କିଏ ଏହି ରେଭେନ୍ସା, କେମିତି ହୋଇଥିଲା ରେଭେନ୍ସା ବିଶ୍ୱ ବିଦ୍ୟାଳୟ , ନଅଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସାଙ୍କୁ ଦାୟୀ କାହିଁକି କରାଯାଏ:


 

ଭୁବନେଶ୍ବର ଡ଼.ରଶ୍ମିତା ସେଠୀ: ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକରେ ଅବସ୍ଥିତ । ଏହାକୁ ଥୋମାସ ଏଡୱାଡ ରେଭେନ୍ସା (ଞଷକ୍ଟଜ୍ଞବଗ୍ଦ ଋୟଙ୍ଗବକ୍ସୟ ଜବଙ୍ଖରଦ୍ଭଗ୍ଦଷବଙ୍ଗ) , ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ । ୧୫ ନଭେମ୍ବର ୨୦୦୬ରେ ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା ତେଣୁ ଏବେ କିଛିଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାର ନାଁ ପରିବର୍ତ୍ତନ କରିବା ନେଇ ବିଷୟବସ୍ତୁ ଉଠାଇଥିଲେ। ଏବଂ ତାହା ପରେ ଆଲୋଚନାର ପରିସରକୁ ଆସିଥିଲା। ଏନେଇ ବିଭିନ୍ନ ରାଜନୈତିକ ଦଳ ଓ ବିଶେଷଜ୍ଞମାନେ ବିଭିନ୍ନ ମତ ଦେଉଛନ୍ତି। ତେବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ନାମକରଣ ହେବା ପଛରେ ହେବାର କ’ଣ ରହିଛି ଇତିହାସ। ରେଭେନ୍ସା କିଏ? ଆସନ୍ତୁ ଜାଣିବା..
ବ୍ରିଟିଶ୍‌‌ ଇଷ୍ଟ ଇଣ୍ଡିଆ କମ୍ପାନୀର ଏକ ଅଧିକାରୀ ଥୋମାସ ଏଡୱାର୍ଡ ରେଭେନ୍ସା ୧୮୬୫ ମସିହାରେ ଓଡ଼ିଶା ଡିଭିଜନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରି ୧୮୭୮ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ । ଓଡ଼ିଶାରେ ଉଚ୍ଚଶିକ୍ଷାକୁ ଆଗକୁ ବଢାଇବା ପାଇଁ ରେଭେନ୍ସା କଲେଜ ସ୍ଥାପନ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ମଧ୍ୟରୁ ଅନ୍ୟତମ ଥିଲା। ୧୮୬୬ରେ ହୋଇଥିବା ଦୁର୍ଭିକ୍ଷରେ ଓଡ଼ିଶାରେ ପ୍ରାୟ ୨ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା।ଇଂରେଜ ଶାସନାଧିନ ଭାରତବର୍ଷରେ ଓଡିଶାପାଇଁ ଏହା ଗୋଟିଏ କଳଙ୍କମୟ ଇତିହାସ ଥିଲା। ଓଡ଼ିଶା ନଅଙ୍କ ଦୁର୍ଭିକ୍ଷ ଦେଇ ଗତି କରୁଥିବାବେଳେ କମିଶନରଙ୍କ ପାଖରେ ଖବର ପହଞ୍ଚେ ଯେ ଓଡ଼ିଶାର କୃଷକମାନେ କର ପଇଠ ନ କରିବାକୁ ଏଭଳି ବାହାନା କରୁଛନ୍ତି। ତେବେ କିଛି ବଙ୍ଗୀୟ ଅଧିକାରୀଙ୍କ ଏହି ଭ୍ରମାତ୍ମକ ବିବୃତ୍ତିରେ ରେଭେନ୍ସା ଭଳି ଯାଆନ୍ତି । ଏବଂ ପରେ ଓଡ଼ିଶା କୃଷକମାନଙ୍କଠାରୁ ୨୦ ହଜାର ଟନର ଚାଉଳ ବଙ୍ଗଳାକୁ ରତ୍ପାନୀ କରି ଦିଆଯାଏ । କିନ୍ତୁ ପରେ ନିଜେ କମିଟି ଗଠନ କରି ସ୍ଥିତି ପରଖିବା ପରେ ରେଭେନ୍ସା ନିଜ ଭୁଲ ବୁଝି ପାରନ୍ତି। ପୋକ ମାଛି ପରି ମରୁଥିବା ଲୋକମାନଙ୍କୁ ଦେଖି ସମ୍ବେଦନଶୀଳ ହୋଇପଡନ୍ତି । ବଙ୍ଗୀୟ ଅଧିକାରୀଙ୍କ ସଠତା ଜାଣିବା ପରେ, ଓଡ଼ିଶା ଲୋକଙ୍କ ଶିକ୍ଷା, ସରକାରୀ ଚାକରିରେ ଭାଗିଦାରି ନେଇ ଚେଷ୍ଟିତ ହୁଅନ୍ତି । ଓଡ଼ିଶା ବିକାଶ ପାଇଁ ଓ ପୋଥୀର ସଂରକ୍ଷଣ, ଓ ପ୍ରିଣ୍ଟି ପ୍ରେସର ସ୍ଥାପନ ଦିଗରେ ସେ କାମ କରନ୍ତି। କିଛି ଗବେଷଣା ଏହା ମଧ୍ୟ କୁହେ ଯେ, ଗୌରୀଶଙ୍କର ରାୟଙ୍କ ସହ ସାମିଲ ହୋଇ ସେ ‘କଟକ ପ୍ରିଟିଙ୍ଗ କମ୍ପାନୀ’ ବସାଇବାରେ ସାହାଯ୍ୟ କରିଥିଲେ ଓ ଏହାର ଅଂଶଧନ ମଧ୍ୟ କିଣିଥିଲେ।ଓଡ଼ିଶାରେ ଦୁର୍ଭିକ୍ଷ ପରେ ଶିକ୍ଷା କ୍ଷେତ୍ରରେ ଗୁଣମାନ ଶିକ୍ଷାର ମହତ୍ୱ ବିଚାର କରି ରେଭେନ୍ସା ବଡ଼ ନିଷ୍ପତ୍ତି ନିଅନ୍ତି। ୧୮୬୮ ମସିହାରେ କଟକ ଜିଲା ସ୍କୁଲରେ ଆଉ ଦୁଇଟି ଉଚ୍ଚତର ଶ୍ରେଣୀ ଖୋଲାଯାଇ ପାଠ୍ୟକ୍ରମ ଆରମ୍ଭ ହୁଏ। ପରେ ୧୮୭୬ରେ ଏହା ସମ୍ପୂର୍ଣ୍ଣ ଭାବେ ପ୍ରଥମ ଶ୍ରେଣୀର କଲେଜ ଭାବେ ପୁନଃ ନବୀକରଣ ହୋଇଥିଲା। କଲେଜର ରୂପ ନେବା ପରେ ଏହା କଟକ କଲେଜ ଭାବରେ ପରିଗଣିତ ହୋଇଥିଲା। ଯେଉଁ ପର୍ଯ୍ୟନ୍ତ ଏହାର ନାମ ରେଭେନ୍ସା କଲେଜ ହୋଇ ନ ଥିଲା ସେପର୍ଯ୍ୟନ୍ତ ଏହା କଟକ କଲେଜ ଭାବରେ ପରିଚିତ ହୁଏ। ଏହି କାରଣରୁ ମୟୂରଭଞ୍ଜ ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ସରକାରଙ୍କୁ କଟକ କଲେଜର ନାମ ରେଭେନ୍ସା କଲେଜ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରି ଏକ ସର୍ତ୍ତ ରଖିଥିଲେ । କଲେଜ ପାଇଁ କିଛି ଅନୁଦାନ ପାଇଁ ସରକାର କହିଥିଲେ । ସିଭିଲି ସୋସାଇଟି ସଂଗଠନ ଏହି ଅନୁଦାନ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ମୟୂରଭଞ୍ଜ ରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ୨୦ ହଜାର ଟଙ୍କା ଅନୁଦାନ ମଧ୍ୟ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଏହା ‘ରେଭେନ୍ସା ମହାବିଦ୍ୟାଳୟ’ ନାମରେ ପରିଚିତ ହୁଏ। ନାରୀଶିକ୍ଷା ଗୁରୁତ୍ୱକୁ ଅନୁଭବ କରି ରେଭେନ୍ସା ମହିଳାଙ୍କୁ ପାଠ ପଢିବାର ପ୍ରକ୍ରୟା ପ୍ରଥମେ ଆରମ୍ଭ କରିଥିଲେ। ସେତେବେଳେ ନାରୀଶିକ୍ଷାର ଏତେ ପ୍ରଚାର ପ୍ରସାର ନ ଥିବାରୁ ଝିଅମାନଙ୍କୁ ସ୍କୁଲ ଛାଡିବାକୁ କେହି ପ୍ରସ୍ତୁତ ନ ଥିଲେ। ତେବେ ତାଙ୍କ ପ୍ରୟାସରେ ବିତ୍ତୀୟ ସହାୟତା ମଞ୍ଜୁର ହେବା ପରେ କଟକରେ ଏକ ଗର୍ଲସସ୍କୁଲ ସ୍ଥାପନ ହୋଇଥିଲା। ୧୮୭୩ରେ ଏହି ଗଲ‌ର୍ସସ୍କୁଲ ହିନ୍ଦୁ ଗଲ‌ର୍ସ ସ୍କୁଲ ଭାବେ ପରିଗଣିତ ହୋଇଥିଲା।

ବରିଷ୍ଠ ଅଧ୍ୟାପକ ଡ଼ଃ ନୀଳମଣି ଲେଙ୍କାଙ୍କ କହିବା କଥା, ” ୧୮୭୮ ମସିହାରେ କଟକ କଲେଜର ନାମ ପରିବର୍ତ୍ତନ ହୋଇ ରେଭେନ୍ସାଙ୍କ ନାମରେ ନାମିତ ହୋଇଥିଲା । ଆଧୁନିକ ଓଡ଼ିଶାର ଇତିହାସ ସହିତ ରେଭେନ୍ସାର ଇତିହାସ ଜଡିତ । ରେଭେନ୍ସା ଥୋମାସ ଏଡୱାର୍ଡଙ୍କର କେବଳ ସରନେମ ନୁହେଁ, ଏହା ଏକ ଇମୋସନ ବା ଭାବାବେଗ । ଶିକ୍ଷାନୁଷ୍ଠାନ ରେଭେନ୍ସା ଓଡିଶା ପାଇଁ ଗର୍ବ, ଗୌରବ ଏବଂ ଅସ୍ମିତାର ଅବିଚ୍ଛେଦ୍ୟ ଅଙ୍ଗ । କାହିଁକି ନାଁ ରେଭେନ୍ସାର ଇତିହାସ ସହିତ ଆଧୁନିକ ଓଡ଼ିଶାର ଇତିହାସ ଅଙ୍ଗାଙ୍ଗୀ ଭାବେ ଜଡିତ। ରେଭେନ୍ସା ଆସୋସିଏଟ ହେଲା ଆଧୁନିକ ଓଡି଼ଶା ଇତିହାସ । ଏଇଠୁ ୮ ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କଲେଜର ନାମ ପରିବର୍ତ୍ତନ ହେଲେ ଇମୋସନ ପଳାଇବ । ”

ନଅଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସାଙ୍କୁ ଦାୟୀ କରାଯାଏ:

ରେଭେନ୍ସା ୧୮୬୫ ମସିହାରେ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୮୬୬ରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା । ବର୍ଷା ହୋଇନଥିଲା, ଖାଦ୍ୟ ନପାଇ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିଲା । ରେଭେନ୍ସା ସେତେବେଳେ ବହୁତ ଭୁଲ କରିଥିଲେ । ଏପରିକି ଏହି ଭୟାବହ ସ୍ଥିତି ପାଇଁ ତାଙ୍କୁ ମଧ୍ୟ ଦାୟୀ କରାଯାଏ । ଜନବିମ୍ସ ତତ୍କାଳୀନ ବାଲେଶ୍ୱର ଜିଲ୍ଳାପାଳ ରେଭେନ୍ସାଙ୍କର ନଅଙ୍କ ଦୁର୍ଭିକ୍ଷ ପରିଚାଳନାର ଅପାରଗତାକୁ ଦର୍ଶାଇ ଥିଲେ। କ୍ୟାମବେଲ ଦୁର୍ଭିକ୍ଷ କମିଶନ ରେଭେନ୍ସାଙ୍କୁ ଜେରା କରିବା ପରେ ତାଙ୍କର ରିପୋର୍ଟରେ ରେଭେନ୍ସାଙ୍କୁ ଦାୟୀ କରିଥିଲେ।
ଦୁର୍ଭିକ୍ଷର ପରବର୍ତ୍ତୀ ସମୟରେ ଓଡି଼ଶାର ଶିକ୍ଷା, ସ୍ୱାସ୍ଥ୍ୟ ବିକାଶ ଯଥା କଟକ କଲେଜ ନିର୍ମାଣ କରିବା, କଟକ ମେଡିକାଲ ସ୍କୁଲ କରିବା ତାଳଦଣ୍ଡା , କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ କେନାଲର ବିସ୍ତାର ଏବଂ ସମ୍ପୂର୍ଣ୍ଣ କରିବା ଏବଂ ଷ୍ଟୁଆର୍ଟକୁ ସିଭିଲ ସର୍ଜନ ଭାବରେ ନିଯୁକ୍ତି ଦେବା କ୍ଷେତ୍ରରେ ରେଭେନ୍ସା ଉଲ୍ଲେଖନୀୟ ଭୂମିକା ରହିଥିଲା ।

ରେଭେନ୍ସା ଏବଂ ଓଡ଼ିଆ ଅସ୍ମିତା କହିଁକି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ?ସମ୍ପୂର୍ଣ୍ଣ ଏକକ ଓଡିଶା ଗଠନ, ଓଡ଼ିଆ ଜାତୀୟତାବାଦର ସମ୍ପ୍ରସାରଣ, ସବୁଜ ସାହିତ୍ୟଠାରୁ ଓଡ଼ିଆ ସାହିତ୍ୟର ବିକାଶ କରିବା, ଜାତୀୟତାବାଦର ବହ୍ନି ଏହିଠାରୁ ଚାରିଆଡେ ବିସ୍ତାର ହୋଇଥିଲା। କେବଳ ସେତିକି ନୁହେଁ, ଓଡ଼ିଆ ଅସ୍ମିତା, ଜାତୀୟତାବାଦ, ଓଡିଶା ସମ୍ପୂର୍ଣ୍ଣ ପ୍ରଦେଶ ଗଠନ, ଓଡ଼ିଆ ସାହିତ୍ୟର ବିକାଶରେ ରେଭେନ୍ସା ଏବଂ ରେଭେନ୍ସାର ଛାତ୍ର ମାନଙ୍କର ଭୂମିକା ବେଶ ଗୁରୁତ୍ୱର ଥିଲା। ଭରତଛାଡ଼ ଆନ୍ଦୋଳନ ଏହିଠାରୁ ହିଁ ଆରମ୍ଭ ହୋଇଥିଲା । ୧୯୪୨ ଅଗଷ୍ଟ ମାସରେ ରେଭେନ୍ସା ଟେନିସ କୋର୍ଟଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ରେଭେନ୍ସାରେ ବସିଥିଲା ବିଧାନସଭା :
୧୯୩୭ ମସିହାରେ ରେଭେନ୍ସା କ୍ୟାମ୍ପସ ପରିସରରେ ଥିବା ଆସେମ୍ବଲି ହଲରେ, ଓଡିଶା ସ୍ୱତନ୍ତ୍ର ପ୍ରଦେଶର ପ୍ରଥମ ବିଧାନସଭା ଅଧିବେଶନ ବୈଠକ ବସିଥିଲା । ଏହି ସ୍ଥାନଟି ସ୍ୱାଧୀନତା ପରବର୍ତ୍ତୀ ସମୟ ଅର୍ଥାତ ୧୯୫୨ ମସିହା ପର୍ଯ୍ୟନ୍ତ ଓଡିଶା ବିଧାନସଭାର କାର୍ଯ୍ୟସ୍ଥଳୀ ଥିଲା । ମାତ୍ର ୧୯୪୮ ମସିହାରେ ଯେତେବେଳେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱର ସ୍ଥାନିତ ହେଲା, ସେତେବେଳେ ଏବେ କାର ଭୁବନେଶ୍ୱର ଲୋକସେବା ଭବନରେ ଏକ ସ୍ୱତନ୍ତ୍ର ବୈଠକ ବସିଥିଲା।

ବିଧାନସଭାରେ ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ:

ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଜାରି ରହିଥିବା ବେଳେ ଦ୍ୱାଦଶ ଦିନର ଶୂନ୍ୟକାଳରେ ଉଠିଲା ରେଭେନ୍ସା ନାମ କରଣ ପରିବର୍ତ୍ତନ ପ୍ରସଙ୍ଗରେ ଗୃହରେ ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ନାମକରଣ ପରିବର୍ତ୍ତନର ଅଭିସନ୍ଧିକୁ ନେଇ ଆଙ୍ଗୁଳି ଉଠାଇଲେ ଗଣେଶ୍ୱର। ଏହା ବୁଦ୍ଧିଜୀବୀଙ୍କ ଚେତନାକୁ ଦୋହଲାଇ ଦେଇଛି, ଓଡ଼ିଆ ଅସ୍ମିତା ପ୍ରତି କୁଠାର ଘାତ। ଚିନ୍ତା ବିଭ୍ରାଟର ଢୋଲ ନ ବାଜୁ। ଓଡ଼ିଆ ଜାତି ଓ ଭାଷା ପ୍ରତି ରେଭେନ୍ସାଙ୍କ ଅବଦାନ କଣ ଥିଲା ? ବିଭିନ୍ନ ନଜିର ଦେଇ ଗୃହରେ ତଥ୍ୟ ରଖିଲେ ଗଣେଶ୍ୱର। କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକରେ ଏକ କାର୍ଯ୍ୟକ୍ରମରେ ରେଭେନ୍ସା ନାଁ ପରିବର୍ତ୍ତନ ନେଇ କହିଥିଲେ । ତେବେ ଏହାକୁ ନେଇ ରାଜ୍ୟରେ ବିଭିନ୍ନ ସ୍ତରରେ ନାପସନ୍ଦ କରାଯାଉଛି।
ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଦୋହରାଇଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ-
ପୁଣି ତେଜିଲା ରେଭେନ୍ସା ନାମ ପରିବର୍ତ୍ତନ ବିବାଦ । ରେଭେନ୍ସା ନାମ ପରିବର୍ତ୍ତନ ନେଇ ତର୍ଜମା ହେବା ଆବଶ୍ୟକ । ରେଭେନ୍ସା ସିଏ ନଅଙ୍କ ଦୁର୍ଭିକ୍ଷ ସମୟରେ ଯାହାଙ୍କ ପାଇଁ ଖାଦ୍ୟାଭାବ ଦେଖା ଦେଇଥିଲା । କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ମତ ପରିପ୍ରକାଶ କରିଛନ୍ତି, ସଭ୍ୟ ସମାଜ ତର୍ଜମା କରିବା ଦରକାର । କର୍ଣ୍ଣଟପ୍ୟାଲେସ ନାମ ପରିବର୍ତ୍ତନ କାହିଁକି ହୋଇଛି ବୋଲି ପଚାରିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ତେବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି, “କେନ୍ଦ୍ରମନ୍ତ୍ରୀ ନିଜେ କହିଛନ୍ତି ରେଭେନ୍ସା ନାମ ପରିବର୍ତ୍ତନ ତାଙ୍କ ବ୍ୟକ୍ତିଗତ ମତ । ଦ୍ୱିତୀୟରେ ସେ ସମାଜକୁ ଛାଡ଼ିଛନ୍ତି ତର୍ଜମା ପାଇଁ । ଗଣତନ୍ତ୍ର ରେ ସୌନ୍ଦର୍ଯ୍ୟ ହେଉଛି ଭିନ୍ନମତ । ଚାଇନା କିମ୍ବା ଉତ୍ତର କୋରିଆ ନୁହେଁ ସରକାର ଯାହା କହିବ ତାହା ହେବ । କେନ୍ଦ୍ରମନ୍ତ୍ରୀ ପରିପ୍ରକାଶ କରିଛନ୍ତି, ସଭ୍ୟ ସମାଜ ତର୍ଜମା କରିବା ଦରକାର । ଆଜିବି ଚିନ୍ତା କରିବା ଦରକାର କର୍ଣ୍ଣଟପ୍ୟାଲେସର ନାମ କଣ ପାଇଁ ପରିବର୍ତ୍ତନ ହେଲା, କର୍ତ୍ତବ୍ୟ ପଥର ନାଁ କାହିଁକି ଆସିଲା । ରେଭେନ୍ସା ସିଏ ଯିଏ ଭୂୟାଁ ଆନ୍ଦୋଳନ ରତନା ନାୟକଙ୍କ ଦ୍ୱାରା ହୋଇଥିଲା ତାକୁ ପ୍ରତ୍ୟାହୋତ କରିଥିଲେ । କେତେ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ , କେତେ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ , କେତେଜଣ ଓଡ଼ିଆଙ୍କୁ କଳାପାଣି ପଠେଇଥିଲେ, ଓଡ଼ିଆଙ୍କୁ ୧୦ ବର୍ଷ , ୧୫ ବର୍ଷ କାରାଦଣ୍ଡ ଦେଇଥିଲେ” ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, “ନଅଙ୍କ ଦୁର୍ଭିକ୍ଷ ସମୟରେ ରେଭେନ୍ସା ସାହେବ କଣ କରୁଥିଲେ, ୭୦ ଦିନିଆ ଟୁର ରେ ବାହାରିଥିଲେ । ରେଭିନ୍ୟୁ ବୋର୍ଡକୁ ଖାଦ୍ୟଶସ୍ୟ ମହଜୁଦ ଅଛି କହିଥିଲେ ଯେତେବେଳେ ବାଲେଶ୍ୱର, କଟକ ଆଦି ଜିଲ୍ଲାପାଳ ଏକଥାକୁ ମନା କରୁଥିଲେ । ଏସବୁ କଥା କୁ ବିଚାର କଲେ ତର୍ଜମା ର ଆବଶ୍ୟକତା ଅଛି । ମନ୍ତ୍ରୀ ଭାବରେ ମୋ ମତ ସରକାରଙ୍କର ରହିବ ହେଲେ ବ୍ୟକ୍ତିଗତ ଭାବରେ କହିବି ତର୍ଜମା ହେବାର ଆବଶ୍ୟକତା ଅଛି,” ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ।
ସୂଚନା ଅନୁଯାୟୀ, ଞ.ଋ.ଜବଙ୍ଖରଦ୍ଭଗ୍ଦଷବଙ୍ଗ ବା ଟମାସ୍ ଏଡ୍ୱାର୍ଡ ରେଭେନ୍ସା । ଯାହାଙ୍କ ପାଇଁ କଟକ ମାଟିରେ ଠିଆ ହୋଇଛି ଓଡ଼ିଶାର ପ୍ରସିଦ୍ଧ ରେଭେନ୍ସା ବିଶ୍ୱ ବିଦ୍ୟାଳୟ। ଆଗାମୀ ଦିନରେ ଏହାର ନାମ ପରିବର୍ତ୍ତନ କରାଯିବ କି ନାହିଁ ତାକୁ ନେଇ ଏବେଠାରୁ ତର୍ଜମା ଆରମ୍ଭ ହୋଇଛି । କାରଣ ସ୍ୱାୟତ୍ୱ ଶାସନ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗରୀମାମୟ ବିଶ୍ୱ ବିଦ୍ୟାଳୟର ନାମ ପରିବିର୍ତ୍ତନ ହେବା ଉଚିତ୍ କି ନୁହେଁ ବୋଲି ଓଡ଼ିଶାବାସୀଙ୍କ ଆଗରେ ପ୍ରଶ୍ନଟିଏ ଠିଆ କରିଛନ୍ତି ।


Next Post

ଜେଇ ଠିକାଦାର ମିଲିଭଗତ , କୋମଳମତି ଶିଶୁଙ୍କ ଜୀବନ ବିପଦଶଙ୍କୁଳ

Thu Sep 5 , 2024
କେନ୍ଦ୍ରାପଡ଼ା,୪ା୯: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ପଞ୍ଚାୟତର ଖଇରାବାଦ ଅଙ୍ଗନୱାଡି କେନ୍ଦ୍ରଟି ଏବେ ଭୁତ କୋଠି ପାଲଟିଛି । କାରଣ କିଛିମାସ ତଳେ ସେଠାରେ ଟାଇଲ ବିଛାଇବା କାର୍ଯ୍ୟ ହୋଇଥିବା ବେଳେ ସବୁଯାକ ଟାଇଲ ଫାଟି ଏବେ ମେଲା ହୋଇଯାଇଛି । ଯୁଆଡେ ଦେଖିବ ସେଆଡେ ଟାଇଲ ଗୁଡିକ ଦବିଯାଇ ଫାଟିଯାଇଛି । ଏହି କେନ୍ଦ୍ରକୁ ଆସୁଥିବା ଶିଶୁମାନେ ତଳେ ବସିପାରୁ ନାହାଁନ୍ତି । ଏହି ଫଟା ଟାଇଲରେ […]

KANIKA