କେନ୍ଦ୍ରାପଡା ରଣପଡାସ୍ଥିତ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ର ସାହାଦତ ଖାନ ଜିଲ୍ଲାର ଆଳି ଠାରେ ଅନୁଷ୍ଠିତ ଶରତ କୁମାର ଦେବ (୫କିଲୋମିଟର) ମିନି ମାରାଥନ ଦୈାଡରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଏହି ଉପଲକ୍ଷେ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲ ପରିସରରେ ଅଧ୍ୟକ୍ଷ ସାଇରା ପରୱିନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି […]
କେନ୍ଦ୍ରାପଡ଼ା,୩ା୧୦ : ବହୁ ପ୍ରତିକ୍ଷୀତ କେନ୍ଦ୍ରାପଡା ରସାବଳିକୁ ଶେଷରେ ଜି.ଆଇ. ଟ୍ୟାଗ ମିଳିଛି । ବହୁ ଘାତ ଓ ପ୍ରତିଘାତ ସତ୍ୱେ ନାବାର୍ଡର ପ୍ରଚେଷ୍ଟା ଓ ସହଯୋଗରେ କେନ୍ଦ୍ରାପଡା ରସାବଳିକୁ ଏହି ଜି.ଆଇ. ଟ୍ୟାଗ ମିଳିଛି । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଙ୍ଘ, ଭଗବାନପୁର ଏବଂ ରୁରାଲ ଇନଫାଷ୍ଟ୍ରକଚର ଡେଭଲପମେଣ୍ଟ ଆଣ୍ଡ ଏମ୍ପେ୍ଲାଏମେଣ୍ଟ(ରାଇଡ୍), ବଡବାରଙ୍ଗ(ଇଛାପୁର) କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମିଳିବା ପାଇଁ ଗତ […]
କେନ୍ଦ୍ରାପଡା ଜିଲ୍ଳା ଓଡିଶା ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇ ସାଇବର ସଚେତନତା ରଥ ମଙ୍ଗଳବାର ପଟ୍ଟାମୁଣ୍ଡାଇ ସହରର ପହଁଚି ସାଇବର ଅପରାଧ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଅଂଚଳର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛି । ସାଇବର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ପଂଚାୟତ ଜିଗରଣ ବଙ୍ଗଳିସାହିରେ ଭାଜପା ପକ୍ଷରୁ ବସ୍ତି ସମ୍ପର୍କ ଅଭିଯାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ପ୍ରଧାମନ୍ତ୍ରୀଙ୍କର ୯ ବର୍ଷ ପୂର୍ତି ଅବସରରେ ଗରିବ କଲ୍ୟାଣ ଯୋଜନା ସଂପର୍କରେ ଲୋକ ସଚେତନ କରାଯାଇଥିଲା । ଉକ୍ତ କାର୍ଯକ୍ରମରେ ଭାଜପା ନେତା ଅଜୟ ବେହେରା, ଭାଜପା ଏସସି ମୋର୍ଚ୍ଚା ଜିଲ୍ଲା ସଭାପତି ଅନ୍ତର୍ଜ୍ୟାମି ମଳିକ, ରାଜ୍ୟ କୃଷକ ମୋର୍ଚ୍ଚା ସଭ୍ୟ […]
କେନ୍ଦ୍ରାପଡ଼ା, ୩ା୧୦ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱଛତା ଅଭିଯାନ ଅବସରରେ ଜାତୀୟ ସେବା ସଂସ୍ଥା ଓ କେନ୍ଦ୍ରାପଡା ପୈାରପାଳିକାର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରକୁ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଜାତୀୟ ସେବାସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ସ୍ୱେଛାସେବୀମାନେ ସଫେଇ କାର୍ଯ୍ୟକ୍ରମରେ ଶ୍ରମଦାନ କରିଥିଲେ । […]
କେନ୍ଦ୍ରାପଡ଼ା, ୩ା୧୦ : ମଣିଷ ବଞ୍ଚିରହିବା ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଛି । କିନ୍ତୁ ଏସବୁ ସତ୍ୱେ ଯଦି ପରିବେଶ ସ୍ୱଛ ନରହିବା ତେବେ ମଣିଷ ରୋଗଗ୍ରସ୍ତ ହୋଇପଡିବ । ସ୍ୱଛ ପରିବେଶ ଓ ସ୍ୱଛ ବାୟୁମଣ୍ଡଳ ମଣିଷର ଆୟୁ ବୃଦ୍ଧି କରିଥାଏ । ଏହାକୁ ଦୃଷ୍ଟିରେ ରଖି ଜାତିର ପିତା ମହାତ୍ମା ଗାନ୍ଧୀ ସ୍ୱଛତାକୁ ବହୁତ ମହତ୍ୱ ଦେଉଥିଲେ ଏବଂ ସ୍ୱଛ ଭାରତ ଗଠନ […]
କେନ୍ଦ୍ରାପଡ଼ା, ୩ା୧୦ : କେନ୍ଦ୍ରାପଡା ସଦରମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୈାରସଂସ୍ଥା ଟାଉନ୍ ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଡକର, କେନ୍ଦ୍ରାପଡା ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡା ତହସିଲଦାର ଅଞ୍ଜଳି ତରାଇ, ମଣ୍ଡଳ ଉନ୍ନୟନ […]
କଟକ ଜିଲା ବାଙ୍କୀ ନିକଟସ୍ଥ ଯାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଶେଷ ପର୍ଯ୍ୟନ୍ତ ବସ ଡ୍ରାଇଭରଙ୍କ ଉଦ୍ୟମ ଯୋଗୁ ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା । ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସଟି ଯାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ବସଟି […]
କେନ୍ଦ୍ରାପଡ଼ା, ୨ା୧୦ : ଓଡିଶା ଲୋକସେବା ଆୟୋଗ(ଓ.ପି.ଏ.ସି) ପରିଚାଳିତ ଓ.ଇ.ଏସ୍ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଡଃ ଭାବାନୀ ଶଙ୍କର ରାଉତ । ଡଃ ରାଉତ କେନ୍ଦ୍ରାପଡା ସହରସ୍ଥ କାକଟ ନିବାସୀ ମନ୍ମଥ ରାଉତ(ପୂର୍ବତନ ସିଇଓ ଅର୍ବାନ ବ୍ୟାଙ୍କ) ଓ କଳ୍ପନା ଧଳ, ଶିଶୁ ବିକାଶ ଅଧିକାରିଣୀ(ଅବସରପ୍ରାପ୍ତ)ଙ୍କ ସୁପୁତ୍ର ଅଟନ୍ତି । କିଛି ଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିବିହାରରେ ଅଧ୍ୟାପନା କରିବା ସହ ବର୍ତ୍ତମାନ ସୋୟା ବିଶ୍ବବିଦ୍ୟାଳୟ […]
କେନ୍ଦ୍ରାପଡା ୨/୧୦- ଗାନ୍ଧିବାଦୀ ବିଚାର ବିରୋଧି ଶାସନ ଆପଣେଇ ରାଜ୍ୟ ସରକାର ଗାନ୍ଧି ଜୟନ୍ତୀକୁ ଲୋକଙ୍କୁ ଠକିବା ପାଇଁ ବ୍ୟବହାର କରିବାକୁ ତୀବ୍ର ବିରୋଧ କରିଛି ବିଜେପି । ନାରୀ ସଶକ୍ତିକରଣ ବାଜା ବଜାଉଥିବା ବିଜେଡି ସରକାର ଅସଲରେ ମହିଳାମାନଙ୍କ ଦୁର୍ଦ୍ଦଶାର କାରଣ ହୋଇଛି । ଅହିଂସା ଶବ୍ଦକୁ ସମ୍ବିଧାନ ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀ ମହିଳାଙ୍କ ପ୍ରତି ହିଂସାର ସୁଯୋଗ ମୁଖ୍ୟ କାରଣ ସାହିଛି […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅକ୍ଟୋବର ୨ରୁ ୧୧ ପର୍ଯ୍ୟନ୍ତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବ । ବ୍ଲକ ବିଜେଡି ସଭାପତି ନିରଂଜନ ରାଉତଙ୍କ ନେତୃତ୍ୱରେ ବିଜୁ ପଟ୍ଟନାୟକ ପ୍ରମୋଦ ଉଦ୍ୟାନ ପରିସରରୁ ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା […]
କେନ୍ଦ୍ରାପଡ଼ା, ୧ା୧୦ : ନିକିରାଇସ୍ଥିତ ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଆତ୍ମନିଯୁକ୍ତି ସମ୍ବନ୍ଧୀୟ ତାଲିମ ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ୱାରା ପ୍ରାୟୋଜିତ ଏହି ତାଲିମ ଶିବିରକୁ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଉଦଘାଟନ ପୂର୍ବକ ଆଜିର ଯୁବକଯୁବତୀମାନେ କିଭଳି ଆତ୍ମ ନିଯୁକ୍ତି ପାଇପାରିବେ ସେ ସମ୍ବନ୍ଧରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା […]
କେନ୍ଦ୍ରାପଡ଼ା, ୨ା୧୦: ସେପ୍ଟେମ୍ବର ୩୦ରେ ସାରା ରାଜ୍ୟରେ ସାଇବର ସୁରକ୍ଷା କ୍ୟାମ୍ପେନ – ୨୦୨୩ ଆରମ୍ଭ ହୋଇଯାଇଥିବା ବେଳେ ଆଜି କେନ୍ଦ୍ରାପଡାରେ ସାଇବର ସୁରକ୍ଷା ରଥ ପହଞ୍ଚିଛି । ଏହି ଅବସରରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ଅନୁଷ୍ଠିତ ଏକ ପଥପ୍ରାନ୍ତ ସଭାରେ ସାଇବର ସୁରକ୍ଷା ରଥ ଓ ମାସ୍କଟକୁ ଜିଲ୍ଲା ପରିକ୍ରମା ନିମନ୍ତେ ପତକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆରକ୍ଷୀ […]
କେନ୍ଦ୍ରାପଡ଼ା, ୨ା୧୦ : ମୈାସୁମୀ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଗୁଲନଗରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କବି ପ୍ରେମାନନ୍ଦ ଖଣ୍ଡୁଆଳଙ୍କ ରଚିତ ଗଳ୍ପ ସଙ୍କଳନ “ଅଜବ ମଣିଷ” ଉନ୍ମୋଚନ ହେବା ସହ ଏକ ଭବ୍ୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ଶିକ୍ଷାବିତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପରିଷଦର ସମ୍ପାଦକ କବି ଡଃ. ଶ୍ରୀଧର ସାମଲ ସ୍ୱାଗତ ଭାଷଣ […]
କେନ୍ଦ୍ରାପଡ଼ା, ୨ା୧୦ : ଅର୍କ ଏକାଡେମୀ ଅଫ୍ ମାନେଜମେଣ୍ଟ ଷ୍ଟଡିଜ୍ ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜର ଚେୟାରମ୍ୟାନ ଅନୁଜ କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ଯୋଗଦେଇ ମହାତ୍ମାଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ତ୍ୟାଗପୂତ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖି କଲେଜର ଛାତ୍ରଛାତ୍ରୀମାନଙ୍କୁ ଗାନ୍ଦୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ […]
କେନ୍ଦ୍ରାପଡ଼ା, ୨ା୧୦ : କେନ୍ଦ୍ରାପଡା ସହରର ତିନିମୁହାଣି ଛକସ୍ଥିତ ଗାନ୍ଧୀ ପୀଠରେ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ବିଧାୟକ ଶଶିଭୂଷଣ ବେହେରା, ଶିକ୍ଷାବିତ ନନ୍ଦ କିଶୋର ପରିଡା, ବାସୁଦେବ ଦାସ, ଧିରେନ ସାହୁ, ଗୟାଧର ଧଳ, ମୁକ୍ତାର ଖାଁ, ଡଃ. ଗିରିଶ ପାତ୍ର, ପ୍ରତାପ ନାରାୟଣ ମହାପାତ୍ର, […]
କେନ୍ଦ୍ରାପଡ଼ା, ୨ା୧୦: ସମସ୍ତଙ୍କ ଭିତରେ ରହୁ ଶାନ୍ତିସୌହାର୍ଦ୍ଦ । ଅହିଂସାର ମନ୍ତ୍ରରେ ହୁଅନ୍ତୁ ସମସ୍ତେ ଉଦ୍ବୁଦ୍ଧ । ଆମ ସ୍ୱରାଜ୍ୟ ପରିଣତ ହେଉ ସୁରାଜ୍ୟରେ । ସାକାର ହେଉ ବାପୁଙ୍କ ସ୍ୱପ୍ନ । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୧୫୪ତମ ଗାନ୍ଧୀ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ଅବସରରେ ଏହି ମତ ରଖିଛନ୍ତି ମୁଖ୍ୟ ଅତିଥି ବିଧାୟକ […]
କେନ୍ଦ୍ରାପଡ଼ା,୨ା୧୦: ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ମଦ ବିରୋଧୀମାନଙ୍କର ଜିଲ୍ଲା ସଦର ମହକୁମାରେ ସଭା ଓ ଶୋଭାଯାତ୍ରା ସଂଗଠିତ ହୋଇଯାଇଛି । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଆହ୍ୱାନରେ ସଂଗଠନର ଜିଲ୍ଲା କମିଟି ପକ୍ଷରୁ ପୂର୍ବାହ୍ନରେ ସହରର ନୂଆ ବସଷ୍ଟାଣ୍ଡସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଶୋଭାଯାତ୍ରା ବାହାରି ଥିଲା । ସଂଗଠନର ଶତାଧିକ କର୍ମୀ ମଦ୍ୟମୁକ୍ତ ଓଡିଶା ଓ […]
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଂଚାୟତ ସାହୁପଡା ଗ୍ରାମର ଅସହାୟା ରୋଗୀଣା ବୃଦ୍ଧା ସରୋଜିନୀ ମହାନ୍ତି ଓ ତାଙ୍କର ଏକମାତ୍ର ଦିବ୍ୟାଙ୍ଗ କନ୍ୟାଙ୍କ ଦୁର୍ଦଶାର କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ଉଭୟ ଅସହାୟା ମା ଓ ଝିଅଙ୍କୁ ନିଜ ବାସଭବନରେ ଭେଟି ସମବେଦନା ଜଣାଇଛନ୍ତି । ବିଧାୟକ ସାହୁ ମା ଝିଅଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଅନୁଦାନ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ପକ୍ଷରୁ ସହରରେ ସ୍ୱଚ୍ଛତା ଅଭିଯାନ ଜାରି ରହିଛି । ସୋମବାର ଗାନ୍ଧିଜୟନ୍ତି ଉପଲକ୍ଷେ ପୌରପରିଷଦ ପକ୍ଷରୁ ବ୍ୟାପକ ସଫାଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଗାଡି ଗାଡି ପଡି ରହି ଗନ୍ଧମୟ ପରିବେଶ ସୃଷ୍ଟି କରୁଛିା ତେବେ ପୌରାଂଚଳର ସ୍ୱଚ୍ଛତା ଅଭିଯାନ କାନ୍ଥରେ ଚିତ୍ର ଅଙ୍କା ଏବଂ ସ୍ଲୋଗାନ ଲେଖା ମଧ୍ୟରେ ସୀମିତ ରହିଯାଇଛି । ସହର ସାରା […]
ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ ଓ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କାଙ୍କ ନେତୃତ୍ୱରେ ବିଜେଡି ନେତା ଓ କର୍ମୀମାନେ ବ୍ଲକ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ପୌର ଅଧକ୍ଷ ହେମନ୍ତ ସାହୁ,ମୁଖ୍ୟଅତିଥି, ପ୍ରଫେସର ବୈଷ୍ଣବ ସିଂ ମୁଖ୍ୟବକ୍ତା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନାତନ ବେହୁରା, ଜଗନ୍ନାଥ ସଂସ୍କୃତି ପ୍ରଚାରକ ପରୀକ୍ଷିତ ମିଶ୍ର, ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର, ଉପଦେଷ୍ଟା ତ୍ରୈଲୋକ୍ୟ ନାଥ ପଣ୍ଡା, […]
ପଟ୍ଟାମୁଣ୍ଡାଇ ୨ା୧୦-ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଆଲୁମ୍ୟୁନି ଆସୋସିଏସନ ପକ୍ଷରୁ ପବିତ୍ର ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଆଲୁମ୍ୟୁନି ଆସୋସିଏସନର କାର୍ଯ୍ୟକର୍ତା ମାନେ ମହାବିଦ୍ୟାଳୟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାଇ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଆୟୋଜନ କରି କଲେଜ ପରିସରରେ ସଫେଇ କାର୍ଯକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରଅଧ୍ୟକ୍ଷ ହେମନ୍ତ ସାହୁ ଆଲୁମୁନି […]
କେନ୍ଦ୍ରାପଡ଼ା, ୧ା୧୦ : କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ୧୯୮୧ମସିହା ମାଟ୍ରିକ ବ୍ୟାଚ ଛାତ୍ରମାନଙ୍କ ବାର୍ଷିକ ବନ୍ଧୁମିଳନ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଯୋଗଦେଇ ପୁରାତନ ଛାତ୍ରମାନଙ୍କ ବିଦ୍ୟାଳୟ ପ୍ରତି ଥିବା ଆବେଗିକ ସମ୍ପର୍କ ଉପରେ ଆଲୋକପାତ କରିବା ସହିତ ଶିକ୍ଷକମାନଙ୍କ ପ୍ରତି […]