କେନ୍ଦ୍ରାପଡ଼ା, ୩/୯ : ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ତରଫରୁ ପୂର୍ବ ବର୍ଷ ଭଳି ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ବ୍ୟବସ୍ଥା ଚୁଡାନ୍ତ କରାଯାଇଛି । ଏହି ଉପଲକ୍ଷେ ଆସନ୍ତା ସେପ୍େ‌ଟଟମ୍ବର ୫ତାରିଖ ୨୦୨୪ରେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପବିତ୍ର ଗୁରୁଦିବସରେ ଆମ ଜିଲ୍ଲାର ୯ଟି ବ୍ଲକରୁ ୧୦୫୪ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉକ୍ତ […]

କେନ୍ଦ୍ରାପଡା ୩/୯ ଜନସାଧାରଣଙ୍କୁ ବିନାମୂଲ୍ୟରେ ଆଇନ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ । ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା ସେପ୍େଟମ୍ବର ୧୪ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲା କୋର୍ଟ ସମେତ ଏହାର ନିକଟବର୍ତୀ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ […]

କେନ୍ଦ୍ରାପଡା ଜିଲ୍ଲାର ରାଜକିନିକା ବ୍ଲକ ଅନ୍ତର୍ଗତ ସିକୋ ଏବଂ କାଟଣାବଣିଆ ଗ୍ରାମପଞ୍ଚାୟତରେ ମିଥ୍ୟା ବିଲ୍ କରି ସରକାରୀ ଅର୍ଥକୁ ଆତ୍ମସାତ୍ କରାଯାଇଥିବା ଘଟଣାରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଦେଇଥିବା ଦିବାରାତ୍ର ଧାରଣାର ଷଷ୍ଠ ଦିବସ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ଠାରୁ ପ୍ରତିଶୃତି ମିଳିବା ପରେ ଧାରଣାକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ […]

କେନ୍ଦ୍ରାପଡ଼ା ସମସ୍ତ ଅଟ୍ରୋସିଟି ମାମଲାରେ ତଦନ୍ତ କାରୀ ଅଧିକାରୀଙ୍କ ଅପାରଗ ଯୋଗୁଁ ଗୋଟେ ଗୋଟେ ମାମଲାର ଦୁଇବର୍ଷ ତିନି ବର୍ଷ ମଧ୍ୟରେ  ରୁଜୁ କରାଯାଉ ନାହିଁ ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ ବେଳେ ମୂଳନୀବାସୀ ୟୁନାଇଟେଡ଼ ଫୋରମ ତରଫରୁ ଅଭିଯୋଗ କରାଯାଇଛି । ଫୋରମର ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ସମସ୍ତ ଜାତିଗତ ନିର୍ଯ୍ୟାତନା […]

କେନ୍ଦ୍ରାପଡ଼ା, ୨ା୯ : କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ […]

କେନ୍ଦ୍ରାପଡା ପୁରୁଣାବସଷ୍ଟାଣ୍ଡ ସ୍ଥିତ ଡାଇମଣ୍ଡ ଜୁବୁଲି ପାଠାଗାର ଉପରେ ନିର୍ମାଣଧିନ ଗୋଷ୍ଠି କେନ୍ଦ୍ରର ନିର୍ମାଣ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କେନ୍ଦ୍ରାପଡା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିରେ ଉଲ୍ଲେଖ କରାଯାଇଛି ଯେ ସ୍ୱୟଂସହାୟକ ମହିଳାମାନଙ୍କର କୈାଣସି ସମସ୍ୟା ଉପୁଜିଲେ ତାହାର ସମାଧାନ ପାଇଁ ସହରରେ କୈାଣସି ସ୍ଥାନ ନାହିଁ। ଫଳରେ ମହିଳାମାନେ ବୈଠକ କରିବାରେ ସମସ୍ୟାରେ ପଡୁଥିଲେ। ଏନେଇ ସ୍ୱୟଂ […]

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ଦଙ୍ଗା ପରେ ଅନୁପ୍ରବେଶ ଆଶଙ୍କାରେ ଓଡ଼ିଶା ଉପକୂଳବର୍ତୀ ଅଂଚଳ ଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇ ସମୁଦ୍ର ପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଏହାରି ମଧ୍ୟରେ କେନ୍ଦ୍ରାପଡା ଜିଲା ରାଜନଗର ସାତଭାୟା ସମୁଦ୍ରରେ ଦୁଇଟି କଂଟେନର୍ ଭାସି ଆସିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ଥାନୀୟ ଲୋକ କଂଟେନରକୁ ଦେଖି  କୂଳକୁ ଆଣିଥିଲେ। […]

ମଣିଷ ପ୍ରତି ମୁହୁର୍ତ୍ତରେ ପ୍ରକୃତି ଓ ପରିବେଶକୁ କ୍ଷତାକ୍ତ କରିଚାଲିଛି । ସୃଷ୍ଟିର ସର୍ବ ଶ୍ରେଷ୍ଠ ଜୀବ ଭାବେ ମଣିଷ ନିଜକୁ ପରିଚିତ କରାଉଥିବା ବେଳେ ତା’ର ସ୍ୱାର୍ଥପରତା ଯୋଗୁ ସମୁଦାୟ ଜୀବଜଗତ ଦିନେ ଲୋପ ପାଇବ । ବୃକ୍ଷହିଁ ପରିବେଶର ମୁଖ୍ୟ ସମ୍ପଦ, ଏହି ବୃକ୍ଷ ଦ୍ୱାରା ଆସନ୍ନ ବନ୍ୟା, ବାତ୍ୟାକୁ ପ୍ରତିହତ କରିବା ସମ୍ଭବ ହୋଇ ପାରିବ ବୋଲି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତସ୍ଥିତ ବଜ୍ର […]

କେନ୍ଦ୍ରାପଡ଼ା,୧ା୯: ଅଷ୍ଟ୍ରେଲିଆ ଓ ଭାରତର ସମ୍ପର୍କ ସୃଦୃଢ଼ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ପୁଅ। ଗରଦପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ପ୍ରଫେସର କମଳାକାନ୍ତ ଦାଶଙ୍କୁ ମେଲବର୍ଣ୍ଣ ସ୍ଥିତ ଭିକ୍ଟୋରିଆ ରାଜ୍ୟ ସଂସଦରେ ସମ୍ମାନିତ କରାଯାଇଛି। ସେ ହେଉଛନ୍ତି ଅନାମ ଚରଣ ଦାଶ ଓ ମନୋରମା ଦାଶଙ୍କ ଜ୍ୟେଷ୍ଠ ପୁତ୍ର। ପ୍ରଫେସର ଦାଶ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସଂପର୍କ ସୃଦୃଢ଼ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା […]

କେନ୍ଦ୍ରାପଡ଼ା, ୧ା୯: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା କମିଟି ବୈଠକ ଗୋପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଉତ୍ପନ୍ନ ସାମାଜିକ, ରାଜନୈତିକ ଏବଂ ସାଧାରଣ ମଣିଷଙ୍କ ଜୀବନ ଧାରଣ ଅବସ୍ଥା ଉପରେ ପଡିଥିବା କୁ ପ୍ରଭାବ ଉପରେ ଆଲୋଚନା କରାଯାଇ ଏଥିରେ ଉଦବେଗ ପ୍ରକାଶ କରାଯିବା ସହ ସରକାର ତୁରନ୍ତ ଏହାର ସମାଧାନ କରିବା ନିମନ୍ତେ ଦାବି କରାଯାଇଥିଲା। ବିଶେଷ କରି ବଙ୍ଗଳାଦେଶରେ ନିକଟରେ ସୃଷ୍ଟି […]

କେନ୍ଦ୍ରାପଡା,୧/୯: କେନ୍ଦ୍ରାପଡ଼ା ଜିଲ୍ଲା ଉପକଣ୍ଠ ଗୁଲନଗର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖାର ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପଞ୍ଚଦଶ ସଂସ୍କୃତ ଦିବସ ସମାରୋହ ପାଳିତ ହୋଇଯାଇଛି। ପଣ୍ଡିତ କାଳୀପ୍ରସନ୍ନ ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ୍ ମୁଖ୍ୟ ଅତିଥି, ପଣ୍ଡିତ ନୃସିହ ଚରଣ ପଣ୍ଡା ମୁଖ୍ୟବକ୍ତା, ସମ୍ମାନିତ ଅତିଥି […]

ପଟ୍ଟାମୁଣ୍ଡାଇ ୧/୯-ପଟ୍ଟାମୁଣ୍ଡାଇ ନଗର ବିଜୁ ଯୁବଛାତ୍ରଜନତାଦଳ ପକ୍ଷରୁ ସ୍ଥାନୀୟ ଡିଭାଇନ ପ୍ୟାଲେସ ଠାରେ ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ପୌରହିତ୍ୟରେ ଆୟୋଜିତ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଗଠିତ ବିଜୁ ଜନତା ଦଳ, ବିଜୁ ଯୁବଜନତା ଦଳ, […]

କେନ୍ଦ୍ରାପଡ଼ା, ୩୧ା୮: ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲ୍ଲା ପ୍ରଶାସନର ସତର୍କତା ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇ ଯାଇଛି। ସୂଚନା ଯୋଗ୍ୟଯେ ବାର୍ଡ ଫ୍ଲୁ ଏକ ମାରାତ୍ମକ ଆଭିଆନ୍ ଇନଫ୍ଲୁଏଞ୍ଜା ଟାଇପ୍ ଏ (ଏଚ୍‌-୫ ଏନ୧) ଭୁତାଣୁ ଜନିତ ରୋଗ। କୁକୁଡା, ବତକ, ଟର୍କି, ଗିନି ଫାଉଲ ଓ ପାଣି କୁଆ ଆଦି ପକ୍ଷୀମାନେ ସାଧାରଣତଃ ଏହି ରୋଗରେ ଆକ୍ରାନ୍ତ […]

କେନ୍ଦ୍ରାପଡ଼ା,୩୧ା୮: କେନ୍ଦ୍ରାପଡ଼ା ପୌରପରିଷଦ ପକ୍ଷରୁ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ରାମଧୂନ ଓ ପ୍ରଭାତଫେରି କରାଯାଇଥିଲା। ଏଥିସହିତ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା। ଅପରାହ୍ନରେ ପୁରୁଣା ବସଷ୍ଟାଣ୍ଡରେ ନୂତନ ମାର୍କେଟ କମ୍ପେ୍ଲକ୍ସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୬ ତମ ସ୍ୱାୟତ ଶାସନ ଦିବସ ପୌରଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି। ସକାଳେ ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍‌, ସହରର ବିଭିନ୍ନ ଛକସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା। ପୂର୍ବାହ୍ନ ୯ ଟାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ […]

ପଟ୍ଟାମୁଣ୍ଡାଇ,୨୯/୮- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ। ବିଭିନ୍ନ ଜାଗା ରାସ୍ତା ଉପରେ ଅସରାଏ ବର୍ଷା ହେଲେ ବୁଡ଼ି ଯାଉ ଜମି ରହୁଛି ପାଣି। କେତେକ ଜାଗାରେ ଜଳବନ୍ଦି ସମସ୍ୟା ସୃଷ୍ଟି ହେଉଛି । ବର୍ଷା ପରେ କୃତ୍ରିମ ପୋଖରୀ ଓ ନାଳ ଭ୍ରମ ସୃଷ୍ଟି ହେଉଛି। ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହୁଥିଲେ ବି ଏହାର ସମାଧାନର ବାଟ ବାହାରି ପାରୁନାହିଁ। ଯାହାକୁ ନେଇ ପୌରାଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ […]

କେନ୍ଦ୍ରାପଡ଼ା,୩୦/୮: କେନ୍ଦ୍ରାପଡ଼ା ବିଦ୍ୟୁତ ବିଭାଗ ମୁଖ୍ୟ କାର୍ଯ୍ୟଳୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଛାତରୁ ବୋହୁଛି ପାଣି । ବିଦ୍ୟୁତ ବିଭାଗ ଗୃହ ନିର୍ମାଣ କାର୍ଯ୍ୟକ୍ରମ ଦୁର୍ନୀତିର ଶେଷ ସୀମା ଟପିଯାଇଛି । ଛାତରୁ ପାଣି ଗଳି ଚେୟାର ଏବଂ ଟେବୁଲ ନଷ୍ଟ ହୋଇଯିବା କାରଣ ନିର୍ବାହୀ ଯନ୍ତ୍ରୀ ନିଜ ଚେୟାର ରେ ମଧ୍ୟ ବସି ପାରୁନାହାନ୍ତି । ଯାହାଦ୍ୱାରା ଠିଆହୋଇ କାମ କରିବାକୁ ପଡୁଛି । ଉକ୍ତ ବିଷୟରେ ଉପରିସ୍ଥ […]

କେନ୍ଦ୍ରାପଡ଼ା, ୩୦ା୮:ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ମତେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ଥରରେ ଶିଶୁମାନଙ୍କ ସମସ୍ୟା ବୁଝିବାକୁ “ଶିଶୁଙ୍କ ପାଇଁ ଦିନଟିଏ” ପ୍ରତି ତ୍ରୈମାସିକରେ କରିବାକୁ ନିର୍ଦେଶ ରହିଛି।  ତଦନୁଯାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଦଭାବନା ସଭା ଗୃହରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରବୀନ୍ଦ୍ର […]

ପଟ୍ଟାମୁଣ୍ଡାଇ ତା ୩୦/୯-ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ଵ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶ ସୁରକ୍ଷାର ବାର୍ତ୍ତା ଦବା ପାଇଁ ବିଶ୍ବ ପରିବେଶ ପକ୍ଷ ପାଳନ ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ରାଧାରମଣ ମଠ ସ୍ଥିତ ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଶାଖା ମୁଖ୍ୟ ପ୍ରବନ୍ଧକ ଅଶୋକ କୁମାର ରାଉତ ପୌରୋହିତ୍ୟରେ ଆୟୋଜିତ […]

ପଟ୍ଟାମୁଣ୍ଡାଇ ତା ୨୯/୮-ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ,ନନ୍ଦ ଉତ୍ସବ ଓ ଚୀର ଅମର ବେଦାନ୍ତ କେଶରୀ ସ୍ୱାମୀ ଲଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ସମାରୋହରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠ ସନ୍ଥ ସଂରକ୍ଷକ ସ୍ବାମୀ ଅସୀମାନନ୍ଦ ଦାସ ମହାରାଜ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବର ମହତ୍ତ୍ୱ ଏବଂ ସ୍ବାମୀ […]

ପଟ୍ଟାମୁଣ୍ଡାଇ ତା ୨୯/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ କୈଳାସ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ନଂ ଜୋନ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ଦାସ ,ଯୁବସମାଜସେବୀ ସୁକାନ୍ତ ରାଉତ,ବରିଷ୍ଠ ନାଗରିକ ସମନ୍ୱୟ ସମିତି ସଭାପତି ବିଭୁତି ଭୂଷଣ ପଟ୍ଟନାୟକ, ପୂର୍ବତନ ସରପଞ୍ଚ କିଶୋର ବେହେରା ଓ ରମେଶ […]

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡଗରା ଗ୍ରାମର ବିଶିଷ୍ଟ କୃଷକନେତା ରାଜକିଶୋର ପ୍ରଧାନଙ୍କ ବଜ୍ରାଘାତରେ ଅକାଳ ବିୟୋଗ ପରେ ତାଙ୍କ ଏକାଦଶାହରେ ସ୍ମୃତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଯୁବସମାଜସେବୀ ନଳିନୀକାନ୍ତ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ସ୍ମୃତି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ସମାଜସେବା ଓ ସ୍ଥାନୀୟ ଲୋକପ୍ରତିନିଧି ଯୋଗ ଦେଇ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଧୃବ ଅନ୍ନପୂର୍ଣ୍ଣା […]

ପଟ୍ଟାମୁଣ୍ଡାଇ ୨୯/ -ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟୁତ ସଂସ୍କାର ନାଁ ରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବହୁ ଚର୍ଚିତ ବିଦ୍ୟୁତ ସଂସ୍କାର ପ୍ରହସନରେ ପରିଣତ ହୋଇଥିବାରୁ ଜନସାଧାରଣ ଓ ଉପଭୋକ୍ତା ଏହାର ସୁଫଳ ପାଇନାହାନ୍ତି । ବରଂ ସେବା ନାଁ ରେ ଶୋଷଣ ବର୍ଷ ବର୍ଷ ଧରି ଚାଲିଛି । ବିଦ୍ୟୁତ ବିଭାଗ […]

କେନ୍ଦ୍ରାପଡ଼ା, ୨୯ା୮ : ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତର ସିଦ୍ଧ ମରିଚାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା କ୍ରୀଡା ଶିକ୍ଷକ ଉମାକାନ୍ତ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ନାୟକ ସଭାପତିତ୍ୱ କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସର୍ବପ୍ରଥମେ ସ୍କୁଲର ଜାତୀୟ ସ୍ତରର […]