କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ଓ ପନୀୟ ଜଳ ସୁବିଧା ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ନୂତନ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସାମାଜିକ କର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତି ପଟ୍ଟାମୁଣ୍ଡାଇ ତହସିଲ ଉପରେ ନିର୍ଭରଶୀଳ ୩୧ ପଂଚାୟତର ୧୫୫ଗ୍ରାମର ଜନସାଧାରଣ, ଛାତ୍ରୀଛାତ୍ର ଜମିଜମା […]

କେନ୍ଦ୍ରାପଡ଼ା, ୫ା୯: ଗାଜିଆ ବାଦ କୋର୍ଟ ପରସିରରେ ଆଇନଜୀବୀଙ୍କୁ କାର୍ଯ୍ୟରତ ଅବସ୍ଥାରେ ନିର୍ମମ ଭାବରେ ହତ୍ୟା କରିବା ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିନ୍ଦା କରିବା ସହ ଦୋଷୀକୁ ତୁରନ୍ତ ଦଣ୍ଡ ଦେବା ପାଇଁ ଦାବି କରିଛି । ଆଇନଜୀବୀମାନଙ୍କୁ କାର୍ଯ୍ୟରତ ସମୟରେ ସୁରକ୍ଷା ପ୍ରଦାନ କରାଯିବା ଅତ୍ୟନ୍ତ ଜରୁରୀ ଅଟେ । ଏଣୁ ଜିଲ୍ଲା ଓକିଲ ସଂଘର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାପ୍ରଶାସନ ଜରିଆରେ ରାଜ୍ୟପାଳଙ୍କୁ […]

ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ ସମସ୍ୟା ଦୂର କରିବା ପାଇଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ଏହା କେତେମାତ୍ରାରେ କାର୍ଯ୍ୟକାରୀ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚାଷୀଙ୍କ ଉନ୍ନତି ପାଇଁ ସରକାରୀ ତହବିଲରୁ ବହୁ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କୃଷକଙ୍କ ସମସ୍ୟାର କୌଣସି […]

ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଗଲାଣି । ପ୍ରମୁଖ ଘାଟ ଗୁଡିକୁ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇନଥିବା ବେଳେ ଚୋରା ବାଲି ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପଟ୍ଟାମୁଣ୍ଡାଇ ନୂତନ ଭାବେ ଯୋଗଦେଇଥିବା ତହସିଲଦାର ସମିର ବେହେରା ଉକ୍ତ ଘଟଣାକୁ ଗୁରୁତର ସହିତ ନେଇଥିବା ବେଳେ ସୋମବାର ବେଆଇନ ବାଲି ଚାଲାଣ ହେଉଥିବା ତିନୋଟି ହାଇୱ୍ୱା […]

ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଅନ୍ୟତମ ଲୀଳାକ୍ଷେତ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡା ଅଭିରାମ ଆଶ୍ରମରେ ଝୁଲଣ ଯାତ୍ରା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଜଗତଗୁରୁ ଠାକୁର ଅଭିରାମ ପରମହଂସଙ୍କ ଦୀକ୍ଷିତ ମହିୟସୀ ମହିଳା ସରୋଜିନୀ ସାମଲ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଆଧ୍ୟାତ୍ମିକ ସମାବେଶ ହରିବଂଶ, ପାରାୟଣ,ପ୍ରବଚନ ଓ ଭଜନ ଜଣାଣ କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । […]

କେନ୍ଦ୍ରାପଡା ଜିଲାରେ ବସଯାତ୍ରା ସେବା ବିପର୍ଯ୍ୟସ୍ତ ହୋଇଯାଇଛି । ବସଭଡା ବାବଦକୁ ସରକାରଙ୍କ ନିରଦ୍ଧାରିତ ରେଟ ଠାରୁ ଅଧିକ ଭଡା ଜୋରଜବରଦସ୍ତ ଲୁଟି ନେଉଛନ୍ତି ବସ କର୍ମଚାରୀ । ଏଥିନେଇ ବାରମ୍ବାର ଅଭିଯୋଗ ହୋଇଥଲେ ସୁଦ୍ଧା ଜିଲା ପରିବହନ ବିଭାଗ ଚେଇଁ ଶୋଇରହିଛନ୍ତି । ବସ୍‍ ଯାତ୍ରୀମାନଙ୍କ ଠାରୁ ଯେଭଳି ଭାବେ ଭଡା ଆଦାୟ କରାଯାଉଛି ତାହାକୁ ଦେଖିଲେ ଏହା ଉପରେ କାହାରି ନିୟନ୍ତ୍ରଣ ଥିଲାଭଳି ମନେ ହେଉନାହିଁ । […]

କେନ୍ଦ୍ରାପଡ଼ା, ୪ା୯: କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୈାରସଂସ୍ଥା ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ୍ ସମ୍ପଦ୍ ମଡକର୍‌, କେନ୍ଦ୍ରପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ବିଭିନ୍ନ […]

କେନ୍ଦ୍ରାପଡ଼ା, ୪ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ଯଥାଶୀଘ୍ର କରାଯିବା ଏବଂ କଲେଜରେ ହୋଇଥିବା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତରଙ୍କ ନେତୃତ୍ୱ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ରାସ୍ତା ନିର୍ମାଣରେ ୨୯ଲକ୍ଷ […]

ଭିତରକନିକାର ଡାଙ୍ଗମାଳ ଯେତିକି ପ୍ରସିଦ୍ଧ ସେତିକି ପ୍ରସିଦ୍ଧି ଲାଭକରିଛି କୁମ୍ଭୀର ପ୍ରଜନନ ପାଇଁ, ଭିତରକନିକାର ବଗଗହନ ମଧ୍ୟ ସେତିକି ପ୍ରସିଦ୍ଧି ଲାଭକରିଛି ଦେଶୀୟ ପକ୍ଷୀ ମାନଙ୍କ ପ୍ରଜନନ ପାଇଁ । ବର୍ଷାଦିନେ ଭିତରକନିକାର ବଗଗହନ ଦେଶୀୟ ପକ୍ଷୀମାନଙ୍କ କଳରବରେ ଫାଟିପଡେ । ଲକ୍ଷଲକ୍ଷ ଦେଶୀୟ ପକ୍ଷୀମାନେ ବିଭିନ୍ନ ଅଞ୍ଚଳରୁ ଆସି ଏଠି ଅଣ୍ଡା ଦିଅନ୍ତି, ଛୁଆ ଫୁଟାନ୍ତି । ଆଉ ଛୁଆମାନେ ଉଡି ଶିଖିଲେ, ଶିକାର କରି ଶିଖିଲେ ବାପା […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଏକ ନଦୀନାଳ ଘେରା ଅଂଚଳ । ସମୁଦ୍ରକୂଳବର୍ତୀ ଏହି ଅଞ୍ଚଳରେ ବ୍ରାହ୍ମଣୀ, ବୈତରଣୀ ସହ ଶାଖାନଦୀ ହଂସୁଆ, ପାଟ୍ଟାଶାଳା, ଖୋଳା ଭିତରକନିକା ଦେଇ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛନ୍ତି । ଏହି ବ୍ଲକ ତଥା ଜିଲ୍ଲାରେ ଦିନକୁ ଦିନ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ।   ଏପରିକି ଅଢେଇ ମାସରେ ଲଗାତର ୬ ଟି ଜୀବନ କୁମ୍ଭୀର ଆକ୍ରମଣରେ ଚାଲି ଯାଇଛି । […]

କେନ୍ଦ୍ରାପଡ଼ା,୩ା୯ : କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବ ପ୍ରାଚୀନ ସାଂସ୍କୃତିକ ଅନୁଷ୍ଠାନ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ଆନୁକୂଲ୍ୟରେ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଭବ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହକୁ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସଂଗୀତ ସଦନର ସଭାପତି ଅମ୍ବିକା ପ୍ରସାଦ ଦାସ ଏଥିରେ ପୌାରହିତ୍ୟ କରି ରାଜ୍ୟରେ […]

କେନ୍ଦ୍ରାପଡ଼ା – ଅଲ ଓଡିଶା ପିଯନ ଆସୋସିଏସନ ଓ କେନ୍ଦ୍ରାପଡ଼ା ପିଯନ କ୍ଳବର ମିଳିତ ଉଦ୍ଧ୍ୟମରେ ଆଜି ଗୌରୀଶଙ୍କର ହୋଟେଲ ପରିସରରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ପାରା ଉଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉଡାଣରେ ସାଲେପୁର, ନୃସିଂହ, ପିରବଜାର , ଲିଙ୍ଗରାଜ, ପୁରୀ, ଖୋର୍ଦ୍ଧା, କଟକଆଦି ପିଯନ କ୍ଳବର ସଦସ୍ୟମାନେ ସେମାନଙ୍କ ପାରା ଉଡାଇଥିଲେ । […]

କେନ୍ଦ୍ରାପଡ଼ା, ୩ା୯: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ଲିଗାଲ ଲିଟେରାସି ଫେଷ୍ଟିଭାଲ(ଆଇନଗତ ସ୍ୱାକ୍ଷରତା ପାର୍ବଣ) ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟବସ୍ଥାକୁ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଆଇନ ବିଷୟରେ ଅବଗତ କରାଇବା ଓ ସଚେତନ କରାଇବା । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାର ୧୬ଟି ବିଦ୍ୟାଳୟର ଲିଗାଲ ଲିଟେରାସି କ୍ଲବର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ […]

କେନ୍ଦ୍ରାପଡ଼ା, ୩ା୯: କେନ୍ଦ୍ରାପଡା ଜିଲ୍ଲା “ଖଣ୍ଡାୟତ କ୍ଷେତ୍ରିୟ ମହାସଭା”ର ଏକ ପ୍ରସ୍ତୁତି ବୈଠକ ଆଜି ଗୋଲଖ ଚନ୍ଦ୍ର ପଢିହାରୀଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ସହରର ନୂଆ ବସ୍‌୍‌ଷ୍ଟାଣ୍ଡ୍‌ସ୍ଥିତ ହୋଟେଲ ରିଭର୍ ଭିୟୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖଣ୍ଡାୟତ ଜାତିର ସାଙ୍ଗଠନିକ ଜିଲ୍ଲାରେ ଅଭିବୃଦ୍ଧି ଓ ଖଣ୍ଡାୟତ ସଙ୍ଗଠନକୁ କିପରି ମଜବୁତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତତ୍ ସହିତ ଆଗାମୀ ୧୦ତାରିଖରେ ଜିଲ୍ଲା […]

କେନ୍ଦ୍ରାପଡ଼ା,୩ା୯ : ବଜ୍ରପାତରେ ଜଣେ ଯୁବଚାଷୀଙ୍କ ବିୟୋଗ ହୋଇଯାଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ପଞ୍ଚାୟତର କଂସାର ଗ୍ରାମର ରଘୁନାଥ ରଣାଙ୍କ ପୁତ୍ର ପ୍ରତାପ ରଣା(୨୮) ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ବିଲରେ ତଳି ରୁଆ କାର୍ଯ୍ୟ କରୁଥିବା ବେଳେ ହଠାତ ବଜ୍ରପାତ ଘଟି ସେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ସଙ୍କାଟାପନ୍ନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ସଂସାରଫଳ ନିକଟରେ ଷଣ୍ଢ ସହ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଯୁବକଙ୍କଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ପ୍ରଥମେ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର […]

 କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରୋଡ କାନାରା ବ୍ୟାଙ୍କ ନିକଟରେ ଏକ ସ୍କୁଟି ସହିତ ବାଇକ ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟି ଆରୋହି ଗୁରୁତର ହୋଇଛନ୍ତି । ଶନିବାର ସନ୍ଧ୍ୟା ୬ଟା ସମୟରେ ଏକ ସ୍କୁଟି ଯୋଗେ ଅରପିତା ରାଉତ ନାମକ ଯୁବତୀ ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପଲସର ବାଇକ ମୁହାଁ ମୁହିଁ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟି ଚାଳକ ଅରପିତା ପଡି ଗୁରୁତର […]

କେନ୍ଦ୍ରାପଡା ସହର ଉପକଣ୍ଠ ଗଣାମାହାଲ ସ୍ଥିତ ଶ୍ରୀ ଶ୍ରୀ ବିନୋଦବିହାରୀ ଓ ଗୋପିନାଥଜୀୟୁଙ୍କ ଝୁଲଣ ଯାତ୍ରା ମହାସମାରୋହରେ ଗୁରୁବାର ଦିନ ଶେଷ ହୋଇଛି । ପବିତ୍ର ଶ୍ରାବଣ ଶୁକ୍ଳ ଏଦଶମୀ ଠାରୁ ଆରମ୍ଭ ହୋଇ ୫ଦିନ ଧରି ଅନୁଷ୍ଠିତ ଏହି ଝୁଲଣ ଯାତ୍ରା ଗହ୍ମା ପୂର୍ଣ୍ଣମୀରେ ଉଦ୍‌ଯାପିତ ହୋଇଛି । ସନ୍ଧ୍ୟା ଆଳତୀ ପରେ ଶ୍ରୀ ରାଧାଗୋବିନ୍ଦଙ୍କୁ ଝୁଲଣ ମଣ୍ଡପକୁ ବିଜେ କରାଯାଇ ଝୁଲଣ କରାଯାଇଥିଲା । ଝୁଲଣ ମଣ୍ଡପରେ […]

କେନ୍ଦ୍ରାପଡ଼ା,୨ା୯ : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଡିହ(ରାମଚନ୍ଦ୍ରପୁର) ଗ୍ରାମର ଅଶୋକ କୁମାର ଖଟୁଆଙ୍କ ଭିନ୍ନକ୍ଷମ ଝିଅ ମିତାଲୀ ଖଟୁଆଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ପୃଷ୍ଟପୋଷକ ଆମେରିକାରେ ଥାଇ ମଧ୍ୟ ଏକ ଓଡିଆ ଖବର କାଗଜରୁ ଏସମ୍ପର୍କରେ ଅବଗତ ହେବା ପରେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତିଙ୍କୁ ସଂପୃକ୍ତ ଛାତ୍ରୀଙ୍କୁ ତୁରନ୍ତ ମେଧାବୃତ୍ତି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଂଚ ତରଫରୁ ଶୁକ୍ରବାର ଷଣ୍ଢପଲ୍ଲୀ କେନାଲ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ଓ ପ୍ରଫେସର ଭରତ ପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ଧର ପାତ୍ର, ବରିଷ୍ଠନାଗରିକ ମଂଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଶିକ୍ଷାବିତ ଲଷ୍ମୀଧର ପାତ୍ର,କାର୍ଯକାରୀ ସଭାପତି କଣ୍ଡୁରୀ […]

କେନ୍ଦ୍ରାପଡା ସହର ଉପକଣ୍ଠ ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥଜୀଉଙ୍କ ଝୁଲଣ ଯାତ୍ରା ଦୀର୍ଘ ୫ ଦିନ ଧରି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରାପଡାର ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇ ଶ୍ରୀଜୀଉଙ୍କ ଆର୍ଶୀବାଦ ଭିକ୍ଷା ପୂର୍ବକ ଆଗାମୀ ୧୫ ଦିନ ମଧ୍ୟରେ ଜୀଉଙ୍କ ଦୋଳବେଦୀରେ ପୁର୍ନବିନ୍ୟାସ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଜୀଉଙ୍କ ମନ୍ଦିରର ପୁନରୁଦ୍ଧାର ଓ ଦୋଳବେଦୀକୁ […]

କେନ୍ଦ୍ରାପଡ଼ା, ୧ା୯: ଅଖିଳ ଭାରତ କୃଷକ ସଭା(ଏ.ଆଇ.କେ.ଏସ.) କେନ୍ଦ୍ରାପଡା ଜିଲ୍ଲା କମିଟି ଓ ରମଚଣ୍ଡୀ କୃଷକ ସଭା ପକ୍ଷରୁ ଆଜି କୃଷକଙ୍କର ଦାବି ଦିବସ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସାଥି ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ୧୯୩୬ ମସିହା ଆଜିର ଦିନରେ ପରାଧିନ ଭାରତ ବର୍ଷରେ ଅଖିଳ ଭାରତ କୃଷକ ସଭା ଗଠିତ ହୋଇ ଦେଶ ସ୍ୱାଧୀନତାର ଅନେକ ଏ.ଆଇ. କେ.ଏସ. ନେତା […]

କେନ୍ଦ୍ରାପଡା ବିଧାନସବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସାତଗୋଟି ଧୋୟାଅଞ୍ଚଳର ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଡରା, ଅମୃତମଣୋହି ଓ ବଲୁରିଆର ପଞ୍ଚାୟତରେ ଏକ ମିଳିତ କଂଗ୍ରେସ କର୍ମୀ ବୈଠକ ଦାଣ୍ଡିସାହି ଠାରେ ପୂର୍ବଚନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ “ଆମେ ବିଧାନ ସଭା ଯିବା” ସଂକଳ୍ପ ଗ୍ରହଣ କରାଯାଇଛି । ପୂର୍ବଚନ ମନ୍ତ୍ରୀ ଗଣେଶ୍ୱର ବେହେରା ସମେତ କଂଗ୍ରେସର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ କୁମ୍ଭୀର ଆକ୍ରମଣରେ ଛଅଟି ଲୋକ ପ୍ରାଣ ହରାଇଥିବା ଘଟଣା ବ୍ରାହ୍ମଣୀ ନଦୀର ତଟବର୍ତ୍ତୀ ଗାଁରେ ଭୟଙ୍କର ଆତଙ୍କ ସୃଷ୍ଟି କରିଛି । ମାତ୍ର ୭୫ ଦିନ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକର ୩ଜଣ, ରାଜନଗର ବ୍ଲକରୁ ୨ ଜଣ ଓ ବରୀ ବ୍ଲକରୁ ଜଣେ ରକ୍ତମୁଖା କୁମ୍ଭୀରର ଶିକାର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ଘାଗରାଡିଆ, କୁଳସାହି, ଶାସନ, ବରୀ ବ୍ଲକର ଅମଂପୁର […]