ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ନବୀନ , ଚାଷୀଙ୍କୁ ଭେଟି ଦୃଢ଼ ଦାବି ପାଇଁ ଦେଲେ ପ୍ରତିଶ୍ରୁତି,  ହଜାର ହଜାର ଚାଷୀ ଓ ମହିଳା ନବୀନଙ୍କୁ ଦେଖି ଭାବବିହୁଳ


ପଟ୍ଟାମୁଣ୍ଡାଇ ୩୧/୧୨ -ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଶ୍ୟାମସୁନ୍ଦ୍ରପୁର ଏକ ପଡ଼ିଆଠାରେ ଅପରାହ୍ନ ୨ ଟା ୨୦ମିନିଟ ସମୟରେ ହେଲିକପ୍ଟର ଯୋଗେ ଅବତରଣ କରିବାପରେ ବିଜେଡି ନେତା ଓ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ। ହଜାର ହଜାର ଚାଷୀ ଓ ମହିଳା ନବୀନଙ୍କୁ ଦେଖି ଭାବବିହୁଳ ହୋଇପଡିଥିଲେ । ଶଙ୍ଖଧୋନି ହୁଳହୁଳିରେ ପୁରା ପଡିଆ ପକମ୍ପିିତ ହୋଇଉଠିଥିଲା । ପରେ ନବୀନ ସେଠାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣିଥିଲେ ।

ଚାଷୀ ଅଭିଯୋଗ କରିଥିଲେ ଯେ ବର୍ଷା ଛାଡି ଯିବାର ଏତେ ଦିନ ପରେ ମଧ୍ୟ କୌଣସି ସରକାରୀ କର୍ମଚାରୀ ଏ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନରେ ଆସିନାହାନ୍ତି । ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରାଯାଇଥିଲେ ହୁଏତ ଫସଲ ବଂଚି ଯାଇଥାନ୍ତା। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିରୋଧୀ ଦଳ ନେତା ନବୀନ ଚାଷୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେ ସବୁବେଳେ ଚାଷୀ ଭାଇ ଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ । ପଟ୍ଟାମୁଣ୍ଡାଇ ଚାଷୀକୁଳ ଦୁଃଖରେ ଅଛନ୍ତି । ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ଜଣାଇବି।ପରେ ଗ୍ରାମରେ ପହଁଚି କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରିଥିଲେ । କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣିବା ସହିତ ଚାଷୀମାନଙ୍କ ସହ ଆଲୋଚନା କରି ରାଜ୍ୟ ସରକାରଙ୍କ ନିକଟରେ ଚାଷୀମାନଙ୍କ କଲ୍ୟାଣ ପାଇଁ ବିଧନସଭାରେ ଉପସ୍ଥାପନ କରିବେ ବୋଲି ସେ ଚାଷୀମାନଙ୍କୁ ଆଶ୍ୱସନା ଦେଇଛନ୍ତି।

ଏହି ଗସ୍ତ ସମୟରେ ରାଜନଗର ବିଧାୟକ ଧ୍ରୁବ ସାହୁ,ପୁର୍ବତନ ବିଧାୟକ ଅଂଶୁମାନ ମହାନ୍ତି,କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ ଦେ, ପଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ମହାକାଳପଡା ପୂର୍ବତନ ବିଧାୟକ ଅତନୁ ସବ୍ୟସଚ୍ଚି ନାୟକ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଆଡ଼ଭୋକେଟ କ୍ଷୀରୋଦ ପ୍ରଧାନ, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ବରିଷ୍ଠ ନେତା ପଞ୍ଚାନନ ଧଳ, ଅମୁଲ୍ୟ ପ୍ରଧାନ,ବ୍ଲକ ବିଜେଡି ଉପସଭାପତି ସୁରେଶ ପଣ୍ଡା ଓ ସର୍ବେଶ୍ୱର ମହାନ୍ତି, ସାଧାରଣ ସମ୍ପାଦକ କଳାକାର ପ୍ରଧାନ, ସରପଞ୍ଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ, ସରପଞ୍ଚ ପ୍ରିୟବ୍ରତ ଓଝା, ସଂଗ୍ରାମ ବାରିକ, ବୁଦ୍ଧିରାମ ବେହେରା, ସ୍ମୃତିରେଖା ସ୍ୱାଇଁ, ଅଜାମ୍ବର ପ୍ରଧାନ, ସୁଦାମ ରାଉତ, ଟୂବୁଲି ଚୌଧୁରୀ,ସୁବୋଧ ପରିଡା, ଦେବେନ୍ଦ୍ର ଦାସ, ସୁବାଷ ଖଟୁଆ, ଅଶୋକ ପରିଡା,ମିନତୀ ପାତ୍ର, ପ୍ରଭାତ ପ୍ରଧାନ, ସୁବାଷ ବାରିକ, ରବୀନ୍ଦ୍ର ସାହୁ, କାଉନସିଲର ସୁବାଷ ମଲିକ ଯୁବନେତା ଉତ୍ତମ ଖୁଣ୍ଟିଆ ସୁରେନ୍ଦ୍ର ଗିରି, ବାବନ ସାହୁ, ଏମ ଡି ପପୁ, ଦିଲ୍ଲୀପ ସାହୁ, ସଂଗ୍ରାମ ସ୍ୱାଇଁ, ଶଶିକାନ୍ତ ପଣ୍ଡା, ପିଣ୍ଟୁ ସେଠୀ, ବାପି ସାମଲ ଓ ପ୍ରେମାନନ୍ଦ ସେଠୀ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।


Next Post

ଫସଲହାନୀ କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

Tue Dec 31 , 2024
କେନ୍ଦ୍ରାପଡ଼ା, ୩୧ା୧୨: ଲଗାଣବର୍ଷାରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ହୋଇଥିବା ଫସଲହାନୀ ଜନିତ କ୍ଷୟକ୍ଷତିର ତଦନ୍ତ ରିପୋର୍ଟ ବୁଧବାର ସନ୍ଧ୍ୟା ସୁଦ୍ଧା ପ୍ରଦାନ କରିବାକୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏସମ୍ପର୍କିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏଭଳି ନିର୍ଦେଶ ଦେଇଥିଲେ। ବୈଠକରେ ଉପସ୍ଥିତ ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ […]