୟ ଚାରି ଚକୀୟା ଯାନଗୁଡିକରେ କଡାକଡି ଯାଞ୍ଚ କରିଛନ୍ତି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନକୁ ନୀରପେକ୍ଷ, ଶ୍ରୁଙ୍ଖଳିତ ଏବଂ ସ୍ୱଛତା ମୁକ୍ତ କରିବାପାଇଁ କେନ୍ଦ୍ରାପଡା ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଦୀଲ୍ଲପି କୁମାର ସାହୁ, ରିଜର୍ଭ ଇନିସପେକ୍ଟର […]

ପଟ୍ଟାମୁଣ୍ଡାଇରେ ବିଶାଳ ନିର୍ବାଚନୀ ସଭା କେନ୍ଦ୍ରାପଡା ୧୫/୫ ସାରା ଭାରତରେ ନଂ ୧ମୁଖ୍ୟମନ୍ତ୍ରୀ ଅଦ୍ୱିତୀୟ ଜନନାୟକ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ଦେଶରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ ଯୋଜନା କରାଯାଇଛି। କେନ୍ଦ୍ର କେବଳ କଥା କହେ। ବିଜେଡି ସରକାର କାମରେ ବିଶ୍ୱାସ କରେ।ଓଡିଶାର […]

କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଭାଜପା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ଲଳିତ ବେହେରା ମଙ୍ଗଳବାର ଅପରାହ୍ନରେ ଏକ ରୋଡ ଶୋ ଓ ବାଇକ ଶୋଭାଯାତ୍ରା କରି ପୌରାଂଚଳର ବିଭିନ୍ନ ଓାର୍ଡ ପରିକ୍ରମା କରିଥିଲେ । ଅନୁଷ୍ଠିତ ଏହି ରୋଡ ଶୋରେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ସଭାପତି ଶଶିକାନ୍ତ ସ୍ୱାଇଁ, ନଗର ପ୍ରଭାରୀ ଅମୁଲ୍ୟ ପରିଡା, ନଗର ଭାଜପା ମହିଳା ମୋର୍ଚା […]

କେନ୍ଦ୍ରାପଡ଼ା, ୧୪ା୫: କାଳ ବୈଶାଖି ପବନ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରତଳି ଅଞ୍ଚଳ ବେହାଲ ହୋଇପଡିଥିବା ଦେଖାଯାଇଛି । ସହରର ମଢିଆଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ବିରାଟ କୃଷ୍‌ୃଚୂଡା ଗଛଟି ପ୍ରବଳ ପବନରେ ତିନିମୁହାଣି- ନୂଆବସଷ୍ଟାଣ୍ଡ ରାସ୍ତା ଉପରେ ଭାଙ୍ଗି ପଡିବା ଯୋଗୁଁ ସେହି ରାସ୍ତାରେ ବେସ କିଛି ଘଣ୍ଟାଧରି ଚଳପ୍ରଚଳରେ ଗୁରୁତ୍ତର ବାଧା ସୃଷ୍ଟି ହୋଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡି […]

କେନ୍ଦ୍ରାପଡ଼ା, ୧୪ା୫: ନାମାଙ୍କନ ପତ୍ର ଦାଖଲର ଅଷ୍ଟମ ତଥା ଶେଷ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ୧୦୦-ମହାକାଳପଡା ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲୋକନାଥ ମହାରଥୀଙ୍କ ସମେତ ବିଧାନସଭା କ୍ଷେତ୍ର ପାଇଁ ୨୧ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ୫ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ସେଥିମଧ୍ୟରୁ ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ସମାଜବାଦୀ ପାର୍ଟିର ପ୍ରଦୀପ୍ତ କୁମାର […]

କେନ୍ଦ୍ରାପଡ଼ା, ୧୪/୫: ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର ରାଜ୍ୟ ପ୍ରବକ୍ତା ଜ୍ଞାନଦେବ ବେଉରା, ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ମିଡିଆ ସେଲ ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ହୋଇ କହିଲେ ଯେ ବିଜେଡି ସରକାର କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତାରଣା କରି ଆସିଛି । ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନ ଇସ୍ତାହାରରେ ଦେଇଥିବା […]

ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ବାପା ପ୍ରତାପ ଜେନାଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ, ସୋମବାର ଅଙ୍କିତ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିଲେ । ହେଲେ ଶୁଭମୁହୁର୍ତ୍ତ ଗଡି ଯିବାରୁ ନାମାଙ୍କନ ନ ଭରି ଫେରିଯାଇଥିଲେ । ମଙ୍ଗଳବାର ପୁଣି ଶୋଭାଯାତ୍ରାରେ ଆସି ନାମାଙ୍କନ […]

ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଆଜି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ କରିବାକୁ ଆସିଥିଲେ । ହେଲେ ନାମାଙ୍କନ ନ କରି ସେ ଫେରି ଆସିଛନ୍ତି । ତେବେ ନାମାଙ୍କନ କାହିଁକି କଲେ ନାହିଁ ଓ କଣ ପାଇଁ ଫେରିଆସିଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ । ସେ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ନ କରି ଫେରିଆସିବା ଘଟଣା ଏବେ […]

କେନ୍ଦ୍ରାପଡ଼ା, ୧୩ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମପଞ୍ଚାୟତରେ ବିଜୁଜନତାଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଗୁଲନଗର ପଞ୍ଚାୟତ ବିଜେଡି ସଭାପତି ସୁଶାନ୍ତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ପୂର୍ବତନ ସରପଞ୍ଚ ଲୋପାମୁଦ୍ରା ବାରିକଙ୍କ ଉପସ୍ଥିତରେ ଗୁଲନଗର ପଞ୍ଚାତୟର ପୂର୍ବତନ […]

କେନ୍ଦ୍ରାପଡ଼ା, ୧୩ା୫: ଗୋପ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉଜ୍ୱଳା ଦିଦିଙ୍କ ଜିଲ୍ଲା ସଭାପତି ଉସାରାଣୀ ରାଉତଙ୍କ ନେତ୍ରୁତ୍ୱରେ ଏବଂ ସମ୍ପାଦକ ଲକ୍ଷ୍ମୀ ଦାଶଙ୍କ ତତ୍ୱାବଧାନରେ ଆଜି ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉଜ୍ୱଳା ଦିଦିଙ୍କ ରାଜ୍ୟ ସଭାପତି କାଦମ୍ବିନୀ ସ୍ୱାଇଁ ଯୋଗଦେଇ କହିଲେ ଯେ ସେମାନେ ଉଜ୍ୱଳା ଦିଦି ଭାବେ ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୬ ବର୍ଷହେବ ଦିନରାତି […]

କେନ୍ଦ୍ରାପଡ଼ା, ୧୩ା୫: ନାମାଙ୍କନର ସପ୍ତମ ଦିବସରେ ଆଜି ଲୋକସଭା କ୍ଷେତ୍ର ପାଇଁ ୩ଜଣ ଓ ବିଧାନସଭା କ୍ଷେତ୍ର ପାଇଁ ୧୩ଜଣ ମନୋନୟନପତ୍ର ଦାଖଲ କରିଛନ୍ତି । ଲୋକସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସର ପକ୍ଷରୁ ସିଦ୍ଧାର୍ଥସ୍ୱରୂପ ଦାଶ ତିନିମୁହାଣିଛକରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ମଧ୍ୟ ଦେଇ ଆସି ୧୫-କେନ୍ଦ୍ରାପଡା ଲୋକସଭା ରିଟର୍ଣ୍ଣିଂ ଅଫିସର ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ନିକଟରେ ମନୋନୟନପତ୍ର ଦାଖଲ କରିଥିବା ବେଳେ ବିଏସପିରୁ ସେକ […]

ସାଧାରଣ ନିର୍ବାଚନ ପାଇଁ ମଇ ୭ତାରିଖ ବୁଧୁବାରଠାରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଭରୁଛନ୍ତି ନେତା । ପ୍ରବଳ ଖରା ସତ୍ୱେ ବିଭିନ୍ନ ଦଳର ନେତା ଦଳ ବଳ ନେଇ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ନିଜର ଦମ୍ ଦେଖାଛନ୍ତି । ସୋମବାର ରାଜନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ, ଭାଜପା […]

କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଂସାର ପଞ୍ଚାୟତରେ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ଓ ମା କୃପାମୟୀ ଯୁବକ ସଂଘ ପକ୍ଷରୁ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ କଂସାର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱେଚ୍ଛାସେବୀ ମାନେ ସଚେତନତା ପ୍ରଚାରପତ୍ର ବଣ୍ଟନ କରିବା ସହ ମାଇକ ଯୋଗେ ପ୍ରଚାର କରିଥିଲେ । ବିଭିନ୍ନ ଛକ ଜାଗା ମାନଙ୍କରେ ପଥପ୍ରାନ୍ତ ସଭା କରି ଭୋଟର ମାନଙ୍କୁ ସଚେତନ କରାଯାଇଥିଲା । […]

କେନ୍ଦ୍ରାପଡ଼ା, ୧୨ା୫: ଆଜି ଏସ୍ ଓ ଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ ପ୍ରାଙ୍ଗଣରେ ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ଙ୍କ ୨୦୪ତମ ଜନ୍ମ ଜୟନ୍ତୀ ତଥା ଅନ୍ତର୍ଜାତୀୟ ନର୍ସିଂ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିମର‌୍ୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରାପଡ଼ା ମେଡ଼ିକାଲର ଶିଶୁ ବିଭାଗ ଏଚ୍‌ଓଡି ଡଃ. କେିଶାର ଚନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ ନର୍ସିଂ ଛାତ୍ରୀଛାତ୍ରମାନେ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଦିହିଡୁପୁର ପଂଚାୟତ ଅଧୀନ ଖଦାଳସାହି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ଗୋବିନ୍ଦ ମଲିକଙ୍କ ଚାଳଛପର ଘର ଓ ଗୁହାଳଘର ସଂପୂର୍ଣ୍ଣ ଭସ୍ମୀଭୂତ ହେବା ସହିତ ୫ ଟି ଗାଈଗୋରୁ ନାରାୟଣ ହୋଇ ଯାଇଛନ୍ତି । ଗାଈଗୁଡିଙ୍କୁ ବଂଚାଇବାକୁ ଯାଇ ଗୋବିନ୍ଦ ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ […]

  କେନ୍ଦ୍ରାପଡ଼ା, ୧୨ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତରେ ବିଜୁଜନତାଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ଯୁବ ବିଜେଡି ସଭାପତି ଅସିତବନ୍ଧୁ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜୁଜନତାଦଳର ଏହି ମିଶ୍ରଣପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, ଜିଲ୍ଲା ବିଜେଡି ସଭାପତି ଧିରେନ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରତାପନାରାୟଣ ମହାପାତ୍ର, ଓଡିଶା ମୋ ପରିବାର ସଂଯୋଜକ ହିରଣ୍ୟ କୁମାର […]

କେନ୍ଦ୍ରାପଡ଼ା, ୧୨ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର କଚେରିଡିହ ଠାରେ ବିଜୁଜନତାଦଳର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡିର ବରିଷ୍ଠ ନେତା ପ୍ରଦୀପ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଯୋଗଦେଇ ଦଳର ସମସ୍ତ କର୍ମୀମାନେ ଏକମନ ଓ ଏକପ୍ରାଣ ହୋଇ ଆସନ୍ତା ୨୦୨୪ […]

ଚଳିତ ବର୍ଷ କେନ୍ଦ୍ରୀୟ ଲୋକ ସେବା ଆୟୋଗ ଦ୍ୱାରା ଭାରତୀୟ ବନସେବା (ଆଇ.ଏଫ୍‌.ଏସ୍‌)ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ସର୍ବ ଭାରତୀୟ ସେବା ପାଇଁ ପଟ୍ଟାମୁଣ୍ଡାଇ ମାଟିର ପୁଅ ଅର୍ଣ୍ଣବ ସାମନ୍ତରାୟ ସର୍ବ ଭାରତୀୟ ସ୍ତରରେ ୪୦ତମ ସ୍ଥାନ ହାସଲ କରି କେନ୍ଦ୍ରାପଡ଼ା ଜିଲ୍ଲା ତଥା ପଟ୍ଟାମୁଣ୍ଡାଇ ପାଇଁ ଗୌରବ ଆଣିଛନ୍ତି । ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଛାତ୍ର ଥିବା ଅର୍ଣ୍ଣବ ସିବିଏସସି ଦ୍ୱାରା ଆୟୋଜିତ […]

କେନ୍ଦ୍ରାପଡ଼ା, ୧୨ା୫: ବିଜୁ ଜନତାଦଳର ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆଜି ସକାଳୁ କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଥିବା ଚା ଖଟିରେ ପହଞ୍ଚି ଚା’ ପିଇବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ମହାନ୍ତି ପ୍ରଥମେ ସହରର ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚି ସେଠାରେ ଉପସ୍ଥିତ ସାଧାରଣ ଜନତାଙ୍କ ସହିତ ଚା ପିଇବା ପରେ ସେଠାରୁ ନିଜେ ବାଇକ ଚଳାଇ ମଢିଆଳସ୍ଥିତ ଆକବର ମାର୍କେଟକମ୍ପେ୍ଲକ୍ସ ସମ୍ମୁଖ ଚା […]