କେନ୍ଦ୍ରାପଡ଼ା,୪ା୧୨: ସୁଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟର ଅଧୀନସ୍ଥ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ୩ ଦିନଧରି ଚାଲିଥିବା ଡେରାବିଶ ବ୍ଲକସ୍ତରୀୟ “ବର୍ଣ୍ଣାଳୀ” ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରକୁ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ଜେନା, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଦେବଦତ୍ତ ଶତପଥୀ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ସଚ୍ଚିକାନ୍ତ […]

ଭୁବନେଶ୍ୱର ୩/୧୨-ପେଟ ପୋଷିବା ପାଇଁ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରସଙ୍ଗରେ ମଙ୍ଗଳବାର ବିଧାନସଭା ଗୃହରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଅ ପକ୍ଷରୁ ସୂଚନା ଆସିଛି । ଗୃହରେ ଦାଦନ ଝଡ଼: ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ କରିଥିଲେ ରାଜ୍ୟରେ କେତେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଉତ୍ତରରେ ଶ୍ରମମନ୍ତ୍ରୀ ଗଣେଷ […]

କେନ୍ଦ୍ରାପଡା,୩ା୧୨: ସନ୍ଧ୍ୟାରେ କୋରୋସ୍ଥିତ ପାବନ କ୍ଷେତ୍ରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବ ଦୀପାବଳି ଉତ୍ସବ ଯଥାବିଧି ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା ସମିତିର ସଂପାଦକ ସୀତାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାବଗ୍ରାହୀ କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ଯୋଗଦେଇ ଦେବ ଦୀପାବଳିର ତାତ୍ପର୍ଯ୍ୟ ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ […]

ପଟ୍ଟାମୁଣ୍ଡାଇ ୩/୧୨ -ପଟ୍ଟାମୁଣ୍ଡାଇ କଲେଜରେ ୟୁଥ ରେଡକ୍ରସ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ୩ଦିନ ବ୍ୟାପି ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁ ଉଦଘାଟନ କରିଥିଲେ । ଏଥିରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ମୁଖ୍ୟଅତିଥି,ୱାଇଆରସି ସଂଯୋଜକ ରତ୍ନାକର ସେଠୀ, ଆବାହକ ବିକାଶ ନାୟକ ଓ କାଉନସେଲର ଅଧ୍ୟାପକ ସରୋଜ […]

କେନ୍ଦ୍ରାପଡ଼ା,୩ା୧୨: କେନ୍ଦ୍ରାପଡାରେ ଏକ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପୈାରସଂସ୍ଥା ଟାଉନ ହଲ ପରିସରରେ ଖୁବ ଧୁମଧାମ ସହ ପାଳନ ହୋଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ସକାଳ ୯ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ସଚେତନତା ରଥ ଓ ପଦଯାତ୍ରା ବାହାରି ସହର ପରିକ୍ରମା କରି ପୈାରସଂସ୍ଥା ଟାଉନ ହଲରେ ପହଞ୍ଚିଥିଲା । କେନ୍ଦ୍ରପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) […]

କେନ୍ଦ୍ରାପଡ଼ା,୩ା୧୨: ଆଜିକୁ ଶହେ ବର୍ଷ ପୂର୍ବେ ଯେତେବେଳେ ଦେଶରେ ମହିଳାମାନେ ଘର କୋଣରୁ ବାହାରକୁ ଆସିବା କଳ୍ପନାତୀତ ଥିଲା ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ୧୯୨୧ ମସିହାରେ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ରମାଦେବୀ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ। ପରବର୍ତ୍ତୀ ସମୟରେ ତାଙ୍କ ଉଦ୍ୟମରେ ହଜାର ହଜାର ମହିଳାଙ୍କୁ ଆନ୍ଦୋଳନ ମଧ୍ୟକୁ ଆକର୍ଷିତ କରି ଆଣିପାରିଥିଲେ। ଏଥିପାଇଁ ତାଙ୍କୁ ଦେଶରେ ମହିଳା ସଶକ୍ତିକରଣର ଅଗ୍ରଧାବିକା ବୋଲି ମା’ […]

କେନ୍ଦ୍ରାପଡ଼ା,୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ପିଙ୍ଗଳ ଶିବାନନ୍ଦ ସେବାଶ୍ରମରେ ଶ୍ରୀମଦ୍ ଭାଗବତ ସପ୍ତାହ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ଭାଗବତ ସପ୍ତାହର ପ୍ରତିଦିନ ଭାଗବତ ପାଠ ସହ ସନ୍ଧ୍ୟାରେ କୋରୋ, ତନାର, ପାଳକଣା ଏବଂ ତନାର ମଠର କୀର୍ତ୍ତନ ମଣ୍ଡଳୀମାନେ କୀର୍ତ୍ତନ ପରିବେଷଣ କରିଥିଲେ। ପ୍ରତ୍ୟେହ ସନ୍ଧ୍ୟାରେ ସତସଙ୍ଗ କାର୍ଯ୍ୟକ୍ରମ ସହ ଗରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ […]

କେନ୍ଦ୍ରାପଡା,୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ଆୟୁଷ୍ନାନ ଆରୋଗ୍ୟ ମନ୍ଦିରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବାରୋ ଗ୍ରାମ ପଞ୍ଚାୟତ ସମେତ ପଡୋଶୀ ପଞ୍ଚାୟତରୁ ଆସିଥିବା ଶତାଧିକ ପୁରୁଷ ଓ ମହିଳାମାନେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଡାକ୍ତରଙ୍କ ସହିତ ପରାମର୍ଶ କରି ମାଗଣାରେ ଓ÷ଷଧ ନେବା ସହିତ ଉପଲବ୍ଧ ନିଦାନ ସୁବିଧାର ସୁଯୋଗ ନେଇଥିଲେ । ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ସ୍ୱାସ୍ଥ୍ୟ […]

ପଟ୍ଟାମୁଣ୍ଡାଇ ୩/୧୧  -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସକୁ ବଡ ସଫଳତା ମିଳିଛି । ଗତ ୨୯ ତାରିଖରେ ସ୍ପଷ୍ଟ ଦିବାଲୋକରେ ଚୋରି ହୋଇଥିବା ହୁଣ୍ଡାଇ କାରକୁ ଭୁବନେଶ୍ୱର କଟକ ରାସ୍ତାର ଏକ ଗ୍ୟାରେଜରୁ ଜବତ କରିବା ସହିତ ୨ ଜଣ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏନେଇ ଏସଡ଼ିପିଓ କ୍ଷମାସାଗର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଆଦର୍ଶ ଥାନା ପରିସରରେ ଆହୁତ ଖବରଦାତା ସମ୍ମିଳନୀ ଅତିରିକ୍ତ ଏସପି ଦେବାଶିଷ […]

ପଟ୍ଟାମୁଣ୍ଡାଇ ତା ୩/୧୨ – ଓଡିଶାର ଅନ୍ୟତମ ପ୍ରମୁଖ ବାଣିଜ୍ୟକ ପେଣ୍ଠ ତଥା କେନ୍ଦ୍ରାପଡ଼ା ଜଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ରାଜ୍ୟ ରାଜନୀତିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଗତ ସୀମା ପୁନଃନିର୍ଧାରଣରେ ପ୍ରଶାସନିକ ଚକ୍ରାନ୍ତର ଶିକାର ହୋଇ ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ଲୋପ ପାଇବା ଫଳରେ ପଟ୍ଟାମୁଣ୍ଡାଇ ତାର ସତ।। ହରାଇଥିଲା । ପଟ୍ଟାମୁଣ୍ଡାଇ ବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ତଥା ହୃତଗୌରବକୁ ଫେରାଇ […]

ପଟ୍ଟାମୁଣ୍ଡାଇ ୨/୧୧ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଷଣଅଂଟା ଗ୍ରାମର ଯୁବ ବ୍ୟବସାୟୀଙ୍କ କାରଗାଡିକୁ ଗତ ୨୯ ତାରିଖରେ ସ୍ପଷ୍ଟ ଦିବାଲୋକରେ ଚୋର ମାନେ ଗ୍ରାହକ ବେଶରେ ଆସି ଚୋରୀ କରି ନେଇ ଫେରାର ହୋଇ ଯାଇଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି କାର ଲୁଟେରା ଗ୍ୟାଙ୍ଗ୍‌ର ୨ ଜଣ ସଦସ୍ୟଙ୍କୁ ଗିରଫ କରି ଥାନାରେ ଅଟକ ରଖାଯାଇ ଏହି […]

କେନ୍ଦ୍ରାପଡା,୨ା୧୨: ଭିନ୍ନକ୍ଷମଙ୍କ ଥେରାପି ସେବା ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ମାଧପୁରସ୍ଥିତ ଅମର ଉଦ୍ୟାନ ପରିସରରେ “ପୁନର୍ବାସ ସୃଜନ ସମ୍ମାନ ଓ ପୁସ୍ତକ ଉନ୍ମୋଚନ ଉତ୍ସବ’ ଅନୁଷ୍ଟିତ ହୋଇଯାଇଛି । ପ୍ରତିଷ୍ଠାତା ଓ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରାକ୍ତନ୍ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଓ ଅତିଥି ନିମନ୍ତ୍ରଣ […]

କେନ୍ଦ୍ରାପଡା,୨ା୧୨: କେନ୍ଦ୍ରାପଡ଼ା ବସ୍ତ୍ର ବଣିକ ସଂଘର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ହୋଟେଲ୍ ଚଣ୍ଡିଆ ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଂଘର କାମଚଳା ସଭାପତି ଗାନୁ ସାହୁ ସଭାପତିତ୍ୱ କରିଥିଲେ। ସଭାର ପ୍ରାରମ୍ଭରେ ଦିବଂଗତ ପୂର୍ବତନ ସଭାପତି ସ୍ୱର୍ଗତ ନୃସିଂହ ଚରଣ ପାଣିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ ବ୍ୟବସାୟୀ ବନ୍ଧୁମାନଙ୍କ ଉପସ୍ଥିତରେ ଆଗାମୀ ଦିନରେ ସଂଘର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ […]

କେନ୍ଦ୍ରାପଡ଼ା,୧ା୧୨: ଜିଲ୍ଲାର ଗ୍ରାମାଂଚଳରେ ଉଚ୍ଚଶିକ୍ଷାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଥିବା ଅନ୍ତେଇ ବିଜୁ ପଟ୍ଟନାୟକ କଲେଜ ଆଜି ୪୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ବିଶ୍ୱଜିତ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ୱନକ୍ଷତ୍ର ସମାରୋହରେ ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ମିଶ୍ର ମୁଖ୍ୟ ଅତିଥି,କଲେଜ ପରିଚାଳନା କମିଟି ସଭାପତି ଗଙ୍ଗାଧର ପରିଡ଼ା ମୁଖ୍ୟବକ୍ତା,ପୂର୍ବତନ ଅଧ୍ୟକ୍ଷ ରଂଜନ କୁମାର ଦାସ ,ସମାଜସେବୀ […]

କେନ୍ଦ୍ରାପଡା,୧ା୧୨: ସାମାଜିକ ସଂଗଠନ “ଜୟରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ତୃତୀୟ ରାଷ୍ଟ୍ରବାଦୀ କବିତା ମହୋତ୍ସବ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପ୍ରାବନ୍ଧିକ ଦାସ ବେନହୁର ଉତ୍ସବକୁ ଉଦଘାଟନ କରି ରାଷ୍ଟ୍ର ଓ ବ୍ୟକ୍ତିର ସମ୍ପର୍କକୁ ବାଖ୍ୟା କରିଥିଲେ । ରାଷ୍ଟ୍ର ଏକ ସାମଗ୍ରିକ ସତ୍ତା । ବୈଦିକ କାଳରୁ ରାଷ୍ଟ୍ର ଅଛି, ରାଷ୍ଟ୍ର ସହିତ ଆମେ ଅଛୁ ବୋଲି ମତ ଦେବା ସହ ସାହିତ୍ୟିକ […]

କେନ୍ଦ୍ରାପଡ଼ା,୧ା୧୨: କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଏଡ୍‌ସ ଦିବସ ପାଳନ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଏଡ୍‌ସ ସମ୍ପର୍କିତ ‘ଜୀବନ ଗୀତ’ ସ୍ଥାନୀୟ ଏଏନ୍‌ଏମ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗାନ କରାଯାଇଥିଲା । ପ୍ରାରମ୍ଭରେ ଡା. ପ୍ରହରାଜ ବିଶ୍ୱ ଏଡ୍‌ସ […]

ପଟ୍ଟାମୁଣ୍ଡାଇ ୧/୧୨ -ପଟ୍ଟାମୁଣ୍ଡାଇ ବ୍ଲକରେ ନୂତନ ଭାବେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନଙ୍କ (ଚୁକ୍ତିଭିତିକ) ଏକ ବୈଠକ ବେଲତଳ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । କନିଷ୍ଠ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମାଧାନ ଓ ଦାବୀ ହାସଲ ପାଇଁ ସଂଘ ଗଠନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ସଂଘର […]

ରାଜନଗର, ୧/୧୨ ଭାସ୍କର ରାଉତରାୟ- ରାଜନଗର ବ୍ଲକ ରଂଗଣୀ ଗ୍ରାମ ପଂଚାୟତ ଅନ୍ତର୍ଗତ ପଟ୍ଟାପାରିଆ ଗ୍ରାମରେ ଗତକାଲି ରାତିରେ ପ୍ରଦୀପ ସେନାଙ୍କ ଗୁହାଳରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୁହାଳ ଘର ସମେତ ୩ଟି ଗାଈ ଓ ୨ଟି ମାଈ ବାଛୁରୀ ପୋଡିହୋଇ ମୃତ୍ୟୁ ବରଣ କରିଛନ୍ତି । ସେହିପରି ରାଜନଗର ବ୍ଲକ୍ ଇଶ୍ୱରପୁର ଗ୍ରାମ ପଂଚାୟତ ଦିଘୀ ଗ୍ରାମର ଭୂମିହୀନ ଅଧିବାସୀ ଧନେଶ୍ୱର ସ୍ୱାଇଁଙ୍କ ଘର କୌଣସି କାରଣ ବସତ […]

ରାଜନଗର, ୧/୧୨ – ଆଜି ରାଜନଗର ବ୍ଳକ କଣ୍ଡିରା ପଂଚାୟତ କାର୍ଯ୍ୟାଳୟ ପରିସରରେ ରାଜନଗର ବ୍ଳକ ସରପଂଚ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିଲା । ସରପଂଚ ସଙ୍ଘର ସଭାପତି ଅଶୋକ କୁମାର ମହାନ୍ତିଙ୍କ ପୌରହିତରେ ଆୟୋଜିତ ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲା ସରପଂଚ ସଙ୍ଘର ସଭାପତି ଚାମିଲି ଓଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରପଂଚ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏନେଇ ରାଜ୍ୟ […]

କେନ୍ଦ୍ରାପଡା , ୧/୧୨ – ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁଁ ରବିବାର ଠାରୁ ଆସନ୍ତା ଫେବୃଆରୀ ୨୯ ପର୍ଯ୍ୟନ୍ତ ଇକୋ ରିଟ୍ରିଟ ଫେଷ୍ଟିଭାଲର ଆୟୋଜନ କରାଯାଉଛି। ଓଡ଼ିଶାର ଭିତରକନିକା, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡି ଓ ପୁତସିଲଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଟେଣ୍ଟ ଘର କରି ଇକୋ ରିଟ୍ରିଟର ଶୁଭାରମ୍ଭ କରାଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜନଗର ଭିତରକନିକାର ପେଣ୍ଠ ବେଳାଭୂମିରେ […]

ପଟ୍ଟାମୁଣ୍ଡାଇ ୧/୧୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି କୂଳସାହ ଗାଁରେ ଏକ ଅଘଟଣ ଘଟିଛି। ନଦୀରେ ବୁଡି ୩ ବର୍ଷର ଶିଶୁପୁତ୍ରଙ୍କର ମୃତ୍ୟୁ ହୋଇଛି। ସେ ହେଲେ ସନ୍ତୋଷ ଆରୁଖଙ୍କ ୩ ବର୍ଷର ପୁଅ କିଷ୍ଣା ଆରୁଖ ବୋଲି ଜଣାପଡିଛି ।ସାଙ୍ଗ ମାନଙ୍କ ସହିତ ଖେଳୁଥିବା ବେଳେ ଅସାବଧାନତା ବଶତଃ ଏହି ଅଘଟଣ ଘଟିଛି  ବୋଲି ଗ୍ରାମବାସୀ କହିଛନ୍ତି । ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ଥାନା […]

ଭୁବନେଶ୍ୱର୧/୧୨- ଆଜି ହେଉଛି ବିଶ୍ୱ ଏଡସ ଦିବସ । ଏଚଆଇଭି ଭୂତାଣୁ ରେ ସଂକ୍ରମିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ଏଡସ ସଙ୍କ୍ରାନ୍ତୀୟ ରୋଗରେ ପୀଡିତ ଲୋକଙ୍କୁ ସମର୍ଥନ ଜଣାଇବାଲାଗି ଏହି ଦିବସ ପାଳନ କରାଯାଇଥାଏ । ଏଚଆଇଭି ସଂକ୍ରମଣ ସମ୍ପର୍କରେ୍ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ୧୯୮୮ ମସିହାରୁ ପ୍ରତିବର୍ଷ ୧ ଡିସେମ୍ବରରେ ବିଶ୍ୱ ଏଡ୍‌ସ ଦିବସ ପାଳନ କରାଯାଉଛି। ବିଶ୍ୱରେ ୨୦୨୩ ସୁଦ୍ଧା ୩୯.୯ ଏଚଆଇଭି […]

କେନ୍ଦ୍ରାପଡ଼ା,୩୦ା୧୧: କେନ୍ଦ୍ରାପଡା ସହରର ଗୋପସ୍ଥିତ ରାମ ମନ୍ଦିର ପରିସରରେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ଡଃ ଉପେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନିମ୍ନଲିଖିତ ପ୍ରସ୍ତାବ ଗୁଡିକ ଆଗତ କରଯାଇ ସର୍ବସମ୍ମତିକ୍ରମେ ଗୃହୀତ ହେଲା । ସେହି ପ୍ରସ୍ତାବଗୁଡିକ ହେଉଛି ସଂଘରେ ଥିବା ସମସ୍ତ ବରିଷ୍ଠ ନାଗରିକଙ୍କର ସରକାରୀ ପରିଚୟ ପତ୍ର ପ୍ରଦାନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆବେଦନ […]

କେନ୍ଦ୍ରାପଡା,୩୦ା୧୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନାକ୍ ମାନ୍ୟତାର ନବୀକରଣ ପାଇଁ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ୍ ବୋଷ୍‌ଙ୍କ ସଭାପତିତ୍ୱରେ ଆଇ.କ୍ୟୁ.ଏ.ସି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତିବର୍ଷର କାର୍ଯ୍ୟାବଳୀକୁ ନେଇ ବାର୍ଷିକ ତଥ୍ୟ ସହ ଏହି ନାକ୍ କମିଟିର ପରିଦର୍ଶନ ପାଇଁ ପ୍ରସ୍ତୁତ ହେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେବା ସହ ଏହି ଅନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି […]