କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ବଡପାଳ ଆରଆଇ ସର୍କଲ ଅଧିନ ଓଉପଦା ପଂଚାୟତ କଜଳବନ୍ଧ ଗାଁର ସୁଶାନ୍ତ କୁଣ୍ଡଙ୍କ ଘରେ ସୋମବାର ସଂନ୍ଧ୍ୟା ୭ଟାରେ ଅଗ୍ନିକାଣ୍ଡ ଘଟି ୩ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ରୋଷେଗ୍ୟାସରୁ ନିଆଁ ଲାଗିବାରୁ ପରିବାର ଲୋକେ ଦେଖି ଘରୁ ପଦାକୁ ଆସି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ସାହିପଡ଼ିଶା ପହଁଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। […]

କେନ୍ଦ୍ରାପଡା,୧୯/୮: ବଜ୍ରାଘାତରେ କେନ୍ଦ୍ରାପଡା ସହରସ୍ଥ ଏକ ପ୍ରାଚୀନ ମନ୍ଦିର ଶ୍ରୀ ଗୋପୀନାଥଜୀଉ ବିନୋଦବିହାରୀ ମନ୍ଦିରରୁ ୧୨ଟି ପଥର ଖସିପଡି ବିପଦ ସୃଷ୍ଟି କରିଛି । ସୋମବାର  ପ୍ରାୟ ସନ୍ଧ୍ୟା ୬ଟା ୪୫ମିନିଟ ସମୟରେ ବଜ୍ରପାତ ଘଟିଥିଲା । ବଜ୍ରପାତର ପ୍ରଚଣ୍ଡ ଶବ୍ଦରେ କେନ୍ଦ୍ରାପଡା ସହର ଥରି ଉଠିଥିଲା । ଏହାର ପ୍ରଭାବରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ । କେନ୍ଦ୍ରାପଡା ସହର କାକଟସ୍ଥିତ ଶ୍ରୀ ଗୋପୀନାଥଜୀଉ ବିନୋଦବିହାରୀ ମନ୍ଦିର ପଛପାଶ୍ୱର୍ […]

କେନ୍ଦ୍ରାପଡ଼ା,୧୮ା୮ : କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଲାଗି ହେବା ପାଇଁ ଏକଲକ୍ଷ ତୁଳସୀ ଆସି ଇଛାପୁରସ୍ଥିତ ଶ୍ରୀଜୀଉଙ୍କ ମନ୍ଦିରରେ ପହଞ୍ଚିଛି। ଏହି ତୁଳସୀ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗୟାସପୁରର ବିଣାପାଣୀ କଳ୍ପତରୁ ପ୍ରଶିକ୍ଷଣକେନ୍ଦ୍ରରୁ ଶ୍ରୀଜୀଉଙ୍କୁ ଲାଗି ହେବା ପାଇଁ ଆସିଛି। ଶ୍ରୀବଳଦେବଜୀଉଙ୍କ ଜନ୍ମଦିନ ତଥା ଗ୍ରହ୍ମାପୂର୍ଣ୍ଣର୍ିମା ଅବସରରେ ଏହି ତୁଳସୀ ଶ୍ରୀଜୀଉଙ୍କୁ ଲାଗି କରାଯାଇଥାଏ। ଗୟାସପୁରରୁ ପଦଯାତ୍ରା କରି ସଂସ୍ଥାର କର୍ମକର୍ତ୍ତାମାନେ ଏହି ତୁଳସୀ ନେଇ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ରବିବାର ବଜ୍ରାଘାତ ହୋଇଛି। ଏଥିରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦୋଷିଆ ପଂଚାୟତ ବାସୁଦେବପୁର ଗାଁର ବିଜୟ ମଳିକ(୪୯) ଅନ୍ୟଜଣେ ଚାଷୀ ହେଲେ ବିଲିକଣା ପଂଚାୟତ ଗରା ଗ୍ରାମର ରାଜକିଶୋର ପ୍ରଧାନ (୬୫) ବୋଲି ଜଣାପଡିଛି । ସୂଚନା ଅନୁସାରେ ରବିବାର ପୂର୍ବାହ୍ନରେ ବାସୁଦେବପୁର ଗାଁର ବିଜୟ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ବିଲରେ କାମ […]

କେନ୍ଦ୍ରାପଡ଼ା,୧୮ା୮: ରାଜଧାନୀରେ ରାଜ୍ୟସ୍ତରୀୟ ପଦକ ପାଇଛନ୍ତି କେନ୍ଦ୍ରାପଡ଼ାର ପୁଅ ସେକ୍ ଅବିର। କେନ୍ଦ୍ରାପଡ଼ା ପୌରାଞ୍ଚଳର ୧୧ ନଂ. ୱାର୍ଡ ଖଡିଅଙ୍ଗ ଗ୍ରାମର ପୁଅ ଅବିର ପେଶାରେ ଜଣେ ହାବିଲଦାର। ସେ ୧୯୮୮ ମସିହାରୁ ଭୁବନେଶ୍ୱର ସହରାଞ୍ଚଳ ଟି.ଟି.ଆଇ. ଭାବେ କାର୍ଯ୍ୟ କରୁଛନ୍ତି। ସେ ଜଣେ ଦକ୍ଷ ଫୁଟବଲ ଖେଳାଳୀ। ପଡିଆରେ ସେ ଡିଫେଣ୍ଡର ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ। କେନ୍ଦ୍ରାପଡ଼ା ସୁରଜ ସ୍ପୋର୍ଟିଂ କ୍ଲବର ସେ ଜଣେ ଦକ୍ଷ ଡିଫେଣ୍ଡର ଥିଲେ। […]

ପଟ୍ଟାମୁଣ୍ଡାଇ ୧୭/୮ -ଭାଜପା କେନ୍ଦ୍ରାପଡା ଲୋକସଭା ସଦସ୍ୟ ବୈଜୟନ୍ତ ପଣ୍ଡାଙ୍କୁ ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ମିଳିଛି । ଏମ୍‌ପି ବୈଜୟନ୍ତଙ୍କ ଉପରେ ଆସ୍ଥା ପ୍ରକଟ କରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୁରୁ ଦାୟିତ୍ୱ ଦେଇଛନ୍ତି । ବୈଜୟନ୍ତଙ୍କୁ ଏହି ଦାୟିତ୍ୱ ମିଳିବା ପରେ ପଟ୍ଟାମୁଣ୍ଡାଇ ଭାଜାପା ପକ୍ଷରୁ ନଗର ପ୍ରଭାରୀ ଶୁଶିଲ ପରିଡା, ଗିରିଜା ଶଙ୍କର ସାମଲ,ଜିଲା ଭାଜପା ସଂପାଦକ ଚନ୍ଦନ ପାତ୍ର, […]

କେନ୍ଦ୍ରାପଡା,୧୭ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ହେଉଛି ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ। ଏହା ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଅର୍ଜ୍ଜନ କରିଛନ୍ତି। ଏହି ମହାବିଦ୍ୟାଳୟରେ ଏବେ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ଶିକ୍ଷାନୁଷ୍ଠାନ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲ ପକ୍ଷରୁ ନିର୍ଦେଶକ ଆଡ଼ଭୋକେଟ ସଞ୍ଜୟ କୁମାର ସାହୁଙ୍କ ନେତୃତ୍ୱରେ ଶିକ୍ଷୟତ୍ରୀ ତପସ୍ୱିନୀ ପ୍ରଧାନ, ସୌମ୍ୟା ପ୍ରିୟଦର୍ଶନୀ ଲେଙ୍କା ଜ୍ୟୋତ୍ସ୍ନାବାଳା,ସ୍ଵାତିପ୍ରଭା ଜେନା ରାକେଶ ସୂତାର, ବୀରସେନ ଜେନା ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ସ୍କୁଲ ଛାତ୍ରଛାତ୍ରୀ ପଟ୍ଟାମୁଣ୍ଡାଇ କୋର୍ଟ, ବ୍ଲକ, ତହସିଲ, ଥାନା, ପୌର ପରିଷଦ କାର୍ଯ୍ୟାଳୟ, ଟ୍ରେଜେରୀ, ପୋଷ୍ଟ ଅଫିସ ଆଦି ବିଭିନ୍ନ […]

କେନ୍ଦ୍ରାପଡା,୧୭ା୮: ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଅନସ୍ୱୀକାର୍ଯ୍ୟ। ବୃକ୍ଷ ପ୍ରାଣୀ ଜଗତର ପରମବନ୍ଧୁ। ପ୍ରାଣୀ ଓ ଉଭିଦ୍ଦ ନିର୍ଭରଶୀଳ। ତେଣୁ ବୃକ୍ଷଲତା ବିନା ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ। ବର୍ତ୍ତମାନର ପରିସ୍ଥିତିରେ ବୃକ୍ଷର ଅହେତୁକ ଅଭାବ, ବାୟୁମଣ୍ଡଳ ପ୍ରଦ୍ୟୁଷଣ, ଅପବୃଷ୍ଟି, ଭୁସ୍ଖଳନ ଭଳି ନାନାଦି ପ୍ରାକୃତିକ ବିପର୍ଯ୍ୟୟ ମାନ ପରିଲିଖିତ ହୋଇଆସୁଛି। ଯାହାଦ୍ୱାରାକି ପରିବେଶର ସନ୍ତୁଳନ ବିଗିଡି ଯାଉଛି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ସ୍ୱୟଂ […]

କେନ୍ଦ୍ରାପଡା,୧୭ା୮: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ପଞ୍ଚାୟତର ମୁଷାଡିହା ଗ୍ରାମର ଦିଲ୍ଲିପ ଦାଶଙ୍କ ଘର ପାଖରୁ ଗ୍ରାମ ଭିତରକୁ ଯାଇଥିବା ଏଲଟି ଲାଇନ ବିଦ୍ୟୁତ ତାର ଉପରେ ଏକ ବାଉଁଶ ବୁଦା ଶୋଇରହିଛି। ଏହି ବାଉଁଶ ବୁଦାଟି ହେଉଛି ଦିଲ୍ଲିପ ଦାଶଙ୍କର। ପବନ ବହିଲେ ବାଉଁଶ ଗୁଡିକ ୫/୬ଫୁଟ୍ ତଳକୁ ଅଣେଇ ହୋଇ ଆସୁଛି। ଫଳରେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଜୀବନ ପ୍ରତି ବିପଦ […]

କେନ୍ଦ୍ରାପଡ଼ା,୧୭ା୮:କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣା ଏବେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଡାକ୍ତରଙ୍କ ସୁରକ୍ଷା ନେଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି। ଜିଲାର ଡାକ୍ତରମାନେ କଳାବ୍ୟାଜ ପରିଧାନ କରି ସମଗ୍ର ଦେଶରେ ଚାଲିଥିବା ହରତାଳକୁ ସମର୍ଥନ କରିଛନ୍ତି। ଡାକ୍ତରମାନେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିଥିଲେ। […]

କେନ୍ଦ୍ରାପଡା୧୭।୮ – କେନ୍ଦ୍ରାପଡା ଜିଲା ଡେରାବିଶ ବସପୁର ନିକଟ ଲୁଣା ନଦୀକୁ ଶନିବାର ମଧ୍ୟାହ୍ନରେ ସମ୍ବିତ ସ୍ବାଇଁ(୩୮) ନାମକ ଜଣେ ଯୁବକ ଡେଇଁପଡ଼ି ନିଖୋଜ ହୋଇଯାଇଛନ୍ତି। ତାଙ୍କ ଘର କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲେ ଗ୍ରାମ ସୁରେଶ ଚନ୍ଦ୍ର ସ୍ବାଇଁଙ୍କ ପୁଅ ବୋଲି ଜଣାପଡିଛି। ଅଗ୍ନିଶମ ବାହିନୀ କର୍ମଚାରୀ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିବା ବେଳେ ଏପର୍ଯ୍ୟନ୍ତ ସନ୍ଧାନ ମିଳିନାହିଁ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, […]

ପଟ୍ଟାମୁଣ୍ଡାଇ ବିଜେଡି ଅଫିସ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ଉପସଭାପତି ଅରକ୍ଷିତ ସାହୁ , ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ଜିଲ୍ଲା ପରିଷଦ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦର ସଫେଇ କର୍ମଚାରୀମାନେ ଦୀର୍ଘ ଦିନ ଧରି ଦରମା ପାଇବାରୁ ବଂଚିତ ହୋଇଥିବାରୁ ପ୍ରତିବାଦରେ ଆଜି ପୌର ପରିଷଦର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ ।  ଏଥିରେ ବହୁ ସଫେଇ କର୍ମଚାରୀ ସାମିଲ ହୋଇଥିଲେ । ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ଖୁବ ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ତାଲା ବନ୍ଦ ଆନ୍ଦୋଳନ […]

ମାଟିବଂଶ ଅବଧାନ ସମାଜ ପତାକା ଉତ୍ତୋଳନ କେନ୍ଦ୍ରାପଡା,୧୬/୮: ଆଜି ସ୍ୱାଧୀନତା ଦିବସ ଅବସରରେ ସକାଳ ୭.୩୦ମିନିଟ ସମୟରେ “ମାଟିବଂଶ” ଅବଧାନ ସମାଜ ତରଫରୁ ଗୁହାଳସିଂସ୍ଥିତ କାର୍ଯ୍ୟାଳୟରେ ପରିଚାଳନା କମିଟି ସଦସ୍ୟମାନଙ୍କ ଉପସ୍ଥିତିରେ ରାଜ୍ୟସଂଘ ଉପଦେଷ୍ଟା ଉପେନ୍ଦ୍ର କୁମାର ବେଜ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆମ ଜନ୍ମଭୂମି ଭାରତର ଐକ୍ୟତା ବଜାୟ ରଖିବା ସହିତ ସ୍ୱାଧୀନତା ହାସଲ ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀ ବିଷୟରେ […]

କେନ୍ଦ୍ରାପଡା ୧୬/୮ – ସ୍ୱାଧୀନତା ଦିବସ ଅବସରରେ ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ପୋନି’ ତରଫରୁ ଗପ, କବିତା, ସଙ୍ଗୀତ ଅକ୍ଷସର ସହ “କଳା ଅଭିବ୍ୟକ୍ତିରେ ସ୍ୱାଧୀନତା ଅଙ୍କୁଶଯୁକ୍ତ ହେବା ଉଚିତ୍ କି ?’ ଶୀର୍ଷକ ଏକ ବିତର୍କ ମାଧପୁରସ୍ଥିତ ପୁନର୍ବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ‘ତ୍ରିରଙ୍ଗାର ତାଳେ ତାଳେ..ସୃଜନର ସାରେଗାମା’ ଶିରୋନାମାର ଏହି ମନୋଜ୍ଞ କାର୍ଯ୍ୟକ୍ରମକୁ ସିମ୍ପୋନିର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ କଥାକାର ଡ. ବିରଜା ରାଉତରାୟ […]

ସ୍ଵାଧିନତା ଦିବସ ପାଳନ ଅବସରରେ କଳିଙ୍ଗ ନବ ଦିଗନ୍ତ ସାମାଜିକ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମପଂଚାୟତ ଅଢାଖଣ୍ଡ ମଠସାହି ଗ୍ରାମର କିଡନୀ ପିଡିତ କୃତିବାସ ସାହୁଙ୍କୁ ୧୦ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନକରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ସେହିପରି ରାଜନଗର ବ୍ଲକ ବଳରାମପୁରରେ ସୁକାନ୍ତ ସାହାଣୀଙ୍କ ଘରେ ,ଗୁରୁବାର ଅଗ୍ନିକାଣ୍ଡ ଘଟି ଭଉଣୀଭାଇଙ୍କ ମୁତ୍ୟୁବରଣ କରିଥିଲେ । […]

କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ ଭାଜପାରେ ଦୀର୍ଘଦିନ ହେଲା କୁହୁଳୁ ଥିବା ଗୋଷ୍ଠୀ ବିବାଦ ଗୁରୁବାର ଅପରାହ୍ନରେ ସାଂଘାତିକ ରୂପ ନେଇଛି। ହରଘର ତ୍ରିରଙ୍ଗା ରେଡଶୋ ଚାଲିଥିବା ବେଳେ ମଣ୍ଡଳ ଭାଜପା ସଭାପତିଙ୍କୁ ପ୍ରବଳ ମାଡ ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।ଏହି ଘଟଣା ଘଟିଛି ରାମମନ୍ଦିର ପାଖରେ ବୋଲି ଜଣାପଡିଛି।

କେନ୍ଦ୍ରାପଡ଼ା,୧୬ା୮:କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା କୋଟିପତି ସହକାରୀ ଯୋଗାଣ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କର କେନ୍ଦ୍ରାପଡ଼ା, କଟକ ଓ ଭୁବନେଶ୍ୱର ପ୍ରଭୃତି ୫ଟି ସ୍ଥାନରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଚଢଉ ବେଳେ ଜଣାପଡିଛି। ଏହି ଚଢାଉରୁ କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣନଗରରେ ଥିବା ଏକ ମହଲା ବିଶିଷ୍ଟ କୋଠା ଘର, ଭୁବନେଶ୍ୱର ଲିଙ୍ଗିପୁରର […]

କେନ୍ଦ୍ରାପଡା,୧୬ା୮: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ଆନନ୍ଦ ମାର୍ଗରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ପ୍ରଥମ ଓଡିଆ ଛାତ୍ର, […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା  ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଞ୍ଚାୟତର ତମାଳ ଶାସନ ଗ୍ରାମର ବିଜୁ ଜନତା ଦଳର ବର୍ଷିୟାନ ନେତା ବୃନ୍ଦାବନ ମିଶ୍ରଙ୍କର ୯୨ବର୍ଷରେ ଦେହାନ୍ତ ହୋଇଯାଇଛି। ସେ ଶ୍ରୀଦଧିବାମନଜୀଉଙ୍କ ପୂଜକ, ଚନ୍ଦନପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ଝିଅ ଓ ଜ୍ୱାଇଁଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ତାଙ୍କର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ […]

କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ବିରୁପା ନଦୀର ଇନ୍ଦୁପୁର ଘାଟରେ ଜଣେ ଯୁବକକୁ ମାଡ ମାରି ର୍ଫିଙ୍ଗି ଦେଇଥିବା ନିଖୋଜ ଯୁବକଙ୍କ ମୃତଦେହ ପଟ୍ଟାମୁଣ୍ଡାଇ ଜଗନ୍ନାଥପୁର ବ୍ରାହ୍ମଣୀ ନଦୀ ଘାଟରେ ଗୁରୁବାର ଅପରାହ୍ନରେ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ହେଲେ ନିକିରାଇ ଗ୍ରାମର ମଂଟୁ ମଲ୍ଲିକ । ଚଉଦକୁଲାଟ ପୋଲିସ ଖବର ପାଇ ଅଗ୍ନିଶମ ବିଭାଗ ସାହାଯ୍ୟରେ ମୃତଦେହ ଉଦ୍ଧାର କରିଛି। ପ୍ରକାଶ ଯେ ଗତ ବୁଧବାର ନିକିରାଇ […]

ଏମିତି ବି ଆସେ ମୁତ୍ୟୁ । କେହି କିଛି ଜାଣିବା ଆଗରୁ ନିମିଷକେ ଝଡିଗଲା ଦୁଇ କୋମଳ ଶିଶୁଙ୍କ ଜୀବନ । କାନ୍ଦି କାନ୍ଦି ମା’ବାପ ସହିପଡିସାଙ୍କ ଆଖିରୁ ଲୁହ ଶୁଖୁନାହିଁ । ମାତ୍ର କିଛି ସମୟ ତଳେ ଏପରି ଏକ ଖବର ହସ୍ତଗତ ହୋଇଛି ଯାହାକୁ ଶୁଣି ଯେ କେହି ବି ଭାବପ୍ରବଣ ହୋଇଉଠିବେ। ଦୃଶ୍ୟ ଏଭଳି ଯାହାକୁ ଦେଖିଲେ ଆଖିରେ ଲୁହ ଆପେ ଆପେ ବୋହି ଆସିବ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ୟାରେଡ ପଡିଆ ଠାରେ ଗୁରୁବାର ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ଜାତୀୟ ପତାକା ଉତତୋଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଆଜିର ଦିବସ […]